ଓମିକ୍ରନ୍‌

କୋଭିଡ୍‌ର ନୂଆ ରୂପ ‘ଓମିକ୍ରନ୍‌’ ଡେଲ୍‌ଟାଠାରୁ ୬ ଗୁଣ ଦ୍ରୁତ ସଂକ୍ରମଣଶୀଳ ବୋଲି କୁହାଯାଉଛି। ଦକ୍ଷିଣ ଅଫ୍ରିକାରେ ଦେଖାଦେଇଥିବା ଏହି ନୂଆ ଭାରିଆଣ୍ଟ ବୋତ୍‌ସ୍ବାନା, ନେଦରଲାଣ୍ଡ୍‌ସ, ଡେନ୍‌ମାର୍କ, ବେଲ୍‌ଜିୟମ୍‌, ହଂକଂ, ଅଷ୍ଟ୍ରେଲିଆ, ଇସ୍ରାଏଲ, ବ୍ରିଟେନ ଆଦି ୧୫ଟି ଦେଶରେ ତା’ର ଉପସ୍ଥିତି ଜାହିର କଲାଣି। ଇତିମଧ୍ୟରେ ଅନେକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକା ସମେତ ଓମିକ୍ରନ୍‌ ଦେଖାଦେଇଥିବା ଦେଶ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ବନ୍ଦ କରିଛନ୍ତି। ଭାରତ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ଉଡ଼ାଣ ସ୍ବାଭାବିକ କରିବା ନେଇ ଯେଉଁ ନିଷ୍ପତ୍ତି ନେଇଥିଲା ସେଥିରେ ପରିବର୍ତ୍ତନ କରିଛି। ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା, ବୋତ୍‌ସ୍ବାନା, ବ୍ରିଟେନ୍‌, ଫ୍ରାନ୍ସ, ଚାଇନା ଓ ଜର୍ମାନୀ ଭଳି ୧୪ଟି ଦେଶ ସହ ବିମାନ ଉଡ଼ାଣ ସ୍ବାଭାବିକ କରିବ ନାହିଁ ବୋଲି କହିଛି। ଏଭଳି ସ୍ଥିତିରେ ଭାରତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନିମନ୍ତ୍ରଣ କରିବା ଠିକ୍‌ ନୁହେଁ। କାରଣ କୋଭିଡ୍‌-୧୯ର ପ୍ରାରମ୍ଭରେ ଭାରତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଜାରି ରଖିବାରୁ ଦେଶରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଯେତେବେଳେ ନୂତନ ଭାବେ କରୋନା ଭାଇରସ୍‌ର ପ୍ରାଦୁର୍ଭାବ ବୃଦ୍ଧି ପାଇଲା ସେତେବେଳେ ଦେଶରେ ଥିବା ନାଗରିକଙ୍କ ସୁରକ୍ଷା ପରିବର୍ତ୍ତେ ବିଦେଶରୁ ପ୍ରବାସୀମାନଙ୍କୁ ବିମାନ ଯୋଗେ ଘରକୁ ଫେରାଇ ଆଣିବା ହୋଇଯାଇଥିଲା ଭାରତ ସରକାରଙ୍କ ମୂଳ ଲକ୍ଷ୍ୟ। ‘ବନ୍ଦେ ଭାରତ ମିଶନ୍‌’ ନାମରେ ସଂକ୍ରମିତ ଦେଶଗୁଡ଼ିକରୁ ଫେରି ଆସିଥିବା ପ୍ରବାସୀମାନେ ଆଭ୍ୟନ୍ତରୀଣ ସ୍ଥିତିକୁ ଅସମ୍ଭାଳ କରିଦେଇଥିଲେ।
ଓମିକ୍ରନ୍‌ର ସଂକ୍ରମଣ ହାର ଅତି ଭୟଙ୍କର ବୋଲି ଯାହା କୁହାଯାଉଛି, ତାହା ଭାରତ ଭଳି ଦେଶରେ ଦେଖାଦେଲେ ସ୍ଥିତି ବିଗିଡ଼ିଯିବ। ଅଦ୍ୟାବଧି ଭାରତରେ ୧୨୨ କୋଟି ଲୋକଙ୍କୁ କୋଭିଡ୍‌ ପ୍ରତିଷେଧକ ଟିକା ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ପ୍ରଚାର କରାଯାଉଛି। ଏତେସଂଖ୍ୟକ ଭାରତୀୟ ଦୁଇଟି ଯାକ ଟିକା ପାଇସାରିଲେଣି ବୋଲି ବିଶ୍ୱାସ କରିବା କଷ୍ଟକର। ଏଥିସହିତ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କହିବା ଅନୁଯାୟୀ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଓମିକ୍ରନ୍‌ ସଂକ୍ରମଣଠାରୁ ରକ୍ଷା ପାଇବା ସୁନିଶ୍ଚିତ ନୁହେଁ। ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକଙ୍କୁ ଦୁଇ ଡୋଜ୍‌ ଟିକା ଦେଇଥିବା ବେଳେ କେତେକ ଦେଶରେ ତୃତୀୟ ବୁଷ୍ଟର ଡୋଜ୍‌ ଆରମ୍ଭ ହେଲାଣି। ଅନ୍ୟପକ୍ଷରେ ଅନେକ ଆଫ୍ରିକୀୟ ଦେଶରେ ଲୋକେ ପ୍ରଥମ ଡୋଜ୍‌ ଟିକା ପାଇପାରି ନାହାନ୍ତି। ଗରିବ ରାଷ୍ଟ୍ରଗୁଡ଼ିକ ଏଥିପାଇଁ ଅର୍ଥ ଖର୍ଚ୍ଚ କରିପାରୁ ନ ଥିବାରୁ କୋଭିଡ୍‌ ଭୟ ଲାଗି ରହିଛି। ଏଭଳି ସମୟରେ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସେମାନଙ୍କ ପାଇଁ ଆହୁରି ବିପଦ ଆଣିଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଓ ଜାତୀୟ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ କେବଳ ଟିକା ଉପରେ ଜୋର ଦେଉଛନ୍ତି। କୋଭିଡ୍‌ ଟିକା ଏକ ପ୍ରତିଷେଧକ ମାତ୍ର। କିନ୍ତୁ ଏହି କମ୍ପାନୀଗୁଡ଼ିକ ହୁଏତ ନିଜର ଲାଭକୁ ଦୀର୍ଘମିଆଦୀ କରାଇବା ପାଇଁ ଟିକା ସହିତ ଔଷଧ ଦିଗରେ ଗବେଷଣା କରାଉନାହାନ୍ତି। କୋଭିଡ୍‌ ସଂକ୍ରମିତ ବ୍ୟକ୍ତିଙ୍କ ଆରୋଗ୍ୟ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। କେବଳ ପ୍ରତିଷେଧକ ହେଲେ ହେବ ନାହିଁ, ଆରୋଗ୍ୟର ଉପାୟ ବାହାରିଲେ ଯାଇ କୋଭିଡ୍‌ କୋପ କମିବ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ବିଶ୍ୱରେ ଟିକା ଅସମାନତା ଲାଗି ରହିଛି। କେଉଁ ଦେଶରେ ପର୍ଯ୍ୟାପ୍ତ ଟିକା ମିଳୁଥିବା ବେଳେ ଆହୁରି ଅନେକ ରାଷ୍ଟ୍ରରେ ଏହାର ଘୋର ଅଭାବ। ପୂର୍ବରୁ କୁହାଯାଇଛି ଯେ, ଯଦି ବିଶ୍ୱର କୌଣସି କୋଣରେ କାହାଠାରେ କୋଭିଡ୍‌ ଭୂତାଣୁ ରହିଯିବ, ତାହା ହେଲେ ସମଗ୍ର ପୃଥିବୀ କଦାପି ନିରାପଦ ରହିପାରିବ ନାହିଁ। କାରଣ ଏହା ମ୍ୟୁଟେଟ୍‌ ବା ପରିବର୍ତ୍ତନ ହୋଇ ଚାଲିବ। ତେଣୁ ଜି୨୦ ବା ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶଗୁଡ଼ିକରେ ଟିକା ପହଞ୍ଚାଇବାର ଉଦ୍ୟମ କରିବା ଉଚିତ। ଦ୍ୱିତୀୟ ଲହର ବେଳେ ଏହି ପ୍ରସଙ୍ଗ ବିଶ୍ୱବ୍ୟାପୀ ବିତର୍କ ସୃଷ୍ଟି କରିଥିଲା। ଏବେ ଓମିକ୍ରନ୍‌ ତା’ର କାୟା ବିସ୍ତାର କରିବାରୁ ପୁନଶ୍ଚ ସେହି ଆଲୋଚନା ଜୋର ଧରିଲାଣି। ଯେହେତୁ କୋଭିଡ୍‌-୧୯ ଦ୍ୱିତୀୟ ଲହର ଯାଏ ହିସାବ କରାଯାଇ ଟିକା ପ୍ରସ୍ତୁତ କରାଯାଇଛି, ତାହାର ଶକ୍ତି ଓମିକ୍ରନ୍‌ ଭଳି ନୂଆ ରୂପକୁ କାଟିବା ସନ୍ଦେହ ସୃଷ୍ଟି କରୁଛି। ତେଣୁ ଏଭଳି ସ୍ଥଳେ ଭାରତ ନୂଆ ଭାରିଆଣ୍ଟକୁ ପ୍ରତିହତ କରିବା ଲାଗି ବୁଷ୍ଟର ଡୋଜ୍‌ ଉପରେ ଗୁରୁତ୍ୱ ଦେବା ଦରକାର। ଏଥିସହିତ ଅନ୍ତର୍ଜାତୀୟ ଉଡ଼ାଣ ଅତିଶୀଘ୍ର ସମ୍ପୂର୍ଣ୍ଣ ବନ୍ଦ କରାଯିବା ଉଚିତ। ଏହା କେବଳ ବ୍ୟବସାୟିକ ଉଡ଼ାଣରେ ସୀମିତ ରହିବା ପରିବର୍ତ୍ତେ ଘରୋଇ ଉଡ଼ାଣ ଉପରେ ମଧ୍ୟ କଟକଣା ଜାରି ହେବା ଆବଶ୍ୟକ।
କରୋନାର ଦ୍ୱିତୀୟ ଲହର ପରେ ଭୂତାଣୁର ପ୍ରାଦୁର୍ଭାବ କମିଯିବାରୁ ସରକାର ବିଭିନ୍ନ ସ୍ତରରେ କଟକଣାକୁ କୋହଳ କଲେ। କିନ୍ତୁ ନିଜ ଚରିତ୍ରକୁ ବଦଳାଇବା ପରିବର୍ତ୍ତେ ନାଗରିକମାନେ ଏହି କୋହଳକୁ ଦେଖି ଭାବିନେଲେ ଯେ ଭୂତାଣୁ ଦୁର୍ବଳ ହୋଇଗଲା। ସେଥିପାଇଁ ଅନେକେ ମୁହଁରେ ମାସ୍କ ପିନ୍ଧୁ ନାହାନ୍ତି ଓ ଭିଡ଼ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଯେତେବେଳେ ଓମିକ୍ରନ୍‌ ବଡ଼ ବିପଦ ଭାବେ ଉଭା ହେଲାଣି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଜଣାଇ ଦେଇଛି, ସେହି ଦୃଷ୍ଟିରୁ ଜନସାଧାରଣ ଅଧିକ ସତର୍କ ହେବା ଜରୁରୀ ହୋଇପଡ଼ିଲାଣି। ‘ନେଡ଼ି ଗୁଡ଼ କହୁଣିକୁ ବହିଯିବା’ ଭଳି ପରେ ଭାବିଲା ବେଳକୁ ଗାତରେ ପଡ଼ିଯାଇଥିବା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?