ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ୨୦-୩୦ ବର୍ଷ ବୟସର ଯୁବବର୍ଗ, ରହିଛି ଏସବୁ ଲକ୍ଷଣ..

ୱାଶିଂଟନ,୨୨ ।୧୨: କମ୍ ପ୍ରଭାବି କୁହାଯାଉଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଏବେ ତା’ର ଅସଲ ରୂପ ଦେଖାଇବା ଆରମ୍ଭ କଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ଓମିକ୍ରନ୍ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ବି ଚେତାବନୀ ଦେଇଛି କି ଆଗକୁ ଓମିକ୍ରନର ଝଡ ଆସୁଛି । ଏହି ଭାଇରସ ୨୦-୩୦ ବର୍ଷ ବୟସର ଯୁବବର୍ଗଙ୍କୁ ଅଧିକ ପରିମାଣରେ ସଂକ୍ରମିତ କରୁଥିବା କୁହାଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବ୍ରିଟେନରେ ବେସରକାରୀ ଭାବେ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ହେଲେ ସରକାରଙ୍କ ଘୋଷଣାରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ସେହିପରି ଆମେରିକା ଓ ଇସ୍ରାଏଲରେ ବି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଲାଣି । ଓମିକ୍ରନ୍‌ରେ ଆମେରିକାରେ ଏବେ ଯେତିକି ଲୋକ ସଂକ୍ରମିତ ହେଲେଣି ଏହା ମୋଟ ସଂକ୍ରମିତର ୭୩ ପ୍ରତିଶତ ବୋଲି ଜଣାପଡିଛି । ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯଦି ଗୋଟିଏ ଦେଶ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଲ ତେବେବି ଏହା ବିଶ୍ୱ ପାଇଁ ବିପଦ ।
କ’ଣ ରହିଛି ଓମିକ୍ରନର ଲକ୍ଷଣ
ଓମିକ୍ରନ୍ ସଂକ୍ରମିତ ୮୯ ପ୍ରତିଶତଙ୍କ ନିକଟରେ କାଶ, ରାତିରେ ଝାଳ ବୋହିବା, ଗଳା ଦରଜ, ଅନ୍ୟ ଭାରିଏଣ୍ଟ ଭଳି ଜ୍ୱର ମଧ୍ୟ ହେବ । ଆମେରିକାରେ ୪୩ ଜଣଙ୍କ ସିଡିସି ବିଶ୍ଳେଷଣ ଅନୁଯାୟୀ, ଓମିକ୍ରନର ସବୁଠାରୁ ସାଧାରଣ ଲକ୍ଷଣ ହେଲା କାଶ, ଥକାପଣ ଓ ନାକରୁ ବୋହିବା । ଓମିକ୍ରନ୍ ଇମ୍ୟୁନିଟି ସିଷ୍ଟମ ଉପରେ ଅଧିକ ପ୍ରଭାବ ପକାଉଛି । ଯେଉଁମାନେ ୨ ଡୋଜ ଟିକା ନେଇ ସାରିଛନ୍ତି ସେମାନେ ବି ସତର୍କ ରହିବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା…

ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ...

ଥମୁନି ଆମାଜନ ଜଙ୍ଗଲର ନିଆଁ, ସାରା ବିଶ୍ୱରେ ବିରୋଧ ପ୍ରଦର୍ଶନ ଜାରି

ହୁମାଇଟା,୨୫।୮: ସର୍ବବୃହତ ବିଷୁବ ମଣ୍ଡଳୀୟ ଜଙ୍ଗଲ ଆମାଜନର ବହୁ ଅଞ୍ଚଳ ଦୁଇ ସପ୍ତାହ ହେଲା ଜଳୁଛି। ଏହି ନିଆଁ ଲିଭିବାର ନାଁ ଧରୁନି। ବ୍ରାଜିଲ୍‌ ଏବଂ...

ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ...

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି...

ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ

କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ...

ଆଜି ରାଜ୍ୟରୁ ୯୧ ପଜିଟିଭ୍‌ ଚିହ୍ନଟ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୫।୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୬୨୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ...

କୋଭିଡ୍‌ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧: କୋଭିଡ୍‌-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ...

Advertisement
Archives

Model This Week