ଛିଣ୍ଡୁନି ଅଡୁଆ, ବଢୁଛି ଚିନ୍ତା

ଢେଙ୍କାନାଳ ଅଫିସ, ୨୨।୧୨ ଅମଳ ହୋଇ ଖଳାରେ ପଡ଼ିଛି ଧାନ। ଝାଳବୁହା ପରିଶ୍ରମର ମୂଲ୍ୟ ପାଇବାକୁ ଜଗିରହିଛନ୍ତି ଚାଷୀ। ଅଥଚ ଢେଙ୍କାନାଳ ଜିଲାରେ ମଣ୍ଡି କେବେ ଖୋଲିବ ଏବଂ କିପରି ଧାନ କିଣାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏପଟେ ଟୋକନ ଆସି ନ ଥିବାରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ୨୭ ତାରିଖରେ ଧାନ କିଣାଯିବ କି ନାହିଁ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଖରିଫ୍‌ ଧାନକିଣା ଆରମ୍ଭରୁ ଆରମ୍ଭ ହୋଇଛି ଅବ୍ୟବସ୍ଥା। ସରକାରୀ ମାନ୍ୟତା ଦାବିରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ପାକ୍ସ, ଲାମ୍ପ୍‌ସ କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାବେଳେ ଧାନକିଣା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଡକାଯାଇଥିବା ଏକ ଜରୁରୀ ବୈଠକରେ ଆସନ୍ତା ୨୭ ତାରିଖରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବା ବୋଲି ନିଷ୍ପତ୍ତି ହୋଇଛି। ହେଲେ ସମବାୟ ସମ୍ପାଦକମାନେ ଆନ୍ଦୋଳନ ଜାରି ରଖିଥିବାରୁ ପ୍ରଶାସନର ଧାର୍ଯ୍ୟ ତାରିଖରେ ମଣ୍ଡିଖୋଲିବା ଏବଂ ସ୍ବାଭାବିକ ଭାବେ ଧାନ କିଣାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ଯୋଗାଣ ବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତି ଯାଏ ଆନ୍ଦୋଳନରତ ସମ୍ପାଦକଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ନିଷ୍କର୍ଷ ବାହାରି ନ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଧାନକିଣାକୁ ନେଇ ଚାପ ବଢୁଥିବାବେଳେ ପ୍ରଶାସନ ବିକଳ୍ପ ଖୋଜିବା ଆରମ୍ଭ କରିଛି। ଏଭଳି ସଙ୍କଟ ସମୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉପରେ ଭରସା କରିଛି ପ୍ରଶାସନ। ତ୍ୱରିତ ପଦକ୍ଷେପ ସ୍ବରୂପ ଯୋଗାଣ ବିଭାଗ ୫୬ ଏସ୍‌ଏଚ୍‌ଜି ସହିତ ଆଲୋଚନା ଜାରିରଖିଛି। ହେଲେ ଏତେ କମ୍‌ ସମୟ ମଧ୍ୟରେ ଏଚ୍‌ଏଚ୍‌ଜି ଚୟନ, ସେମାନଙ୍କୁ ପ୍ରଶିକ୍ଷଣ, ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିପରି ଧାନକିଣା ପ୍ରକ୍ରିୟା ଚୂଡ଼ାନ୍ତ ହୋଇପାରୁ ନ ଥିବାରୁ ଟୋକନ ଆସିବାରେ ମଧ୍ୟ ଅହେତୁକ ବିଳମ୍ବ ହେଉଛି। ଏକକାଳୀନ ଟୋକନ ଆସି ପହଞ୍ଚତ୍ଲେ ମଣ୍ଡିରେ ଧାନକ୍ରୟକୁ ନେଇ ଅବ୍ୟବସ୍ଥା ବଢ଼ିବ ବୋଲି ଚାଷୀମହଲରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ଯୋଗାଣ ବିଭାଗ ଅଧିକାରୀ ନିରଦ ରଞ୍ଜନ ଦାସ କୁହନ୍ତି, ୨୭ ତାରିଖରେ ଜିଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଛି। ସୋସାଇଟି ସମ୍ପାଦକଙ୍କ ଆନ୍ଦୋଳନ ଜାରି ରହିଥିବାରୁ ସମସ୍ୟା ଉପୁଜିଛି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ଏସ୍‌ଏଚ୍‌ଜିଙ୍କୁ ଯୋଗାଯୋଗ କରାଯାଉଛି। ପ୍ରାଥମିକ କାର୍ଯ୍ୟ ଶେଷ ହେବା ପରେ ଟୋକନ ଆସିବା ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ଖରିଫ୍‌ ଋତୁରେ ଧାନ ବିକ୍ରି କରିବା ଲାଗି ଜିଲାର ୪୯,୩୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମୋଟ୍‌ ୧୧ଲକ୍ଷ ୩୦ହଜାର ୮୮୨ କୁଇଣ୍ଟାଲ ଧାନ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୭ ଏସ୍‌ଏଚ୍‌ଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ବିକ୍ରି, ଫୁଟାଇବା ଉପରେ ଲାଗିପାରେ କଟକଣା: ଆଜି ହାଇକୋର୍ଟଙ୍କୁ ଅବଗତ କରାଇବେ ଏସ୍‌ଆର୍‌ସି

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଆଗକୁ ଦୀପାବଳି ଆସୁଥିବା ବେଳେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟବ୍ୟାପୀ କଟକଣା ଜାରି କରିଛନ୍ତି। ଏହାକୁ ନେଇ ହାଇକୋର୍ଟରେ ମାମଲା...

କେବଳ ପୁରୀ ସହରବାସୀଙ୍କୁ ମିଳିବ ବରାଦି ଅବଢ଼ା

ପୁରୀ ଅଫିସ,୭ା୯: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କୁ ଆଉ ମିଳିବନି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଶାଳାରେ ପୂର୍ବପରି ରନ୍ଧାଯିବ ନାହିିଁ ବରାଦି ଅବଢା। କେବଳ ପୁରୀବାସୀଙ୍କୁ...

ପୁରୀରେ ପହଞ୍ଚିଲା ରଥକାଠ

ପୁରୀ, ଅଫିସ, ୨୩।୩: ପୁରୀରେ ମଙ୍ଗଳବାର ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ରଥ...

ପୋଲିସ ତଦନ୍ତରେ ଶିଥିଳତା ବିରୋଧରେ ରାସ୍ତାରୋକୋ

କେନ୍ଦ୍ରାପଡା ଅଫିସ,୪ା୭: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନୟନବିହାରସ୍ଥିତ ଘରୋଇ ଆବାସିକ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣା ବୁଧବାର ଆନ୍ଦୋଳନର ରୂପ ନେଇଛି । ଏହାର...

ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ

ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ...

ଟ୍ରାକ୍‌କୁ ଫେରୁଛି ଭଲିବଲ୍‌

ଢେଙ୍କାନାଳ ଅଫିସ,୧୮।୫ – ପ୍ରତିଭାବାନ୍‌ ଖେଳାଳିଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା, ସେମାନେ ଯେପରି ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଆଣିବେ ସେଥିଲାଗି...

୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ...

ଅର୍ଥନୀତିକୁ ଗତିଶୀଳ ପାଇଁ ୪କ୍ଷେତ୍ରକୁ ଅଗ୍ରାଧିକାର: ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଚୂଡ଼ାନ୍ତ ରିପୋର୍ଟ

ଭୁବନେଶ୍ୱର,୧୫।୫(ବ୍ୟୁରୋ): କରୋନା ମହାମାରୀର ପରବର୍ତ୍ତୀ ସମୟରେ ଅର୍ଥନୀତି କିପରି ଅଧିକ ଗତିଶୀଳ ହୋଇପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ...

Advertisement
Archives

Model This Week