ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ବହୁ ଲୋକ ନେଇ ନାହାନ୍ତି ଟିକାର ଗୋଟିଏ ବି ଡୋଜ୍‌…

ଜେନେଭା, ୧୩।୧ : ପୃଥିବୀରେ କୋଭିଡ -୧୯ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହାର ସଦ୍ୟତମ ମହାମାରୀ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ସପ୍ତାହରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମିଳିତ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି କହିଛି ଯେ ଗତ ସପ୍ତାହରେ ଦେଢ଼ କୋଟିରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ଏହି ସମୟ ମଧ୍ୟରେ ୪୩,୦୦୦ରୁ ଅଧିକଙ୍କ ମୃତ୍ୟୁ ଘଟିଛି। ତେବେ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଆଫ୍ରିକା ବ୍ୟତୀତ ପୃଥିବୀର ଅଧିକାଂଶ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଫ୍ରିକାରେ, ସଂକ୍ରମଣରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ କହିଛନ୍ତି ଯେ ଗତ ସପ୍ତାହରେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିଛି। ଓମିକ୍ରନ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି। ଓମିକ୍ରନ ସଂକ୍ରମଣ ଡେଲ୍‌ଟାକୁ ବଳି ଯାଇଛି।

ଓମିକ୍ରନ ଯୋଗୁ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କଠାରେ ପୁନର୍ବାର ସଂକ୍ରମଣ ଘଟୁଛି। ସେହିପରି ଯେଉଁମାନଙ୍କର ଟିକାକରଣ କରାଯାଇଛି, ସେମାନେ ମଧ୍ୟ କରୋନାର ଓମିକ୍ରନ୍‌ ଭାରିଆଣ୍ଟ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି ବୋଲି ସେ କହିଛନ୍ତି।

ଆକଳନଗୁଡିକ ଦର୍ଶାଉଛି ଯେ ଓମିକ୍ରନ୍‌ ସଂକ୍ରମଣ ଅଧିକ ବେଗରେ ବିସ୍ତାର କରୁଛି । ୧ ଡିସେମ୍ବର ୨୦୨୧ରେ, ୬ ଲକ୍ଷ ୭୮ହଜାର ମାମଲା ରେକର୍ଡ ହୋଇଥିଲା। ୨୦୨୨ ଜାନୁୟାରୀ ୧ ରେ ୧୭ ଲକ୍ଷ ୭୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୧୨ ଜାନୁୟାରୀ ୨୦୨୨ ରେ, ଏହି ସଂଖ୍ୟା ୨୮ ଲକ୍ଷ ୪୬ ହଜାରକୁ ବୃଦ୍ଧି ପାଇଛି। ମାତ୍ର ୧୨ ଦିନରେ ଦୈନିକ ସଂକ୍ରମଣରେ ୯ ଲକ୍ଷ ବୃଦ୍ଧି ଘଟିଛି। ସଂକ୍ରମଣରେ ପୂର୍ବ ଲହର ତୁଳନାରେ ତିନି ଗୁଣାରୁ ଅଧିକ ବୃଦ୍ଧି ଦୃଷ୍ଟି ଗୋଚର ହୋଇଛି।

କରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ଦେଶରେ ଟିକାକରଣ ଅଭିଯାନ ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଏକ ବୃହତ୍‌ ଜନସଂଖ୍ୟାଙ୍କର ଟିକାକରଣ ହୋଇନାହିଁ । ଆଫ୍ରିକାର ଜନସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ଏପର୍ଯ୍ୟନ୍ତ ଗୋଟିଏ ବି ଡୋଜ୍‌ ପାଇନାହାଁନ୍ତି।

ଏପରିସ୍ଥଳେ ଆମେରିକା ସ୍ବାସ୍ଥ୍ୟ ସଂଗଠନ ଓମିକ୍ରନକୁ ହାଲୁକା ଭାବେ ନ ନେବାକୁ ଚେତାବନୀ ଦେଇଛି। ଏଭଳି ଭୁଲ ନକରି କରୋନା ମାର୍ଗଦର୍ଶିକାକୁ ସାବଧାନତାର ସହିତ ପାଳନ କରିବା ଲାଗି ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?