୧୩ ଦେଶରେ ପହଞ୍ଚିଲା ଓମିକ୍ରନ: ବିଦେଶୀଙ୍କ ପାଇଁ ଜାପାନ ମନା

ନୂଆଦିଲ୍ଲୀ/ଟୋକିଓ /ଲିସବନ,୩୦ ।୧୧: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ୧୩ଟି ଦେଶରେ ପହଞ୍ଚି ସାରିଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ କୁହାଯାଇଛି କି ଓମିକ୍ରନ ଆକ୍ରାନ୍ତ ଦେଶରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ସହ ଏଠାରୁ ଭାରତ ଆସୁଥିବା ଯାତ୍ରୀଙ୍କର କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ଓ ଏମାନେ ୭ ଦିନ କ୍ୱାରାଣ୍ଟାଇନରେ ରହିବା ବି ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଜାପାନ ବିଦେଶଯାତ୍ରୀଙ୍କ ପାଇଁ ତା’ର ସୀମା ବନ୍ଦ ରଖିବାକୁ ସୋମବାର ଘୋଷଣା କରିଛି । ବିଶ୍ୱର ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଥିବା ଦେଶ ଓମିକ୍ରନ ପାଇଁ ଏଭଳି ନିଷ୍ପତ୍ତି ନେଇଛି । ତେବେ ଇସ୍ରାଏଲ ପରେ ଜାପାନ ଓମିକ୍ରନକୁ ନେଇ ସବୁଠାରୁ କଠୋର ପଦକ୍ଷେପ ନେଇଛି । କାରଣ ଓମିକ୍ରନ ପାଇଁ ଇସାଏଲ ପ୍ରଥମେ ତା’ର ସୀମା ସିଲ୍ କରିବା କଥା ଘୋଷଣା କରିଥିଲା । ଜାପାନର ପ୍ରଧାନମନ୍ତ୍ରୀ ଫୁମୁୟୋ କିଶିଦା କହିଛନ୍ତି ସବୁଠାରୁ ଖରାପ ସ୍ଥିତିକୁ ରୋକିବାକୁ ଜାପାନ ମଙ୍ଗଳବାରଠାରୁ ବିଦେଶିଙ୍କ ପାଇଁ ତା’ର ସୀମା ବନ୍ଦ କରିଦେବ । ସେ ଏହାକୁ ଅସ୍ଥାୟୀ ଓ ଅସାଧାରଣ ଉପାୟ କହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହା ଜରୁରୀ ବୋଲି କହିଛନ୍ତି ।
ଓମିକ୍ରନ ଏବେ ସ୍କଟଲ୍ୟାଣ୍ଡ, ପର୍ତ୍ତୁଗାଲ, ଅଷ୍ଟ୍ରେଲିୟା, ବେଳଜିୟମ, ବୋସ୍ତୱାନା, ବ୍ରିଟେନ, କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ଇଟାଲୀ, ନେଦରଲ୍ୟାଣ୍ଡସରେ ପହଞ୍ଚିଥିବା ସୂଚନା ରହିଛି । ଏହା ଅନ୍ୟ ସମସ୍ତ ଭାରିଏଣ୍ଟଠାରୁ ମାରାତ୍ମକ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି କିଛି ଦେଶରେ ଏହା ଭୟାବହ ହେବ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଦେଶ ଏଥିପାଇଁ ଭିନ୍ନ ଭିନ୍ନ ଗାଇଡଲାଇନ ଜାରି କରୁଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହା ପ୍ରଥମେ ଦେଖାଦେଇଥିବାରୁ ଏବେ ଅନେକ ଦେଶ ଦକ୍ଷିଣ ଆଫ୍ରିକା ଯାତ୍ରାକୁ ବାରଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

ପ୍ରତ୍ୟାହାର ହେଲା ରମଜାନ ପାଇଁ ମୁସଲିମ ଷ୍ଟାଫଙ୍କୁ ସାମୟିକ ବ୍ରେକ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୪: ରମଜାନ ମାସରେ ମୁସଲିମ କର୍ମକର୍ତ୍ତାଙ୍କୁ ପ୍ରତ୍ୟେକ ଦିନ ଦୁଇ ଘଣ୍ଟାର ବ୍ରେକ୍‌ ଦିଆଯିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି ଦିଲ୍ଲୀ ଜଳ ବୋର୍ଡ(ଡିଜିବି)। ଏ...

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…

ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ...

ପୁଣି ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୫।୩: ଜମ୍ମୁ-କଶ୍ମୀରରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଲାଓପୋରାଠାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୨ଜଣ ଯବାନ ଶହୀଦ ହୋଇଥିବା...

ରାଜ୍ୟପାଳଙ୍କ ପାଖରେ ଆମକୁ ଭେଟିବାକୁ ସମୟ ନାହିଁ: ସଞ୍ଜୟ ରାଓ୍ବତ

ମୁମ୍ବାଇ,୨୫।୩: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ...

ମହଙ୍ଗା ଯୋଗୁ ଲୋକେ ଗାଡ଼ି କିଣୁନାହାନ୍ତି: ମାରୁତି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧-୯:ଓଲା,ଉବର କ୍ୟାବ୍‌ ଯୋଗୁ ଦେଶରେ କାର୍‌ ବିକ୍ରି ପ୍ରଭାବିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହନ୍ତି ମାରୁତି ସୁଜୁକି ଅଧ୍ୟକ୍ଷ...

ଭାଲେଣ୍ଟାଇନ୍‌ ଡେ’ରେ ଉତ୍‌କ୍ଷେପଣ ହେବ ଇଓଏସ୍‌-୪ …

ଶ୍ରୀହରିକୋଟା, ୯।୨ : ୟୁକ୍ରେନ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍‌ ୫ଟା...

ମନ୍ଦିର ପରିଚାଳନାରେ ରାଜପରିବାରର ବି ରହିଛି ଅଧିକାର: ସୁପ୍ରିମକୋର୍ଟ

ଥିରୁଭାନନ୍ତପୁରମ,୧୩।୭: ପଦ୍ମନାଭସ୍ବାମୀ ମନ୍ଦିରର ପରିଚାଳନା କ୍ଷେତ୍ରରେ ତ୍ରାବଣକୋର ରାଜପରିବାରର ମଧ୍ୟ ଅଧିକାର ରହିଛି। ସୋମବାର ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇବା ସହ ରାଜପରିବାରର ଅଧିକାରକୁ ମାନ୍ୟତା...

Advertisement
Archives

Model This Week