ଶେଷ ହୋଇନି ଓମିକ୍ରନ୍‌, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓର ଅଧିକାରୀ ମାରିଆ ୱେନ କହିଛନ୍ତି। ବହୁ ଦେଶରେ କରୋନା ଟିକାକରଣ ହାର ବହୁତ କମ ରହିଛି। ଏପରି ଏକ ସଙ୍କଟ ଜନକ ସମୟରେ ସମସ୍ତ କଟକଣା ଏକାସାଙ୍ଗରେ ହଟାଯିବା ଉଚିତ୍‌ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

ମାରିଆ ୱେନଙ୍କ ଅନୁଯାୟୀ, ଆମେ ସବୁବେଳେ ସମସ୍ତ ଦେଶକୁ ନିବେଦନ କରୁଛୁ ଯେ ଧୀରେ ଧୀରେ କରୋନା କଟକଣାକୁ କୋହଳ କରନ୍ତୁ। ଓମିକ୍ରନ୍‌ ଭୂତାଣୁ ବେଶ୍‌ ଶକ୍ତିଶାଳୀ। ଡବ୍ଲ୍ୟୁଏଚ୍‌ଓର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ଙ୍କ ଅନୁଯାୟୀ, କେତେକ ଦେଶରେ ଏକ ଧାରଣା ରହିଛି ଯେ ଟିକାକରଣ ହାର ବଢ଼ିବା ସହିତ ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ କମ୍‌ ସାଂଘାତିକ ଯୋଗୁ ସମ୍ଭାବ୍ୟ ଏହି ବିପଦକୁ ରୋକାଯାଇପାରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଓମିକ୍ରନ୍‌ ନିଶ୍ଚିତ ଭାବରେ ଅତ୍ୟଧିକ ସଂକ୍ରାମକ କିନ୍ତୁ ଅଧିକ ସାଂଘାତିକ ନୁହେଁ । ତେଣୁ ଚିନ୍ତା କରିବାର ଆବଶ୍ୟକତା ବି ରହିଛି। ସଂକ୍ରମଣ ବୃଦ୍ଧି ହେତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ...

ସିଙ୍ଗାପୁର ଗବେଷକଙ୍କ ପୂର୍ବାନୁମାନ: କରୋନାର ବିଦାୟ ତାରିଖ ଜଣାଇଲା ଅଧ୍ୟୟନ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମଣରେ ସାରା ବିଶ୍ୱରେ ପ୍ରାୟ ୫୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଥିରେ...

ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ...

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ...

୧୫ ସ୍ଥାନରେ ଦେଶର ୬୦% କରୋନା ରୋଗୀ

ନୂଆଦିଲ୍ଲୀ,୨୯ା୪: ଦିଲ୍ଲୀ ଓ ମୁମ୍ବାଇ ସମେତ ୧୫ ସ୍ଥାନରେ ଦେଶର ୬୦ ପ୍ରତିଶତ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ନୀତି ଆୟୋଗର ତଥ୍ୟରେ ଏହା ଦର୍ଶାଯାଇଛି।...

କନ୍ଦାଉଛି କରୋନାଭାଇରସରେ ପୀଡିତ ବୃଦ୍ଧ ଦମ୍ପତିଙ୍କ ଶେଷ ଗୁଡବାୟ ଭିଡିଓ

ବେଜିଂ,୪।୨: ସାରା ବିଶ୍ୱକୁ ଡରାଉଛି କରୋନାଭାଇରସ। ଚାଇନାରେ ଏବେ କରୋନାଭାଇରସରେ ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ...

ଭୁଲ୍‌ରେ ଖସାଇଥିଲୁ ୟୁକ୍ରେନ ବିମାନ: ବୋଇଂ ୭୩୭ ଦୁର୍ଘଟଣା ନେଇ ଦୋଷ ମାନିଲା ଇରାନ

ତେହେରାନ, ୧୨ା୧ (ଏଏଫ୍‌ପି/ ଆଇଏଏନ୍‌ଏସ୍‌): ଶେଷରେ ଦୋଷ ସ୍ବୀକାର କରିଛି ଇରାନ। ୮ ତାରିଖରେ ୟୁକ୍ରେନ ବିମାନକୁ ଭୁଲବଶତଃ ମିଶାଇଲ ମାଡ଼ କରି ଖସାଇଦେଇଥିବା ଶନିବାର...

ଘରେ ପହଞ୍ଚିବ ଔଷଧ

ନୂଆଦିଲ୍ଲୀ,୨୭ା୩: ଦେଶରେ କରୋନା ଭାଇରସ୍‌ ସଂକ୍ରମ ବଢ଼ିବାରେ ଲାଗିଥିବାରୁ ଔଷଧଗୁଡ଼ିକର ହୋମ୍‌ ଡେଲିଭରିକୁ କେନ୍ଦ୍ର ସରକାର ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ଲକ୍‌ଡାଉନ୍‌ ସମୟରେ ଲୋକଙ୍କୁ...

Advertisement
Archives

Model This Week