ଶେଷ ହୋଇନି ଓମିକ୍ରନ୍‌, କଟକଣା ହଟାଇବା ନେଇ ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓର ଅଧିକାରୀ ମାରିଆ ୱେନ କହିଛନ୍ତି। ବହୁ ଦେଶରେ କରୋନା ଟିକାକରଣ ହାର ବହୁତ କମ ରହିଛି। ଏପରି ଏକ ସଙ୍କଟ ଜନକ ସମୟରେ ସମସ୍ତ କଟକଣା ଏକାସାଙ୍ଗରେ ହଟାଯିବା ଉଚିତ୍‌ ନୁହେଁ ବୋଲି ସେ ଚେତାବନୀ ଦେଇଛନ୍ତି।

ମାରିଆ ୱେନଙ୍କ ଅନୁଯାୟୀ, ଆମେ ସବୁବେଳେ ସମସ୍ତ ଦେଶକୁ ନିବେଦନ କରୁଛୁ ଯେ ଧୀରେ ଧୀରେ କରୋନା କଟକଣାକୁ କୋହଳ କରନ୍ତୁ। ଓମିକ୍ରନ୍‌ ଭୂତାଣୁ ବେଶ୍‌ ଶକ୍ତିଶାଳୀ। ଡବ୍ଲ୍ୟୁଏଚ୍‌ଓର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ଙ୍କ ଅନୁଯାୟୀ, କେତେକ ଦେଶରେ ଏକ ଧାରଣା ରହିଛି ଯେ ଟିକାକରଣ ହାର ବଢ଼ିବା ସହିତ ଏବଂ ଓମିକ୍ରନ୍‌ ଭାରିଆଣ୍ଟ୍‌ କମ୍‌ ସାଂଘାତିକ ଯୋଗୁ ସମ୍ଭାବ୍ୟ ଏହି ବିପଦକୁ ରୋକାଯାଇପାରିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଓମିକ୍ରନ୍‌ ନିଶ୍ଚିତ ଭାବରେ ଅତ୍ୟଧିକ ସଂକ୍ରାମକ କିନ୍ତୁ ଅଧିକ ସାଂଘାତିକ ନୁହେଁ । ତେଣୁ ଚିନ୍ତା କରିବାର ଆବଶ୍ୟକତା ବି ରହିଛି। ସଂକ୍ରମଣ ବୃଦ୍ଧି ହେତୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍‌ରେ ବିକ୍ଷୋଭ

ଲଣ୍ଡନ,୧୦ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି।…

ଡିମେନ୍‌ସିଆ ଥିବା ଲୋକଙ୍କଠାରେ ଭିଟାମିନ ଅଭାବ

ନୂଆଦିଲ୍ଲୀ,୧୦।୬(ପିଟି):ସାଧାରଣ ଲୋକଙ୍କ ଅପେକ୍ଷା ସ୍ମୃତିଶକ୍ତି ହ୍ରାସ(ଡିମେନ୍‌ସିଆ) ରୋଗର ସମ୍ଭାବନା ଅଧିକ ଥିବା ଲୋକଙ୍କ ଠାରେ ଭିଟାମିନ ଅଭାବ ଅଧିକ ଦେଖାଯାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେଲଙ୍ଗାନାର…

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି।…

ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ, ଆର୍ଥିକ,ଆଇନଗତ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର, ୯।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁରର ଆନୁକୂଳ୍ୟରେ ମଙ୍ଗଳବାର ଭଞ୍ଜନଗରସ୍ଥିତ ଆର୍‌.ଏମ୍‌.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ସମ୍ବନ୍ଧୀୟ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri