Posted inଜାତୀୟ

ଓମ ବିର୍ଲା ନା ସୁରେଶ, କାହାକୁ ସମର୍ଥନ ଦେବେ ଜଗମୋହନ ରେଡ୍ଡୀ, କହିଦେଲେ…

ନୂଆଦିଲ୍ଲୀ,୨୬।୬:ଲୋକସଭା ବାଚସ୍ପତି ପଦ ବୁଧବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ତଥା ଭାଜପା ଏମପି ଓମ ବିର୍ଲାଙ୍କ ସହ କଂଗ୍ରେସର କେ ସୁରେଶଙ୍କ ସହ ଆଜି କଡ଼ା ମୁକାବିଲା ହେବାକୁ ଯାଉଛି।
ଏଭଳି ପରିସ୍ଥିତିରେ ଏନଡିଏ ଏବଂ ବିରୋଧୀ ଦଳ ଇଣ୍ଡିଆ ମଧ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି ସ୍ପଷ୍ଟ ହୋଇଛି। କିନ୍ତୁ ସଂସଦରେ ଅନେକ ଦଳ ଅଛନ୍ତି ଯେଉଁମାନେ କୌଣସି ମେଣ୍ଟର ଅଂଶ ନୁହଁନ୍ତି। ଏଭଳି ଏକ ଦଳ ହେଉଛି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ YS ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ଓ୍ବାଇଏସଆରସି।

YSR କଂଗ୍ରେସ କାହାକୁ ସମର୍ଥନ ଜଣାଇବ ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ରେଡ୍ଡୀ ଏନଡିଏ ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ କରିପାରନ୍ତି। ଦଳର ଚାରିଜଣ ଲୋକ ସଭା ଏମପି ଅଛନ୍ତି। ତେବେ ଦଳର ରାଜମ୍ପେଟ ଏମପି ପିଭି ମିଡୁନ ରେଡ୍ଡୀ କହିଛନ୍ତି ଯେ, YSRCP ଏପର୍ଯ୍ୟନ୍ତ ଏହାର ନିଷ୍ପତ୍ତି ଘୋଷଣା କରିନାହିଁ। ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇ ସେ କହିଛନ୍ତି, ସରକାରୀ ଭାବେ ଆମେ ଆମର ନିଷ୍ପତ୍ତି ଘୋଷଣା କରିନାହୁଁ କିନ୍ତୁ ଏନଡିଏ ପ୍ରାର୍ଥୀଙ୍କ ପାଇଁ ଆମର ସମର୍ଥନ ସ୍ବାଭାବିକ ଭାବେ ହେବ। ଏହା ବ୍ୟତୀତ YSRCP ଏମପି ବିରୋଧୀ ଇଣ୍ଡିଆ ମେଣ୍ଟ ସହିତ ଯୋଗାଯୋଗରେ ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି।

ଅନ୍ୟ ଜଣେ ବରିଷ୍ଠ YSRCP ନେତା କହିଛନ୍ତି, ପୂର୍ବରୁ ଏନଡିଏର ନିଷ୍ପତ୍ତିକୁ ଦଳ କେବେ ବିରୋଧ କରି ନ ଥିଲା ଏବଂ ବର୍ତ୍ତମାନ ସମାନ ଷ୍ଟାଣ୍ଡ ମଧ୍ୟ ଗ୍ରହଣ କରାଯିବ। କହିରଖୁଛୁ କି, ଲୋକ ସଭା ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀମାନେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲେ ଯେତେବେଳେ ଭାଜପା ଡେପୁଟି ସ୍ପିକର ପଦ ପାଇଁ ଅରାଜି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri