Posted inଖେଳ

ଅଲିମ୍ପିକ୍ସ ଉଦ୍‌ଯାପିତ, ଭାରତକୁ ୬ ପଦକ

ପ୍ୟାରିସ, ୧୨।୮: ପ୍ୟାରିସ୍‌ ଅଲିମ୍ପିକ୍ସ ରବିବାର ଉଦ୍‌ଯାପିତ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜଗତର ଏହି ମହା ପ୍ରତିଯୋଗିତା ଏକାଧିକ କାରଣ ପାଇଁ ବିବାଦ ଘେରରେ ରହିଥିବାବେଳେ ସଫଳ ଆୟୋଜନର ସ୍ମରଣୀୟ ସ୍ମୃତି ଛାଡ଼ିଛି। ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ ଭାରତ ୬ ପଦକ ସହ ଅଭିଯାନ ଶେଷ କରିଛି। ଏଥର ଯଦିଓ ସ୍ବର୍ଣ୍ଣ ପଦକ ବିଜୟ ସମ୍ଭବ ହୋଇ ନ ଥିଲା ତେବେ ଭାରତୀୟ ଆଥ୍‌ଲେଟମାନେ ଗୋଟିଏ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ପାଇ ଦେଶକୁ ଗର୍ବିତ କରିଛନ୍ତି। ଆଥ୍‌ଲେଟିକ୍ସର ଜାଭେଲିନ୍‌ ଥ୍ରୋରୁ ରୌପ୍ୟ ପଦକଟି ଆସିଥିବାବେଳେ ଶୁଟିଂରୁ ୩ଟି ଏବଂ ପୁରୁଷ ହକି ଓ ରେସଲିଂରୁ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ମିଳିଛି।

ଭାରତ ପାଇଁ ପଦକ ଅଭିଯାନ ଆରମ୍ଭ କରିଥିଲେ ତାରକା ମହିଳା ଶୁଟର ମନୁ ଭାକର। ସେ ଜୁଲାଇ ୨୮ରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସି ଭରିଥିଲେ। ଗୋଟିଏ ପଦକରେ ସନ୍ତୁଷ୍ଟ ହୋଇ ନ ଥିଲେ ଭାକର। ଜୁଲାଇ ୩୦ରେ ଅନୁଷ୍ଠିତ ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସରବଜୋତ ସିଂଙ୍କ ସହ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଗଷ୍ଟ ୧ରେ ଶୁଟିଂ ଇଭେଣ୍ଟରୁ ଭାରତକୁ ମିଳିଥିଲା ୩ୟ ବ୍ରୋଞ୍ଜ ପଦକ। ଏଥର ସଫଳତା ତାଲିକାରେ ସାମିଲ ହୋଇଥିଲେ ସ୍ବପ୍ନିଲ କୁସାଲ। ସେ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ-ପୋଜିଶନ୍ସ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅଗଷ୍ଟ ୮ରେ ଭାରତକୁ ଡବଲ ପଦକ ମିଳିଥିଲା। ପୁରୁଷ ହକି ଦଳ ସ୍ପେନ୍‌କୁ ୨-୧ ଗୋଲରେ ହରାଇ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବଜାୟ ରଖିଥିବାବେଳେ ଗୋଲ୍ଡେନ ବୟ ନୀରଜ କୁମାର ଏଥର ପୁରୁଷ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥିସହ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ଏକାଧିକ ପଦକ ଜିତିବାରେ ସେ ଭାରତର ସବୁଠାରୁ ସଫଳ ପ୍ରତିଯୋଗୀ ହୋଇ ଯାଇଥିଲେ। ଅଗଷ୍ଟ ୯ରେ ରେସଲିଂରୁ ମିଳିଥିଲା ଭାରତକୁ ୬ଷ୍ଠ ତଥା ଅନ୍ତିମ ପଦକ। ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ ରେସଲିଂରେ ଅମନ ସେରାଓ୍ବତ ଏହି ସଫଳତା ପାଇଥିଲେ।

ଅଲିମ୍ପିକ୍ସରେ ଭାରତୀୟଙ୍କ ସଫଳତାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭିନେସ ଫୋଗଟଙ୍କ ଘଟଣା କ୍ରୀଡ଼ାପ୍ରେମୀଙ୍କ ମନରେ ଦୁଃଖ ଭରିଥିଲା। ମହିଳା ଫ୍ରିଷ୍ଟାଇଲ ୫୦ କେଜି ଇଭେଣ୍ଟରେ ଭିନେସ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ଏବଂ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚ୍‌ଙ୍କୁ ୭-୫ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ଏହି ପର୍ଯ୍ୟାୟରେ ସେ କ୍ୟୁବାର ୟୁସ୍ନେଲିସ ଗୁଜମାନଙ୍କୁ ୫-୦ରେ ହରାଇ ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ। ତେବେ ଅନ୍ତିମ ପର୍ଯ୍ୟାୟ ଲଢ଼େଇ ପୂର୍ବରୁ ହୋଇଥିବା ଓଜନ ମାପରେ ସେ ୧୦୦ ଗ୍ରାମ୍‌ ଅଧିକ ରହିଥିବା ଜଣା ପଡ଼ିଥିଲା। ଫଳରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ଏବଂ ସେ ଫାଇନାଲ ଲଢ଼ିବାରୁ ବଞ୍ଚତ୍ତ ହୋଇଥିଲେ। ସେ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଉ ବୋଲି ଭିନେଶ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌)ର ଦ୍ୱାରସ୍ଥ ହୋଇଛନ୍ତି। କାସ୍‌ର ଆଡ୍‌ହକ ଡିଭିଜନ ମାମଲାର ଶୁଣାଣିକୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଫଳରେ ଭାରତର ଏହି ସାହସୀ ରେସଲର ପଦକ ପାଇବେ କି ନାହିଁ ତାହା କାସ୍‌ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ। ଭିନେଶ ଫୋଗଟ ବନାମ ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ମାମଲା ଉପରେ ନିଷ୍ପତ୍ତି ନେବେ କାସ୍‌ର ଏକକ ଆର୍ବିଟ୍ରେଟର ବିଚାରପତି ଡକ୍ଟର ଆନାବେଲ ବେନେଟ। ଏହି ମାମଲାରେ ହାଇପ୍ରୋଫାଇଲ ସିନିୟର ଆଡ୍‌ଭୋକେଟ ହରିଶ ସାଲ୍‌ଭେ ଓ ବିଦୁସ୍ପାତ ସିଂଘାଣିଆ ଭିନେଶଙ୍କ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି।

ଭାରତ ପ୍ୟାରିସ୍‌ରୁ ୬ ପଦକ ପାଇଥିବାବେଳେ ଅନ୍ୟ କେତେକ ଇଭେଣ୍ଟରେ ଅଳ୍ପକେ ବଞ୍ଚତ୍ତ ହୋଇଛି। ପଦକର ନିକଟତର ହୋଇ ଅଧଡଜନେରୁ ଊର୍ଦ୍ଧ୍ୱ ଭାରତୀୟ ପ୍ରତିଯୋଗୀ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୁରୁଷ ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅର୍ଜୁନ ବବୁତା, ମିକ୍ସଡ ଟିମ୍‌ ଆର୍ଚେରୀ ଇଭେଣ୍ଟରେ ଧୀରଜ ବୋମ୍ମାଦେଭରା ଓ ଅଙ୍କିତା ଭକତ, ମହିଳା ୨୫ ମିଟର ପିସ୍ତଲରେ ମନୁ ଭାକର, ପୁରୁଷ ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନରେ ଲକ୍ଷ୍ୟ ସେନ୍‌, ଶୁଟିଂର ମିକ୍ସଡ ଟିମ୍‌ ସ୍କେଟ୍‌ ଇଭେଣ୍ଟରେ ଅନନ୍ତଜିତ ସିଂ ଓ ମାହେଶ୍ୱରୀ ଚୌହାନ ଏବଂ ୪୯ କେଜି ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ। ମହିଳା ୨୫ ମିଟର ପିସ୍ତଲରେ ପଦକ ଜିତିଥିଲେ ଗୋଟିଏ ଅଲିମ୍ପିକ୍ସରେ ୩ଟି ପଦକ ହାସଲରେ ବିରଳ ଭାରତୀୟ ରେକର୍ଡର ଅଧିକାରୀ ହୋଇଥାନ୍ତେ ମନୁ ଭାକର।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri