Posted inଖେଳ

ଅଲିମ୍ପିକ୍ସ ମହିଳା ବକ୍ସିଂ: ପଦାର୍ପଣରେ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ,୩୧।୮(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସର ଲଭଲିନା ବୋରଗୋହେନ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଆସାମର ଏହି ତାରକା ମହିଳା ବକ୍ସର ୬୯ କେ.ଜି. ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ପୂର୍ବତନ ବିଶ୍ୱ ଚାମ୍ପିୟନ ଚାଇନିଜ ତାଇପେର ନିଏନ- ଚିନ ଚେନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିସହ ସେ ବକ୍ସିଂରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରିବା ସ୍ପଷ୍ଟ ହୋଇଛି।
୨୩ ବର୍ଷୀୟା ଲଭଲିନା ୩ ରାଉଣ୍ଡ ବିଶିଷ୍ଟ ବାଉଟ୍‌ରେ ୪-୧ ବ୍ୟବଧାନରେ ଚେନ୍‌ଙ୍କୁ ହରାଇଛନ୍ତି। ପ୍ରଥମ ରାଉଣ୍ଡରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଦ୍ୱିତୀୟ ରାଉଣ୍ଡରେ ଲଭଲିନା ଏକତରଫା ଭାବେ ଜିତିଥିଲେ। ତୃତୀୟ ରାଉଣ୍ଡରେ ତାଙ୍କୁ କେବଳ ଡିଫେନ୍ସ କରିବାର ଥିଲା। ଏହି ରାଉଣ୍ଡରେ ୪ଜଣ ଜଜ୍‌ ତାଙ୍କୁ ୧୦ ପଏଣ୍ଟ ଦେଇଥିଲେ। ଫଳରେ ସେ ବିଜୟୀ ହୋଇଥିଲେ। ସେମିଫାଇନାଲରେ ଲଭଲିନା ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ଏକନମ୍ବର ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କୁ ଭେଟିବେ। ବୁସେନାଜ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ବାଉଟ୍‌ରେ ୟୁକ୍ରେନର ଆନ୍ନା ଲିସେଙ୍କୋଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି। ଲଭଲିନା ବିଶ୍ୱ ର଼୍ୟାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ରହିଛନ୍ତି।
ଆସାମର ପ୍ରଥମ ମହିଳା ବକ୍ସର ଭାବେ ଲଭଲିନା ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ। ସେ ପୂର୍ବରୁ ୨ଥର ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ। କ୍ୱାର୍ଟରରେ ସେ ଧୈର୍ଯ୍ୟ ଓ ଶାନ୍ତ ସ୍ବଭାବ ଆଚରଣ କରି ଚେନ୍‌ଙ୍କୁ ଚକ୍‌ମା ଦେଇଥିଲେ। ପୂର୍ବରୁ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ରେ ଚେନ୍‌ ଲଭଲିନାଙ୍କୁ ହରାଇଥିଲେ। ଏବେ ଲଭଲିନା ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ୫ ଫୁଟ ୧୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ଲଭଲିନା ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ବାଉଟ୍‌ର ଅନ୍ତିମ ୩ ମିନିଟ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କାଉଣ୍ଟର ଆଟାକ କରିବାକୁ ମନସ୍ଥ କରିଥିଲେ ମଧ୍ୟ ନିଜର ଡିଫେନ୍ସକୁ ଦୃଢ କରିଥିଲେ ଓ ଚେନ୍‌ଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ନିଜ ଉଚ୍ଚତାର ଫାଇଦା ଉଠାଇଥିଲେ ଲଭଲିନା। ପୂର୍ବରୁ ଆକ୍ରମଣାତ୍ମକ ଖେଳି ସେ ଚେନ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ତେଣୁ ଏହି ମୁକାବିଲାରେ ସେ ଭିନ୍ନ ରଣନୀତି ଆପଣେଇଥିଲେ ବୋଲି ଜାତୀୟ ବକ୍ସିଂ କୋଚ୍‌ ମହମ୍ମଦ ଅଲି କମାର କହିଛନ୍ତି। ଧୈର୍ଯ୍ୟର ସହ ଛିଡା ହେବା ସହ ନିକଟକୁ ଆସିବାକୁ ଚେନ୍‌ଙ୍କୁ ସୁଯୋଗ ଦେବାକୁ ଲଭଲିନାଙ୍କୁ ପରାମର୍ଶ ଦିଆଯାଇଥିଲା। ସେ ଆଦୌ ଉତ୍ସାହିତ ହୋଇ ନ ଥିଲେ ଓ ନିଜର ରଣନୀତିକୁ ସଫଳତା ଭାବେ କାର୍ଯ୍ୟକାରୀ କରିଥିଲେ ବୋଲି କମାର କହିଛନ୍ତି।
ଲଭଲିନା ଗତବର୍ଷ କୋଭିଡ୍‌-୧୯ର ଶିକାର ହୋଇଥିଲେ। ଫଳରେ ୟୁରୋପରେ ଟ୍ରେନିଂ ନେବାରୁ ବଞ୍ଚିତ ହୋଇଥିଲେ। ମା’ ମାମୋନି ବୋରଗୋହେନଙ୍କ କିଡ୍‌ନୀ ପ୍ରତିରୋପଣ ହୋଇଥିଲା। ତାଙ୍କୁ ଦେଖିବାକୁ ହସ୍ପିଟାଲ ଯାଇଥିବା ବେଳେ ଲଭଲିନା ସଂକ୍ରମିତ ହୋଇଥିଲେ। ତାଙ୍କ ବାପା ଜଣେ ଛୋଟ ବ୍ୟବସାୟୀ। ବଡ଼ ଭଉଣୀ ମଧ୍ୟ ଜଣେ କିକ୍‌ ବକ୍ସର।
ଆସାମର ଗୋଲାଘାଟ ଜିଲାରେ ପ୍ରତିଭା ଅନ୍ବେଷଣ କରିବା ବେଳେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ ପଦୁମ ବୋରୋ ଲଭଲିନାଙ୍କୁ ଚିହ୍ନଟ କରିଥିଲେ। ଏହାପୂର୍ବରୁ ସେ ପ୍ରଥମେ ଜଣେ କିକ୍‌ ବକ୍ସର ଭାବେ ଖେଳ ଆରମ୍ଭ କରିଥିଲେ। କିନ୍ତୁ ବକ୍ସିଂକୁ ଆପଣାଇବା ପରେ ସେ ପଛକୁ ଫେରି ଚାହିଁନାହାନ୍ତି। ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପଦାର୍ପଣ କରି ବ୍ରୋଞ୍ଜ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୯ରେ ସେ ଆଉ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ମଧ୍ୟ ଦୁଇଥର ଏସିଆନ ଚାମ୍ପିୟଶନିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୋଲାଘାଟ ଜିଲାର ବାରୋ ମୁଖିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲଭଲିନା ନିଜର ସ୍ବପ୍ନ ପୂରଣ କରିବା ପାଇଁ ଗୁଆହାଟିକୁ ଯାଇଥିଲେ।
ପୂର୍ବରୁ ବକ୍ସିଂରେ ବିଜେନ୍ଦର ସି (୨୦୦୮) ଓ ଏମ୍‌ସି ମେରିକମ (୨୦୧୨) ଭାରତ ପାଇଁ ଅଲିମ୍ପିକ୍‌ ପଦକ ହାସଲ କରିଥିଲେ। ଉଭୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏବେ ଲଭଲିନା ଆହୁରି ଉନ୍ନତ ପ୍ରଦର୍ଶନ କରି ରୌପ୍ୟ କିମ୍ବା ସ୍ବର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଭାରତ ତରଫରୁ ଅନ୍ୟତମ ମହିଳା ବକ୍ସର ସମରନଜିତ କୌର ୬୦ କେ.ଜି. ବର୍ଗରେ ପ୍ରି- କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ସୁଡାପୋର୍ନ ସିସୋଣ୍ଡିଙ୍କଠାରୁ ୦-୫ରେ ପରାସ୍ତ ହୋଇ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri