Posted inଖେଳ

ଭାରତୀୟ କ୍ରୀଡ଼ାର ଅଲିମ୍ପିକ୍ସ ଯାତ୍ରା

ଗତ ଅଗଷ୍ଟ ୧୧ରେ ସମାପ୍ତ ହୋଇଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ସମାରୋହ ୩୩ତମ ଅଲିମ୍ପିକ କ୍ରୀଡ଼ା। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ ସହରରେ ତୃତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଅଲିମ୍ପିକ୍ସରେ ଭାରତର ୧୧୭ଜଣ କ୍ରୀଡ଼ାବିତ୍‌ ୧୬ଟି କ୍ରୀଡ଼ା ଶୃଙ୍ଖଳାର ୬୯ଟି ଇଭେଣ୍ଟରେ ଭାଗନେଇଥିଲେ। ମାତ୍ର ଭାରତ ୬ଟି ପଦକ (୧ ରୌପ୍ୟ, ୫ ବ୍ରୋଞ୍ଜ) ଜିତି ମେଡାଲ ଟେବୁଲରେ ୭୧ତମ ସ୍ଥାନରେ ରହିବା ଫଳରେ ସାରା ଦେଶବାସୀ ହତୋତ୍ସାହିତ ହୋଇଛନ୍ତି। ୧୯୧୨ ଲଣ୍ଡନ ଅଲିମ୍ପିକ୍ସରେ ମଧ୍ୟ ଭାରତର ଆଥ୍‌ଲେଟ୍‌ମାନେ ୨ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଜିତିଥିଲେ। କିନ୍ତୁ ତୁଳନାତ୍ମକ ଭାବେ ତାହା ଗତ ଅଲିମ୍ପିକ୍ସର ପ୍ରଦର୍ଶନଠାରୁ ଅଧିକତଃ ସଫଳ ଥିଲା। କାରଣ ୮୩ଜଣ ପ୍ରତିଯୋଗୀ ୧୩ଟି କ୍ରୀଡ଼ା ଶୃଙ୍ଖଳାରୁ ଏହି ୬ଟି ପଦକ ପାଇ ୫୫ତମ ସ୍ଥାନରେ ରହିଥିଲେ। ୧୪୫ କୋଟି ଜନସଂଖ୍ୟାର ଦେଶ ଭାରତ ମାତ୍ର ୬ଟି ପଦକ ଜିତି ୭୧ତମ ସ୍ଥାନରେ ରହିଥିଲାବେଳେ ମାତ୍ର ୨ଲକ୍ଷ ଜନସଂଖ୍ୟାର କାରିବିୟନ ଦ୍ୱୀପର ଦେଶ ସେଣ୍ଟ ଲୁସିଆର ଧାବିକା ଜୁଲିଏନ୍‌ ଆଲ୍‌ଫ୍ରେଡ୍‌ ଏକାକୀ ୨ଟି ପଦକ (୧୦୦ମି-ସ୍ବର୍ଣ୍ଣ, ୨୦୦ମି- ରୌପ୍ୟ) ଜିତି ତାଙ୍କ ଦେଶକୁ ୫୪ତମ ସ୍ଥାନରେ ରଖିବାରେ ସଫଳ ହୋଇଛନ୍ତି। ସେହିପରି କେବଳ ୫୨ଲକ୍ଷ ଜନସଂଖ୍ୟାର ଦେଶ ନ୍ୟୁଜିଲାଣ୍ଡ ୧୦ଟି ସ୍ବର୍ଣ୍ଣ ପଦକ ସହ ୨୦ଟି ପଦକ ଜିତି ମେଡାଲ ଟେବୁଲରେ ୧୧ତମ ସ୍ଥାନରେ ରହିଛି। ଏଥିରୁ ପ୍ରତୀୟମାନ ହୁଏ ଯେ, ବିଶ୍ୱସ୍ତରୀୟ କ୍ରୀଡ଼ାରେ ଆମ ଦେଶର ପ୍ରଦର୍ଶନ ଆଦୌ ଉତ୍ସାହଜନକ ନୁହେଁ। ଏପରି ଏକ ନିରାଶାଜନକ ପରିସ୍ଥିତିରେ ଆଶାର ଆଲୋକବର୍ତ୍ତିକା ସାଜିଛନ୍ତି ଭାରତର ୫ଜଣ ପ୍ରତିଭାବାନ୍‌ କ୍ରୀଡ଼ାବିତ୍‌ ନୀରଜ ଚୋପ୍ରା, ମନୁ ଭାକର, ସରବଜିତ ସିଂ, ସ୍ବପ୍ନିଲ କୁସାଲେ, ଅମନ ସେରାଓ୍ବତ ଏବଂ ଭାରତୀୟ ପୁରୁଷ ହକି ଦଳ। ଏମାନେ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଅନ୍ୟ ୮ଜଣ କ୍ରୀଡ଼ାବିତ୍‌ ୬ଟି କ୍ରୀଡ଼ା ଶୃଙ୍ଖଳାରେ ୪ର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଛନ୍ତି। କ୍ଷୋଭର ବିଷୟ ଏହିକି ଯେ, ଭାରତର କୁସ୍ତିଯୋଦ୍ଧା ଭିନେଶ୍‌ ଫୋଗଟଙ୍କ ଆବେଦନକୁ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ନ୍ୟାୟାଳୟ ଖାରଜ କରିଛନ୍ତି। ଏହାଦ୍ୱାରା ଭାରତ ଏକ ନିଶ୍ଚିତ ରୌପ୍ୟ ପଦକ ପାଇବାରୁ ବଞ୍ଚତ୍ତ ହେବା ସହ ଭିନେଶଙ୍କ ସମ୍ଭାବ୍ୟ ସ୍ବର୍ଣ୍ଣ ପଦକ ହାସଲର ଆଶା ଧୂଳିସାତ୍‌ ହୋଇଛି।
ପରାଧୀନ ଭାରତର ଅଲିମ୍ପିକ୍ସ ଯାତ୍ରା ଆରମ୍ଭ ହୁଏ ଆଧୁନିକ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣର ଯାହାକି ୧୯୦୦ ମସିହାରେ ଆୟୋଜିତ ହୋଇଥିଲା ପ୍ୟାରିସ୍‌ ସହରରେ। କୋଲକାତା ନିବାସୀ ଇଂରେଜ ଆଥ୍‌ଲେଟ୍‌ ନର୍ମାନ୍‌ ପ୍ରିଚାର୍ଡ ଏକମାତ୍ର ପ୍ରତିଯୋଗୀ ଭାବେ ‘ବ୍ରିଟିଶ୍‌ ଇଣ୍ଡିଆ’କୁ ପ୍ରତିନିଧିତ୍ୱକରି ୨୦୦ମି. ଏବଂ ୨୦୦ମି. ବାଧାଦୌଡ଼ରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ଅଲିମ୍ପିକ୍‌ କ୍ରୀଡ଼ା ରେକର୍ଡ ଅନୁସାରେ ଯଦିଓ ନର୍ମାନ୍‌ଙ୍କ ପ୍ରଦର୍ଶନକୁ ଭାରତ ସପକ୍ଷରେ ସ୍ଥାନିତ କରାଯାଇଛି ତଥାପି ଏହା ଏକ ବିବାଦୀୟ ପ୍ରସଙ୍ଗ ଭାବରେ ରହିଆସିଛି ଏବଂ ସେ ଜଣେ ବ୍ରିଟିଶ ହୋଇଥିବାରୁ ଅନେକେ ତାଙ୍କୁ ଭାରତୀୟ ପଦକ ବିଜେତା ଭାବେ ଗ୍ରହଣ କରି ନ ଥାନ୍ତି। ଏହାର ୨୦ ବର୍ଷ ପରେ ଆଣ୍ଟ୍ବେର୍ପ ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ଆନୁଷ୍ଠାନିକ ଭାବେ ଭାରତ ଅଲିମ୍ପିକ୍‌ ଦଳ ପଠାଇଥିଲା। ଏହି ଦଳରେ ଆଥ୍‌ଲେଟିକ୍ସ ଏବଂ କୁସ୍ତିରେ ୫ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଦୋରାବଜି ଟାଟା, କେତେକ ବମ୍ବେ ନିବାସୀ କ୍ରୀଡ଼ା ମନସ୍କ ଉଦ୍ୟୋଗପତି ଏବଂ ଭାରତ ସରକାର ମିଳିତ ଭାବେ ୨୧,୦୦୦ ଟଙ୍କାର ସହାୟତା ପ୍ରଦାନ କରିଥିଲେ। ପରେ ପରେ ଦୋରାବଜି ଟାଟାଙ୍କ ସଭାପତିତ୍ୱରେ ଓ୍ବାଇଏମ୍‌ସିଏର ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ଡ. ଏ.ଜି. ନେହେରେନ, ସମ୍ପାଦକ ଏବଂ ସଭ୍ୟ ଏ.ଏସ୍‌. ଭଗଓ୍ବତଙ୍କୁ ନେଇ ଗଠିତ ପ୍ରୋଭିଜନାଲ ଅଲିମ୍ପିକ୍‌ କମିଟି ଦ୍ୱାରା ୧୯୨୪ ପ୍ୟାରିସ (୨ୟ ଥର ପାଇଁ ଆୟୋଜିତ) କ୍ରୀଡ଼ା ପାଇଁ ଏକ ୧୪ ଜଣିଆ ଭାରତୀୟ ଦଳ (ଆଥ୍‌ଲେଟିକ୍ସ-୭, ଟେନିସ୍‌-୭) ପଠାଯାଇଥିଲା। ଫେବୃଆରୀ ୧୯୨୪ରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ ଅଲିମ୍ପିକ୍‌ କ୍ରୀଡ଼ା (ପରବର୍ତ୍ତୀ ସମୟରେ ସ୍ବୀକୃତି ପାଇଥିବା ଜାତୀୟ କ୍ରୀଡ଼ା)ରେ ଭଲ ପ୍ରଦର୍ଶନ କରିଥିବା ଉପରୋକ୍ତ କ୍ରୀଡ଼ାବିତ୍‌ମାନଙ୍କର ଚୟନ ହୋଇଥିଲା। ୧୯୨୭ରେ ପ୍ରୋଭିଜନାଲ ଇଣ୍ଡିଆନ୍‌ ଅଲିମ୍ପିକ୍‌ କମିଟି ଆନୁଷ୍ଠାନିକ ଭାବେ ଇଣ୍ଡିଆନ୍‌ ଅଲିମ୍ପିକ୍‌ କମିଟି ବା ଭାରତୀୟ ଅଲିମ୍ପିକ୍‌ ସଂଘ ଭାବେ ସ୍ବୀକୃତି ପାଇଲା।
୧୯୨୮ରେ ନେଦରଲାଣ୍ଡ୍ସର ରାଜଧାନୀ ଆମଷ୍ଟରଡାମଠାରେ ଆୟୋଜିତ ଅଷ୍ଟମ ଅଲିମ୍ପିକ୍‌ କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ ସଂଘ ୭ ଜଣ ଆଥ୍‌ଲେଟ୍ସଙ୍କ ସହ ଗୁରୁଦତ୍ତ ସୋଧିଙ୍କୁ ମ୍ୟାନେଜର ଭାବେ ପଠାଯାଇଥିଲା। ଇତିମଧ୍ୟରେ ଗଠନ ହୋଇସାରିଥିବା ଭାରତୀୟ ହକି ମହାସଂଘ (ଆଇଏଚ୍‌ଏଫ୍‌) ମଧ୍ୟ ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରେ ଭାଗନେବା ପାଇଁ ପଠାଇଥିଲା ଏବଂ ଏହି ଅଲିମ୍ପିକ୍ସରୁ ଭାରତୀୟ ହକିର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଇଂଲଣ୍ଡର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଏବଂ ‘ଅକ୍ସଫୋର୍ଡ ହକି ବ୍ଲୁ’ରେ ସମ୍ମାନିତ ରାଞ୍ଚତ୍ର ଆଦିବାସୀ ଯୁବକ ଓ ଜଣେ ବିଦ୍ୱାନ ବିଦ୍ୟାର୍ଥୀ ଭାବେ ସୁନାମ ଅର୍ଜନ କରିଥିବା ଜୟପାଲ ସିଂ ମୁଣ୍ଡା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ବିସ୍ମୟ ଖେଳାଳି ଏବଂ ପରବର୍ତ୍ତୀ ସମୟରେ ହକି ଯାଦୁକର ଏବଂ କିମ୍ବଦନ୍ତୀ ପାଲଟିଥିବା ଧ୍ୟାନଚାନ୍ଦଙ୍କ ଆବିର୍ଭାବ ହୋଇଥିଲା ଏହି ଅଲିମ୍ପିକ୍ସରୁ। ଫାଇନାଲରେ ଘରୋଇ ଦଳ ନେଦରଲାଣ୍ଡକୁ ୩-୦ ଗୋଲରେ ପରାସ୍ତକରି ପ୍ରଥମ ଏସୀୟ ଦେଶ ଭାବେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ଏବଂ ପରବର୍ତ୍ତୀ ୬ଟି ଅଲିମ୍ପିକ୍ସରେ ଲଗାତର ଭାବେ ସ୍ବର୍ଣ୍ଣପଦକ ଜିତିବାର ଧାରା ଆରମ୍ଭ ହୋଇଥିଲା। ୧୯୩୨ ଲସ୍‌ ଏଞ୍ଜେଲ୍ସ୍‌ ଅଲିମ୍ପିକ୍ସରେ ଭାରତର ୪ ଜଣ ଆଥଲେଟ, ଜଣେ ସନ୍ତରଣକାରୀ ଏବଂ ପୁରୁଷ ହକି ଦଳ ଭାଗ ନେଇଥିଲେ। ଲାଲ ବୋଖାରିଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ଜାପାନକୁ ୧୧-୧ ଗୋଲ ଏବଂ ଫାଇନାଲରେ ଆମେରିକାକୁ ୨୪-୧ ଗୋଲରେ ପରାସ୍ତକରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହି ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଫର୍‌ଓ୍ବାର୍ଡ ଖେଳାଳି ରିଚାର୍ଡ କାର୍‌ ୪x୧୦୦ ମିଟର ରିଲେ ଦୌଡ଼ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ପଦକ ତାଲିକାରେ ଭାରତ ୧୯ତମ ସ୍ଥାନରେ ରହିଥିଲା। ପରବର୍ତ୍ତୀ ୧୯୩୬ ବର୍ଲିନ ଅଲିମ୍ପିକ୍ସ ପାଇଁ ଭାରତ ହକି ଦଳ ବ୍ୟତୀତ ୪ଜଣ ଆଥ୍‌ଲେଟ୍‌, ୩ ଜଣ କୁସ୍ତିବିତ ଓ ଜଣେ ଭାରୋତ୍ତୋଳନକାରୀଙ୍କୁ ପଠାଇଥିଲା। ଇତିମଧ୍ୟରେ ବିଶ୍ୱର ଶ୍ରେଷ୍ଠ ହକି ଖେଳାଳିର ମାନ୍ୟତା ପାଇସାରିଥିବା ଧ୍ୟାନ ଚାନ୍ଦଙ୍କ ନେତୃତ୍ୱ ଭାରତୀୟ ଦଳ ଚମତ୍କାର ଖେଳ ପ୍ରଦର୍ଶନକରି ଫାଇନାଲରେ ୪୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଘରୋଇଦଳ ଜର୍ମାନୀକୁ ୮-୧ରେ ପରାସ୍ତକରି ତୃତୀୟ ଥର ପାଇଁ ସ୍ବର୍ଣ୍ଣପଦକ ଜିତିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ୧୯୪୦ ଓ ୧୯୪୪ରେ ଅଲିମ୍ପିକ କ୍ରୀଡ଼ା ଆୟୋଜନ ବନ୍ଦ ରହିଥିଲା। ୧୯୪୮ ଲଣ୍ଡନ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍ବାଧୀନ ଭାରତକୁ ପ୍ରତିନିଧିତ୍ୱକରି ଭାରତୀୟ ହକି ଦଳ କିଷେନଲାଲଙ୍କ ନେତୃତ୍ୱରେ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନର ଧାରା ଜାରି ରଖି ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ୪-୦ ଗୋଲରେ ପରାସ୍ତକରି ଲଗାତର ୪ର୍ଥ ସ୍ବର୍ଣ୍ଣପଦକ ହାସଲ କରିଥିଲା। ଧ୍ୟାନଚାନ୍ଦଙ୍କ ଉତ୍ତରାଧିକାରୀ ଭାବେ ଉଭାହୋଇଥିବା ବଲବୀର ସିଂ ସିନିୟର ଏକାକୀ ୨ଟି ଗୋଲ ସ୍କୋର କରିଥିଲେ। ଭାରତର ସମୁଦାୟ ୭୯ ପ୍ରତିଯୋଗୀ ୧୦ଟି କ୍ରୀଡ଼ା ଶୃଙ୍ଖଳାର ୩୯ଟି ଇଭେଣ୍ଟରେ ଭାଗନେଇ ପଦକ ତାଲିକାରେ ୨୨ତମ ସ୍ଥାନରେ ରହିଥିଲେ।
(ଦ୍ୱିତୀୟ ଭାଗ ଶୁକ୍ରବାର କ୍ରୀଡ଼ା ଜଗତ ପୃଷ୍ଠାରେ)


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?