ଥମୁନି ଓଲିଉଡ୍‌ ବିବାଦ: ବଢ଼ୁଛି ବୟାନବାଜି

ଭୁବନେଶ୍ୱର,୩୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଲିଉଡ୍‌ ବିବାଦ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣଙ୍କ ମନ୍ତବ୍ୟରୁ ବିବାଦ ଆହୁରି ତେଜିବାରେ ଲାଗିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ସିନେପ୍ରେମୀଙ୍କଠାରୁ ଆରମ୍ଭକରି କଳାକାର, ସିନେ ସମୀକ୍ଷକ ସମସ୍ତେ ଏହି ବିବାଦ ଆଉ ଆଗକୁ ନ ବଢ଼ୁ ବୋଲି ମତ ଦେଉଛନ୍ତି। ସମ୍ବଲପୁରରେ ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥକମାନେ ‘ରାମ୍‌’ ଚଳଚ୍ଚିତ୍ର ରିଲିଜ୍‌କୁ ବିରୋଧ କରୁଥିବା ନେଇ ଗତ ୨୪ ତାରିଖରେ ଅଭିନେତା ଅରିନ୍ଦମ ରାୟ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଭିତ୍ତିରେ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ (ୟୁସିସିସି) ପକ୍ଷରୁ ମନୋଜଙ୍କୁ ୨ବର୍ଷ ପାଇଁ ବାସନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରଠୁ ବିବାଦ ବଢ଼ିଚାଲିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ଘଟଣାକୁ ବଡ଼ ରୂପ ଦେଇଥିଲା। ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇଭାଗ ହେବ ବୋଲି ସେ କହିଥିଲେ। ଏହି ମନ୍ତବ୍ୟକୁ ପ୍ରଯୋଜକ ଟୁଟୁ ନାୟକ ଏବଂ ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ସମାଲୋଚନା କରିଥିଲେ। ବିବାଦର ସମାଧାନ ପାଇଁ କୁନା ପ୍ରସ୍ତାବ ଦେଇଥିବାବେଳେ ଶ୍ରୀତମ ଦାସ, ବାବୁସାନ୍‌ଙ୍କ ସମେତ ବହୁ କଳାକାର ଓ ସିନେ ସମୀକ୍ଷକ ଘର ଝଗଡ଼ା ଭିତରେ ରାଜନୀତି ନ ପଶୁ ବୋଲି କହି ଆପୋଷ ବୁଝାମଣା ଲାଗି ଅଣ୍ଟା ଭିଡ଼ିଛନ୍ତି। ଅନ୍ୟପକ୍ଷରେ ରବିବାର ମନୋଜଙ୍କ ସପକ୍ଷରେ ଭାଜପା ବିଧାୟକ ନାଉରି ନାଏକ ବାହାରିଥିବାବେଳେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଛନ୍ତି। ଏସବୁ ଭିତରେ ବିବାଦ କେବେ ସମାଧାନ ହେବ ତାହାକୁ ସମସ୍ତଙ୍କ ଅପେକ୍ଷା।
‘ଆସନ୍ତୁ ଘରେ ବସି ବିବାଦର ସମାଧାନ କରିବା’
ଅରିନ୍ଦମ ରବିବାର ଏକ ଖବରଦାତା ସମ୍ମିଳନୀ ଡାକି ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ ମନୋଜଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଆସନ୍ତୁ ବସିକି ଘର ଭିତରେ ଥିବା ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଆରୋପ ଠିକ ନୁହେଁ। ସାନ ଭାଇ ଭାବେ ଅନୁରୋଧ କରୁଛି, ଆସନ୍ତୁ ବସି ସମାଧାନ କରିବା। ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ଚାହାଁନ୍ତି। ମୁଁ ମଧ୍ୟ ଚାହୁଁଛି। ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି। ଭଲ ନିର୍ମାତା ଆସିଛନ୍ତି, ଆଗକୁ ନେବା। ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଭଲ ଲାଗୁନି, କଷ୍ଟ ଲାଗୁଛି ବୋଲି ଅରିନ୍ଦମ ପ୍ରକାଶ କରିଛନ୍ତି।
‘ଯଦି ମୋର ଭୁଲ୍‌ ଥିବ, ରାଜ୍ୟବାସୀକୁ କ୍ଷମା ମାଗିବି’
ପଶ୍ଚିମ ଓଡ଼ିଶାର କଳାକାରଙ୍କୁ ନେଇ ଆମେ ସବୁବେଳେ ଗର୍ବିତ। ପଶ୍ଟିମ ଓଡ଼ିଶାକୁ ନେଇ କେବେ ମୁଁ କିଛି ଖରାପ କହିନାହିଁ। ଯଦି କିଏ ପ୍ରମାଣ ଦେବ ଆଉ ମୋର ଭୁଲ୍‌ ଥିବ, ତା’ହେଲେ ସାରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିବାକୁ ମୁଁ ରାଜି ଅଛି ବୋଲି ଅଭିନେତା ଜିତୁ ମଙ୍ଗରାଜ କହିଛନ୍ତି। ଏଥିସହ ଓଡ଼ିଶାକୁ ବିଭାଜିତ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।
ବସିଲା ବୈଠକ, ସମାଧାନ ନେଇ ଆଲୋଚନା ନାହିଁ
ପୁଣି ଥରେ ୟୁସିସିସି ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ୟୁସିସିସିର ସାଧାରଣ ସମ୍ପାଦକ ଗଙ୍ଗାଧର ରେଡ୍ଡୀ କହିଛନ୍ତି, ବିବାଦ ଆଉ ବିବାଦ ହୋଇନାହିଁ। ତାହା ଅନ୍ୟ ଆଡ଼େ ଗଲାଣି। ଚଳଚ୍ଚିତ୍ର ଶିଳ୍ପ ଭିତରୁ ବିବାଦ ବାହାରି ରାଜ୍ୟ ସ୍ତରକୁ ଗଲାଣି। ଜଣେ ଆସି ଦାୟିତ୍ୱହୀନ ମନ୍ତବ୍ୟ ଦେଇଦେଲେ ଓଡ଼ିଶା କ’ଣ ଦି’ ଭାଗ ହୋଇଯିବ କି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଓଡ଼ିଆ ସିନେମା କିଭଳି ବାହାର ରାଜ୍ୟରେ ରିଲିଜ ହୋଇପାରିବ, ଭଲ ଡିଷ୍ଟ୍ରିବ୍ୟୁଶନ ହେବ, ରାଜ୍ୟରେ ଥିବା ୭୦ଟି ସିନେମା ହଲ୍‌ରେ କିପରି ମିଳିତ ଭାବେ ଚଳଚ୍ଚିତ୍ର ରିଲିଜ ହୋଇପାରିବ, ଗୋଟିଏ ସିନେମାର ବିଜନେସ ଯେପରି ଅନ୍ୟ ସିନେମାର ବିଜନେସ୍‌କୁ ପ୍ରଭାବିତ ନ କରିବ ସେନେଇ ଆଲୋଚନା ହୋଇଛି ବୋଲି ରେଡ୍ଡୀ କହିଛନ୍ତି। ସିନେମା ହଲର ସମସ୍ୟା ରହିଛି। ଚଳଚ୍ଚିତ୍ର ଶିଳ୍ପ କେଉଁ ବିଭାଗ ଅଧୀନରେ ଆସୁଛି, ତାହାର ଏଯାଏ କ୍ଲାରିଟି ନାହିଁ। ସରକାର ଏଥିପାଇଁ ସହଯୋଗ କଲେ ଭଲ ହୁଅନ୍ତା। ବାହାର ଲୋକ ଫିଲ୍ମ କରି ସବ୍‌ସିଡି ନେଉଛନ୍ତି, କିନ୍ତୁ ଆମ ପାଇଁ ନାହିଁ। ଆଜିର ବୈଠକ ସିନେମାକୁ ନେଇ ଥିବା ବିବାଦକୁ ନେଇନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଅଭିନେତା ଅଖିଳ ପଟ୍ଟନାୟକ କହିଛନ୍ତି, କୌଣସି ଅସୁବିଧା ଥିଲେ, ପ୍ରଥମେ ଘରେ ଆଲୋଚନା କରିବାର ଥିଲା। ବାହାରକୁ ବିଶେଷକରି ମିଡିଆକୁ ଯିବା ଆଗରୁ ଆସୋସିଏଶନ ଭିତରେ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା। ଏବେ ମଧ୍ୟ ସମୟ ଅଛି, ପରସ୍ପର ସହ ଆଲୋଚନା କରି ସମାଧାନ କରିବା ଦରକାର।
‘ସମାଧାନ ହେଲା ଭଳି କିଛିନାହିଁ’
ଅରିନ୍ଦମଙ୍କ ସମାଧାନ ପ୍ରସ୍ତାବରେ ମନୋଜ ମିଶ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସମାଧାନ କ’ଣ ହେବ। ସମାଧାନ ହେବା ଭଳି ତ କିଛି ନାହିଁ। ମୋତେ କ’ଣ ପାଇଁ ବ୍ୟାନ୍‌ କରାଯାଇଥିଲା ତାହା ବି ମୁଁ ଜାଣିନି। ମୁଁ କେବେ କେଉଁଠି କହିନି ଯେ, ରାମ୍‌ ସିନେମା ଦେଖିନି କି ମୁଁ ତୁମ ଫିଲ୍ମର ବିରୋଧୀ ମଧ୍ୟ ନୁହେଁ। ଯଦି ତୁମ କଥା ହିସାବରେ ସମାଧାନ କରିବାକୁ ଚାହୁଁଛ, ତାହେଲେ ଟୁଟୁ ନାୟକ ସାରା ଓଡ଼ିଶା ଆଗରେ ମୋତେ ବ୍ୟାନ୍‌ କରିବାର କାରଣ କୁହନ୍ତୁ। ଏଥିସହିତ ତାଙ୍କର ତ ଏତେ ହାତ ଅଛି, ରାଜ୍ୟରେ ସବୁ ହଲ୍‌ରେ ମାଇଣ୍ଡ ଗେମ୍‌ ପୁଣି ଚାଲୁ। ତା’ପରେ ଯାଇ ଆମେ ବସିବା, କଥା ହେବା।

ରାଜନେତା ସବୁ ବିଷୟରେ କହିପାରିବେ: ନରସିଂହ
କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପୁଣି ରବିବାର ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମ ଅଞ୍ଚଳର ଜଣଙ୍କୁ ଅପମାନିତ କରାଗଲେ କ’ଣ ଚୁପ୍‌ ବସିବୁ। ରାଜନେତା ସବୁ ବିଷୟରେ କହିପାରିବେ। ସମସ୍ତଙ୍କର ଓ ସବୁ ସଙ୍ଗଠନର ସମସ୍ୟା ବିଷୟରେ ଆମେ କହିପାରିବୁ। ରାଜ୍ୟ ସରକାର ଯେତେବେଳେ କେନ୍ଦ୍ର ଅବହେଳା କଥା କହୁଛନ୍ତି ତାହା କ’ଣ। ମୁଁ ଯାହା କହିଛି, ସରକାର ଏବଂ ଅନ୍ୟ ଦଳ ତାହାକୁ ଭୁଲ୍‌ କହିଛନ୍ତି କି। ପଶ୍ଚିମ ଓଡ଼ିଶାର ଭାବାବେଗକୁ ନିଶ୍ଟିତ ଭାବେ ସମ୍ମାନ ଦେବାକୁ ହେବ। ଓଡ଼ିଶା ଭାଗ ଭାଗ ହେବାକୁ ମୁଁ ବିରୋଧ କରୁଛି, ଆଗରୁ ବି କରୁଥିଲି, ଏବେ ବି କରୁଛି। ସରକାର ଆପେ ଆପେ ଫସୁଛି। ଯଦି ସବୁ ଅଞ୍ଚଳ ପ୍ରତି ଧ୍ୟାନ ଦେବେ ନାହିଁ, ତାହେଲେ ବିଦ୍ରୋହ ସ୍ବାଭାବିକ।
ଜଣେ ଦାୟିତ୍ୱବାନ ନେତା ଏଭଳି କହିବା ଉଚିତ୍‌ ହୋଇନି: ମନମୋହନ
ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏ ପ୍ରସଙ୍ଗରେ କହିଛନ୍ତି, ନରସିଂହ ମିଶ୍ରଙ୍କ ବକ୍ତବ୍ୟ ଉପରେ ଟିପ୍ପଣୀ ରଖିବିନି। ତାଙ୍କ ଭଳି ଜଣେ ଦାୟିତ୍ୱବାନ ନେତା ଏଭଳି କହିବା ଉଚିତ୍‌ ହୋଇନି। ଏହି କାରଣରୁ ଓଡ଼ିଶା ୨ ଭାଗ ହୋଇଯିବ କହିବା ଉଚିତ୍‌ ହୋଇନି। ମନୋଜଙ୍କୁ ବାସନ୍ଦ କରାଯିବା ନ ଯିବା ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର। ତାଙ୍କ ପ୍ରତି ଯଦି ଅନ୍ୟାୟ ହୋଇଛି ତେବେ ନ୍ୟାୟ ମିଳିବା ଉଚିତ୍‌।
କଳାତ୍ମକ କୃତିକୁ ବାସନ୍ଦ କରାଯାଇପାରିବନି: ବିଜୟ
କଳାତ୍ମକ କୃତି ପ୍ରତି ସମସ୍ତଙ୍କର ସମ୍ମାନ ରହିବା ଉଚିତ୍‌। କଳାତ୍ମକ କୃତିକୁ ଏମିତି ବାସନ୍ଦ କରାଯାଇପାରିବ ନାହିଁ। ରାଜ୍ୟ ସରକାର ସବୁ ଅଞ୍ଚଳର ବିକାଶ କରିବା ଉଚିତ୍‌। ପଶ୍ଚିମ ଓଡ଼ିଶାକୁ ଯେ ସରକାର ଗୁରୁତ୍ୱ ଦେଉନାହାନ୍ତି, ତାହା ଯେପରି କହିବାକୁ ପଡ଼ିବନି। ତେଣୁ କୌଣସି ପ୍ରକାର ବିଦ୍ୱେଷ ମନୋଭାବ ରଖାଯିବା ଉଚିତ୍‌ ନୁହେଁ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri