Posted inଖେଳ

ଇଂଲଣ୍ଡକୁ ବଡ଼ ଝଟ୍‌କା: ଟେଷ୍ଟ ସିରିଜ ଖେଳିବେନି ଏହି ପେସ୍‌ ବୋଲର

ଲଣ୍ଡନ, ୪ା୪: ଇଞ୍ଜୁରି ଯୋଗୁ ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ପାରିବେନି ଇଂଲଣ୍ଡ ପେସ୍‌ ବୋଲର ଓଲି ଷ୍ଟୋନ୍‌। ମାର୍ଚ୍ଚରେ ନଟିଙ୍ଗହାମଶାୟାର କାଉଣ୍ଟି ଦଳ ପ୍ରି-ସିଜନ ଆବୁଧାବି ଟୁର୍‌ ସମୟରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି।

ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ୍‌ ୨୦ରେ ହେଡିଂଲେରେ ଆରମ୍ଭ ହେବ। ଭାରତର ଏହି ଟୁର୍‌ ଅଗଷ୍ଟ ୪ରେ ହେବ। ଷ୍ଟୋନ୍‌ ହେଉଛନ୍ତି ଇଂଲଣ୍ଡର ଜଣେ ପ୍ରମୁଖ ପେସ୍‌ ବୋଲର। ସେ ଗତଥର ୨୦୨୪ ଅଗଷ୍ଟ-ସେପ୍ଟମ୍ବରରେ ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲେ। ଏପର୍ଯ୍ୟନ୍ତ ୧୭ଟି ଟେଷ୍ଟ ଉଇକେଟ ଅକ୍ତିଆର କରିସଥିବା ଷ୍ଟୋନ୍‌ ଅଗଷ୍ଟରେ ଦଳକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସ୍କାନ କରାଯିବା ପରେ ଅସ୍ତ୍ରୋପଚାର ଆବଶ୍ୟକତା ରହିଥିବା ସ୍ପଷ୍ଟ ହୋଇଛି। ୩୧ ବର୍ଷୀୟ ଏହି ବୋଲରଙ୍କୁ ୧୪ ସପ୍ତାହ ଅନୁପସ୍ଥିତି ରହିବାକୁ ପଡ଼ିବ। ତାଙ୍କର ରିହାବିଲିଟେଶନ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଉଭୟ ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି) ଓ ନଟିଙ୍ଗହାମଶାୟାରର ମେଡିକାଲ ଟିମ୍‌ ତାଙ୍କ ଉପରେ ନଜର ରଖିଛନ୍ତି। ନିକଟରେ ଆଘାତପ୍ରାପ୍ତ ହେବାରେ ଷ୍ଟୋନ୍‌ ଇଂଲଣ୍ଡର ଦ୍ୱିତୀୟ ପେସ୍‌ ବୋଲର ପୂର୍ବରୁ ଚଳିତବର୍ଷ ପ୍ରାରମ୍ଭରେ ମାର୍କ ଉଡ୍‌ ଆଘାତପ୍ରାପ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?