ଥମୁନି ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ

ପୁରୀ ଅଫିସ, ୬ା୨:ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଭୂସ୍ବର୍ଗ କୁହାଯାଉଥିବା ପୁରୀ ବେଳାଭୂମି ଏବେ ସେମାନଙ୍କ ପାଇଁ ଏକପ୍ରକାର ମୃତ୍ୟୁସ୍ଥଳ ପାଲଟିଛି। କାରଣ ପ୍ରାୟ ପ୍ରତିଦିନ ପୁରୀ ବେଳାଭୂମିରେ ଅଲିଭ ରିଡ୍‌ଲେଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗଭୀର ସମୁଦ୍ରରୁ ଅଲିଭ ରିଡ୍‌ଲେଗୁଡ଼ିକ ବେଳାଭୂମିକୁ ଆସି ଅଣ୍ଡାଦାନ କରିଥାନ୍ତି। ତେବେ ଅଣ୍ଡାଦାନ ପାଇଁ ଆସୁଥିବାବେଳେ ସମୁଦ୍ର ମଧ୍ୟରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲରଗୁଡ଼ିକର ମାଡ଼ରେ ଶହ ଶହ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। ପ୍ରଶାସନର ନିୟମକୁ ଅନେକ ମତ୍ସ୍ୟଜୀବୀ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ଟ୍ରଲର ସାହାଯ୍ୟରେ ମାଛ ମାରୁଛନ୍ତି। ଏହା ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୁରୀ ସମେତ ଅସ୍ତରଙ୍ଗ ଓ ଚନ୍ଦ୍ରଭାଗା ବେଳାଭୂମି ସବୁଠି ପ୍ରତିଦିନ ଶହ ଶହ ମୃତ କଇଁଛ ମରି ପଡୁଛନ୍ତି। ଏ ନେଇ ଅନେକ ସମୟରେ ବନ ବିଭାଗ ନିକଟରେ ଖବର ରହୁନାହିଁ। ମୃତ କଇଁଛଙ୍କ ଚାରିପାଖରେ କାଉମାନେ ବସି ସେଗୁଡ଼ିକର ମାଂସ ଖାଉଥିବା ଦେଖିବାକୁ ମିଳୁଛି। ଏପରିକି ବୁଲା କୁକୁର ମଧ୍ୟ ମୃତ କଇଁଛର ମାଂସ ଖାଇବାକୁ ନିକଟରେ ଘୂରି ବୁଲୁଛନ୍ତି। ପୁରୀ ଏକ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ଶ୍ରୀମନ୍ଦିର ଓ ବେଳାଭୂମି ବୁଲିବାକୁ ଲକ୍ଷାଧିକ ଲୋକ ଏଠାକୁ ଆସିଥାନ୍ତି। ତେବେ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ମୃତଦେହ ଦେଖି ସେମାନଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଅଣ୍ଡା ଦେବାକୁ ପ୍ରାୟ ନଭେମ୍ବରରୁ କଇଁଛମାନେ ଗଭୀର ସମୁଦ୍ରରୁ ବାହାରି ବେଳାଭୂମି ଅଭିମୁଖେ ଆସିଥାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ନଭେମ୍ବର ୧ରୁ ମେ ମାସ ପର୍ଯ୍ୟନ୍ତ ବେଳାଭୂମିର ୨୦ କିମି ପରିସରରେ ଟ୍ରଲର ଦ୍ୱାରା ମାଛ ମାରିବା ନିଷେଧ କରାଯାଇଥାଏ। ମାତ୍ର ପ୍ରଶାସନର ଏହି ନିର୍ଦ୍ଦେଶକୁ ବେଖାତିର କରି ଅନେକ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳରେ ମାଛ ମାରୁଛନ୍ତି। ଫଳରେ ଅନେକ କଇଁଛ ଜାଲ ଓ ଟ୍ରଲରରେ ମାଡ଼ ହୋଇ ପ୍ରାଣ ହରାଉଛନ୍ତି। ଏ ନେଇ ପ୍ରଶାସନର ଢିଲା ମନୋଭାବକୁ ପରିବେଶବିତ୍‌ମାନେ ଦାୟୀ କରୁଛନ୍ତି। ପୁରୀ ସମୁଦ୍ର ଏବେ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହେଉଛି। ମୃତ କଇଁଛଙ୍କୁ ପୋତିବା ଏବେ ବନ ବିଭାଗ କର୍ମଚାରୀଙ୍କ ଲାଗି ଏକପ୍ରକାର ନିତିଦିନିଆ କାମ ପାଲଟିଛି। ବିଲୁପ୍ତ ପ୍ରାୟ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହୁଥିବାବେଳେ ବାସ୍ତବ ପଦକ୍ଷେପ କେବଳ କାଗଜକଲମରେ ସୀମିତ ରହୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ସରକାର ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଉକ୍ତ ପ୍ରଜାତିର କଇଁଚ୍ଛ ଦେଖିବା ସ୍ବପ୍ନ ପାଲଟିବ ବୋଲି ଅନେକେ ମତ ଦେଉଛନ୍ତି।
ଅନ୍ୟପକ୍ଷରେ ଡିଏଫ୍‌ଓ ଏନ୍‌.ରାମାସ୍ବାମୀ କହିଛନ୍ତି, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଜିଲାରେ ନଭେମ୍ବର ୧ରୁ ବେଳାଭୂମିରେ ୧୫ଟି କ୍ୟାମ୍ପ ଓ ହାଜରା କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ଦୁଇଜଣ ଲେଖାଏ କର୍ମଚାରୀ ନିୟୋଜିତ ରହିଛନ୍ତି। କୋଷ୍ଟ ଏରିଆକୁ କେତୋଟି କଇଁଛ ଅଣ୍ଡା ଦେବାକୁ ଆସୁଛନ୍ତି ଓ କେତୋଟି ମରି ପାଣିରେ ଭାସୁଛନ୍ତି ସେ ନେଇ ସେମାନେ ନଜର ରଖିବା ସହ ମନିଟରିଂ କରୁଛନ୍ତି। ସେହିଭଳି ସମୁଦ୍ରର ୨୦ କି.ମି. ଭିତରେ ଥିବା ନୋ ଫିସିଙ୍ଗ ଜୋନ୍‌ରେ ଟ୍ରଲର ମାଧ୍ୟମରେ ପାଟ୍ରୋଲିଂ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କୁ ଧରାଯାଇ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଉଛି। ଅନେକ ସମୟରେ କଇଁଛଗୁଡ଼ିକ ବିଭିନ୍ନ କାରଣରୁ ଆଘାତ ପ୍ରାପ୍ତ ହୋଇ ସମୁଦ୍ରରେ ପ୍ରାଣ ହରାଉଛନ୍ତି। ସେଗୁଡ଼ିକୁ କର୍ମଚାରୀମାନେ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ବେଳାଭୂମି ବାଲିରେ ଗାତ ଖୋଳି ପୋତି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁକୁ ମଳମୁକ୍ତ ଗ୍ରାମ

ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ଯୋଜନାରେ ପ୍ରତି ଘରେ ପାଇଖାନା ନିର୍ମାଣ ସହ ଏହାର ବ୍ୟବହାର ପାଇଁ ଜିଲା ଜଳ ଓ ପରିମଳ ମିଶନ ଲୋକଙ୍କୁ...

ଧାନ ଗଦାକରି ରାସ୍ତାରେ ବସିଲେ ଚାଷୀ

ପଦ୍ମପୁର ,୧୩।୧ (ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ ଉଠାଣରେ ମନ୍ଥରତା ଲାଗି ରହିଛି। ଏହି ଉପଖଣ୍ଡ ଅନ୍ତର୍ଗତ ବରିକେଲ ସେବା ସମବାୟ ସମିତିର...

ବିଲରୁ ହଳଦିଆ କଇଁଛ ଉଦ୍ଧାର

ଖଇରା, ୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ବରପଦା ଗ୍ରାମ ନିକଟସ୍ଥ ଧାନବିଲରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି।...

ତାରାତାରିଣୀଙ୍କ ଦର୍ଶନକରି ପୂଜାକଲେ ୩ ଅଧିକାରୀ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଡି ଭି.କୀର୍ତ୍ତିଭାସନ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ. ସୋନାଲ ସୋମବାର...

କଟକରେ ଏ ବର୍ଷ ହେବନି ଗଣେଶ ପୂଜା

କଟକ ଅଫିସ,୧୯ା୭-କରୋନା ମହାମାରୀ ଦୃଷ୍ଟିରୁ କଟକରେ ଚଳିତବର୍ଷ ଗଣେଶ ପୂଜା ହେବନାହିଁ। କୌଣସି କ୍ଲବ ପୂଜାକୁ ନେଇ ବଡ଼ଧରଣର ଆୟୋଜନ କରିବେ ନାହିଁ। ଥାନାଗୁଡ଼ିକ ନିଜ...

ରତ୍ନଭଣ୍ଡାର ଖୋଲିବାକୁ ତେଜୁଛି ଦାବି

ପୁରୀ ଅଫିସ,୮।୭: ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ମହାରାଜା ଗଜପତି ଦିବ୍ୟସିଂହ ଦେବ ପ୍ରଶ୍ନ ଉଠାଇବା ପରେ ବିଭିନ୍ନ ମହଲରେ ଏହାକୁ ନେଇ କ୍ଷୋଭ ବଢ଼ିଛି।...

ନଦୀବନ୍ଧ ଘାଇ ମରାମତି ଆରମ୍ଭ

ଚଣ୍ଡିଖୋଲ,୭ା୧୧(ଡି.ଏନ୍‌.ଏ.):କଟକ ଜଗତ୍‌ପୁରଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇକୁ ଯାଇଥିବା କେନାଲରେ ଗତ ମାସ ୨୯ ତାରିଖରେ ୧୦୦ ଫୁଟ୍‌ର ଘାଇ ହୋଇଥିଲା। ଏହି ଘାଇ ସୃଷ୍ଟି ହେବା ଯୋଗୁ...

ସିସିଟିଭି ଖୋଲି ନେଇ ପଶିଲେ ବ୍ୟାଙ୍କରେ

ଲୋଇସିଂହା,୧।୮(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋସିଂହା ଥାନା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ବ୍ୟାଙ୍କ କର୍ମଚରୀ ସୋମବାର ବ୍ୟାଙ୍କକୁ ଆସି ବିଦ୍ୟୁତ୍‌ ସରବରାହ...

Advertisement
Archives

Model This Week