ଥମୁନି ଅଲିଭ୍‌ରିଡ୍‌ଲେଙ୍କ ମୃତ୍ୟୁ

ପୁରୀ ଅଫିସ, ୬ା୨:ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଭୂସ୍ବର୍ଗ କୁହାଯାଉଥିବା ପୁରୀ ବେଳାଭୂମି ଏବେ ସେମାନଙ୍କ ପାଇଁ ଏକପ୍ରକାର ମୃତ୍ୟୁସ୍ଥଳ ପାଲଟିଛି। କାରଣ ପ୍ରାୟ ପ୍ରତିଦିନ ପୁରୀ ବେଳାଭୂମିରେ ଅଲିଭ ରିଡ୍‌ଲେଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗଭୀର ସମୁଦ୍ରରୁ ଅଲିଭ ରିଡ୍‌ଲେଗୁଡ଼ିକ ବେଳାଭୂମିକୁ ଆସି ଅଣ୍ଡାଦାନ କରିଥାନ୍ତି। ତେବେ ଅଣ୍ଡାଦାନ ପାଇଁ ଆସୁଥିବାବେଳେ ସମୁଦ୍ର ମଧ୍ୟରେ ବେଆଇନ ଭାବେ ଚଳାଚଳ କରୁଥିବା ଟ୍ରଲରଗୁଡ଼ିକର ମାଡ଼ରେ ଶହ ଶହ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। ପ୍ରଶାସନର ନିୟମକୁ ଅନେକ ମତ୍ସ୍ୟଜୀବୀ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ଟ୍ରଲର ସାହାଯ୍ୟରେ ମାଛ ମାରୁଛନ୍ତି। ଏହା ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ଓ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପୁରୀ ସମେତ ଅସ୍ତରଙ୍ଗ ଓ ଚନ୍ଦ୍ରଭାଗା ବେଳାଭୂମି ସବୁଠି ପ୍ରତିଦିନ ଶହ ଶହ ମୃତ କଇଁଛ ମରି ପଡୁଛନ୍ତି। ଏ ନେଇ ଅନେକ ସମୟରେ ବନ ବିଭାଗ ନିକଟରେ ଖବର ରହୁନାହିଁ। ମୃତ କଇଁଛଙ୍କ ଚାରିପାଖରେ କାଉମାନେ ବସି ସେଗୁଡ଼ିକର ମାଂସ ଖାଉଥିବା ଦେଖିବାକୁ ମିଳୁଛି। ଏପରିକି ବୁଲା କୁକୁର ମଧ୍ୟ ମୃତ କଇଁଛର ମାଂସ ଖାଇବାକୁ ନିକଟରେ ଘୂରି ବୁଲୁଛନ୍ତି। ପୁରୀ ଏକ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ଶ୍ରୀମନ୍ଦିର ଓ ବେଳାଭୂମି ବୁଲିବାକୁ ଲକ୍ଷାଧିକ ଲୋକ ଏଠାକୁ ଆସିଥାନ୍ତି। ତେବେ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ମୃତଦେହ ଦେଖି ସେମାନଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଅଣ୍ଡା ଦେବାକୁ ପ୍ରାୟ ନଭେମ୍ବରରୁ କଇଁଛମାନେ ଗଭୀର ସମୁଦ୍ରରୁ ବାହାରି ବେଳାଭୂମି ଅଭିମୁଖେ ଆସିଥାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ନଭେମ୍ବର ୧ରୁ ମେ ମାସ ପର୍ଯ୍ୟନ୍ତ ବେଳାଭୂମିର ୨୦ କିମି ପରିସରରେ ଟ୍ରଲର ଦ୍ୱାରା ମାଛ ମାରିବା ନିଷେଧ କରାଯାଇଥାଏ। ମାତ୍ର ପ୍ରଶାସନର ଏହି ନିର୍ଦ୍ଦେଶକୁ ବେଖାତିର କରି ଅନେକ ମତ୍ସ୍ୟଜୀବୀ ନିଷିଦ୍ଧାଞ୍ଚଳରେ ମାଛ ମାରୁଛନ୍ତି। ଫଳରେ ଅନେକ କଇଁଛ ଜାଲ ଓ ଟ୍ରଲରରେ ମାଡ଼ ହୋଇ ପ୍ରାଣ ହରାଉଛନ୍ତି। ଏ ନେଇ ପ୍ରଶାସନର ଢିଲା ମନୋଭାବକୁ ପରିବେଶବିତ୍‌ମାନେ ଦାୟୀ କରୁଛନ୍ତି। ପୁରୀ ସମୁଦ୍ର ଏବେ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହେଉଛି। ମୃତ କଇଁଛଙ୍କୁ ପୋତିବା ଏବେ ବନ ବିଭାଗ କର୍ମଚାରୀଙ୍କ ଲାଗି ଏକପ୍ରକାର ନିତିଦିନିଆ କାମ ପାଲଟିଛି। ବିଲୁପ୍ତ ପ୍ରାୟ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହୁଥିବାବେଳେ ବାସ୍ତବ ପଦକ୍ଷେପ କେବଳ କାଗଜକଲମରେ ସୀମିତ ରହୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ସରକାର ଏଥିପ୍ରତି ଧ୍ୟାନ ନ ଦେଲେ ଆଗାମୀ ଦିନରେ ଉକ୍ତ ପ୍ରଜାତିର କଇଁଚ୍ଛ ଦେଖିବା ସ୍ବପ୍ନ ପାଲଟିବ ବୋଲି ଅନେକେ ମତ ଦେଉଛନ୍ତି।
ଅନ୍ୟପକ୍ଷରେ ଡିଏଫ୍‌ଓ ଏନ୍‌.ରାମାସ୍ବାମୀ କହିଛନ୍ତି, ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଜିଲାରେ ନଭେମ୍ବର ୧ରୁ ବେଳାଭୂମିରେ ୧୫ଟି କ୍ୟାମ୍ପ ଓ ହାଜରା କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ଦୁଇଜଣ ଲେଖାଏ କର୍ମଚାରୀ ନିୟୋଜିତ ରହିଛନ୍ତି। କୋଷ୍ଟ ଏରିଆକୁ କେତୋଟି କଇଁଛ ଅଣ୍ଡା ଦେବାକୁ ଆସୁଛନ୍ତି ଓ କେତୋଟି ମରି ପାଣିରେ ଭାସୁଛନ୍ତି ସେ ନେଇ ସେମାନେ ନଜର ରଖିବା ସହ ମନିଟରିଂ କରୁଛନ୍ତି। ସେହିଭଳି ସମୁଦ୍ରର ୨୦ କି.ମି. ଭିତରେ ଥିବା ନୋ ଫିସିଙ୍ଗ ଜୋନ୍‌ରେ ଟ୍ରଲର ମାଧ୍ୟମରେ ପାଟ୍ରୋଲିଂ କରାଯାଉଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କୁ ଧରାଯାଇ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଉଛି। ଅନେକ ସମୟରେ କଇଁଛଗୁଡ଼ିକ ବିଭିନ୍ନ କାରଣରୁ ଆଘାତ ପ୍ରାପ୍ତ ହୋଇ ସମୁଦ୍ରରେ ପ୍ରାଣ ହରାଉଛନ୍ତି। ସେଗୁଡ଼ିକୁ କର୍ମଚାରୀମାନେ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ବେଳାଭୂମି ବାଲିରେ ଗାତ ଖୋଳି ପୋତି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri