ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର,୭।୩(ଭାସ୍କର ରାଉତରାୟ): ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେଇସାରିଛନ୍ତି। ଏହି ପ୍ରକିୟା ଆଉ ୨ରୁ ୪ ଦିନ ଚାଲିବ। ପାଗ ଅନୁକୂଳ ଥିବାରୁ ଲକ୍ଷାଧିକ ମା’ କଇଁଛ ଏବେ କୂଳ ମୁହଁରେ ଅଣ୍ଡା ଦେବା ଅପେକ୍ଷାରେ ଅଛନ୍ତି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଗହୀରମଥା ସର୍ବବୃହତ୍‌ ରୁକେରୀ(ସାମୂହିକ ଅଣ୍ଡାଦେବା ସ୍ଥାନ)ରେ ପରିଣତ ହୋଇଥିବା ବେଳେ ଋଷିକୁଲ୍ୟା ନଦୀ ମୁହାଣରେ ସର୍ବାଧିକ ଆରିବାଡା (ସାମୂହିକ ବସା) ଦେଖିବାକୁ ମିଳିଛି। ପୂର୍ବ ରେକର୍ଡକୁ ଅତିକ୍ରମ କରି ଚଳିତବର୍ଷ ଋଷିକୁଲ୍ୟା ମୁହାଣ ନିକଟରେ ୬,୯୮,୭୧୮ ଅଲିଭ ରିଡ୍‌ଲେ ଅଣ୍ଡା ଦେଇଛନ୍ତି।

ସେହିପରି ଗତ ୫ ତାରିଖରୁ ଗହୀରମଥାରେ କଇଁଛଙ୍କ ସାମୂହିକ ବସା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୭୮,୭୪୩ କଇଁଛ ଅଣ୍ଡା ଦାନ କରିଥିବା ବେଳେ ୬ ତାରିଖରେ ୧,୧୪,୦୦୨ କଇଁଛ ଅଣ୍ଡା ଦାନ କରିଛନ୍ତି। ଏହି ବିରଳ କଇଁଛଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସାମୁଦ୍ରିକ ପୋଲିସ ସହଯୋଗରେ ୬୭ଟି ପାଟ୍ରୋଲିଂ କ୍ୟାମ୍ପ କରାଯାଇଛି।

ସେହିପରି ୨୪ଘଣ୍ଟା ନିରୀକ୍ଷଣ ପାଇଁ ହାଇସ୍ପିଡ୍‌ ଜାହାଜ ସମେତ ୨୨ଟି ପାଟ୍ରୋଲିଂ ବୋଟ୍‌ ନିୟୋଜିତ କରାଯାଇଛି। ବାସସ୍ଥଳୀର ନିରନ୍ତର ତଦାରଖ, ଆଲୋକ କଟକଣା ଲାଗୁ ହେବା ସହିତ ଅଣ୍ଡାର ସୁରକ୍ଷା ପାଇଁ ଅତିରିକ୍ତ ୮ଟି କୃତ୍ରିମ ହାଚେରୀ କୁଜଙ୍ଗ ଓ ଗହୀରମଥା ବନ୍ୟପ୍ରାଣୀ ରେଞ୍ଜ୍‌ରେ ପ୍ରତିଷ୍ଠା ହୋଇଛି।

ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଏବଂ ଉପକୂଳ ଡିଭିଜନର ଉତ୍ସର୍ଗୀକୃତ ଦଳ ଦ୍ୱାରା ଏହାକୁ ସକ୍ରିୟ ଭାବରେ ତଦାରଖ କରାଯାଉଛି। ତଟରକ୍ଷୀ ବାହିନୀ, ମତ୍ସ୍ୟ ଓ ଏଆର୍‌ଡି ବିଭାଗ ଏବଂ ସାମୁଦ୍ରିକ ପୋଲିସ ପକ୍ଷରୁ ମିଳିତ ସାମୁଦ୍ରିକ ପାଟ୍ରୋଲିଂରେ ୨୪ଟି ଟ୍ରଲର, ୩ଟି ଗିଲ୍‌ ନେଟର୍‌ ଓ ଗୋଟିଏ ଯାନ୍ତ୍ରିକ ଡଙ୍ଗା ଜବତ ହୋଇଥିବାବେଳେ ୨୨୮ଜଣ ଗିରଫ ହୋଇଛନ୍ତି। ସେହିପରି ଜବତ ୧୫୯.୧ କୁଇଣ୍ଟାଲ ମାଛ ୧୪.୭ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri