ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ଚାଲିଛି ପୁରୁଣା ଫଟୋ ଅପ୍‌ଲୋଡ

ନାଉଗାଁ,୩୧ା୧୨(ସୁଧା ବେହୁରା)ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ ସ୍ବଚ୍ଛତା ସହ ଗ୍ରାମାଞ୍ଚଳ ଲୋକଙ୍କୁ ଠିକ୍‌ଭାବେ କାମ ଯୋଗାଇବା ଉଦ୍ଦେଶ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଡିଭିଜନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ଉକ୍ତ ଆପ୍‌କୁ ଠିକ୍‌ଭାବେ ପରିଚାଳନା କରାଯାଉ ନ ଥିବା ଜଣାପଡ଼ିଛି। ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ(ଏନ୍‌ଏମ୍‌ଏମ୍‌ଏସ) ଆପ୍‌ରେ କାର୍ଯ୍ୟ କରିବା ପାଇଁ ସମସ୍ତ ଜିଆରଏସ୍‌ଙ୍କୁ ଏକ ମୋବାଇଲ ଯୋଗାଇ ଦିଆଯାଇଛି। ଏହି ମୋବାଇଲରେ ଉକ୍ତ ଆପ୍‌କୁ ଲୋଡ୍‌ କରାଯାଇଛି। ଏହା ମାଧ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଫଟୋ ଅପ୍‌ଲୋଡ କରାଯିବ। ନିୟମାନୁସାରେ, ଶ୍ରମିକମାନେ ପ୍ରକଳ୍ପ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କ ଫଟୋ ଉତ୍ତୋଳନ କରାଯିବ। ଏହି ଫଟୋ ଦିନକୁ ୨ଥର ଅର୍ଥାତ୍‌ ପୂର୍ବାହ୍ନ ଓ ଅପରାହ୍ନରେ ଉଠାଯାଇ ଜିଓ ଟ୍ୟାଗିଂ କରି ଆପ୍‌ରେ ଅପ୍‌ଲୋଡ କରାଯିବ। ଏହାଦ୍ୱାରା ଉକ୍ତ ପ୍ରକଳ୍ପରେ ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଛନ୍ତି ନା ମେଶିନରେ କାମ ହେଉଛି ତାହା ଜଣାପଡ଼ିବ। କିନ୍ତୁ ବ୍ଲକରେ ଠିକ୍‌ ଭାବେ ଉକ୍ତ ଆପ୍‌ର ବ୍ୟବହାର କରାଯାଉନାହିଁ। କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଜିଆର୍‌ଏସ୍‌ମାନେ ପୂର୍ବରୁ ନିର୍ମାଣ କରାଯାଇଥିବା ପ୍ରକଳ୍ପର ଫଟୋ ଉତ୍ତୋଳନ କରି ରଖିଛନ୍ତି। ଉକ୍ତ ଫଟୋକୁ ଏନ୍‌ଏମ୍‌ଏମ୍‌ଏସ୍‌ ଆପ୍‌ରେ ପରବର୍ତ୍ତୀ ସମୟରେ ପୁନର୍ବାର ବ୍ୟବହାର କରାଯାଉଛି।
ଏହାର ଉଦାହରଣ ଶିଖର ପଞ୍ଚାୟତ ଅନ୍ତର୍ଗତ ବୋଦଳ ପୋଖରୀ ରୋହିଆ ପଞ୍ଚାୟତ ସଫେଇ ନାଳର ପୁନରୁଦ୍ଧାର କାର୍ଯ୍ୟରେ ଦେଖିବାକୁ ମିଳିଛି। ରୋହିଆ ପଞ୍ଚାୟତର ସଫେଇ ନାଳର ପୁନରୁଦ୍ଧାର କାର୍ଯ୍ୟବେଳେ ୧୭ ଡିସେମ୍ବରରେ ଶ୍ରମିକମାନଙ୍କ ଯେଉଁ ଫଟୋ ଏନ୍‌ଏମ୍‌ଏମ୍‌ଏସ୍‌ ପୋର୍ଟାଲରେ ଅପ୍‌ଲୋଡ କରାଯାଇଥିଲା ଉକ୍ତ ଫଟୋ ପୁନର୍ବାର ୧୮ ତାରିଖରେ ଅପ୍‌ଲୋଡ କରାଯାଇଥିତ୍ବା ଜଣାପଡ଼ିଛି। ଅପରପକ୍ଷେ ଏ ସମସ୍ତ ଶ୍ରମିକ ଅନ୍ୟ ଜିଲାର ବୋଲି ଜଣାପଡ଼ିଛି। ସେମାନେ ଜଗତ୍‌ସିଂହପୁର ଜିଲାକୁ ଦାଦନ ଖଟିବାକୁ ଆସିଥିବାବେଳେ ଏହି ପ୍ରକଳ୍ପ ପାଇଁ ଡାକି ଫଟୋ ଉଠାଯାଇଛି ବୋଲି କେତେଜଣ ସ୍ଥାନୀୟ ଲୋକ ନାମ ଗୋପନ ରଖି କହିଛନ୍ତି। ଫଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକଳ୍ପ କାର୍ଯ୍ୟର ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ଏଭଳି ଚଞ୍ଚକତା କରି ଠିକାଦାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। ଏଥିରେ ପ୍ରଶାସନିକ କର୍ମଚାରୀ ଓ ଯନ୍ତ୍ରୀଙ୍କ ମଧ୍ୟ ସମ୍ପୃକ୍ତି ରହୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ତଥା ବିଡିଓ ତପନ ମହାପାତ୍ରଙ୍କୁ ପଚାରିବାରେ, ଏ ବିଷୟରେ ମୁଁ ଅବଗତ ନ ଥିଲି। କ’ଣ ହୋଇଛି ଠିକ୍‌ଭାବେ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?