ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦରେ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ପରେ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଜବରଦଖଲ ଉଚ୍ଛେଦରେ ପ୍ରଶାସନର ଭୂମିକା, ଆଭିମୁଖ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରଥମ ବରଗଡ଼ ଗସ୍ତ ସମୟରେ ଜବରଦଖଲରେ ରହିଥିବା ବଡ଼ବଡ଼ିଆଙ୍କ ଅଟ୍ଟାଳିକାରୁ ଉଚ୍ଛେଦ ଆରମ୍ଭ ହେବ ବୋଲି କହିଥିଲେ। କିନ୍ତୁ ବରଗଡ଼ ସହରରେ ଉଚ୍ଛେଦ ପ୍ରକିୟାର ବାସ୍ତବତା ବଦଳି ଯାଇଛି।

ଉଚ୍ଛେଦରେ ସ୍ଥାନୀୟ ପ୍ରଶାସନ ଥିଲାବାଲାଙ୍କୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲଗାଇ ବିନା ଥଇଥାନରେ ଭୂମିହୀନ, ଗରିବଙ୍କୁ ଉଚ୍ଛେଦ କରୁଥିବା ଅଭିଯୋଗ ହୋଇଛି। ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକଠାରୁ ଜୀରାବ୍ରିଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ବର୍ଷକ ମଧ୍ୟରେ ୨ ଥର ରାୟ ଦେଇ ସାରିଛନ୍ତି। ଏହାସତ୍ତ୍ୱେ ପୌର ପ୍ରଶାସନ ସମ୍ପୃକ୍ତ ପ୍ରତିପତ୍ତିଶାଳୀ ଜବରଦଖଲକାରୀଙ୍କ କୋଠାବାଡ଼ିକୁ ହାତ ମାରି ପାରି ନ ଥିବା ବେଳେ ଗୁରୁବାର ପୋଲିସ ଲଗାଇ ଗରିବଙ୍କୁ ଉଚ୍ଛେଦ ପାଇଁ ଆଗେଇ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ଜୀରାନଦୀ କୂଳରେ ଅମ୍ବାପାଲି ପଟକୁ ରହିଥିବା ପଡ଼ିଆ ଧନୁଯାତ୍ରା ସମୟରେ ବୃନ୍ଦାବନ ପଡ଼ିଆ ପାଲଟିଥାଏ। ତେବେ ଏହି ପଡ଼ିଆ ନିକଟ ସରକାରୀ ଜମିରେ ୨ବୃଦ୍ଧା ଭଉଣୀ ରାଜକୁମାରୀ ମଲ୍ଲିକ ଏବଂ ଦଶୀ ମଲ୍ଲିକ ଘର ତିଆରି କରି ସପରିବାର ରହୁଛନ୍ତି। ସେମାନଙ୍କ ବ୍ୟତୀତ ଆହୁରି ଗରିବ ପରିବାର ମଧ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘରଦ୍ୱାର କରି ରହି ଆସୁଛନ୍ତି। ତେବେ ବୃନ୍ଦାବନ ପଡ଼ିଆରେ ବିଗତ ବର୍ଷଗୁଡ଼ିକରେ ଗୋପପୁର ଦୃଶ୍ୟାଭିନୟ ସୂଚାରୁ ଭାବେ ସମ୍ପନ୍ନ ହୋଇସାରି ଥିବାବେଳେ ଏବେ ଧନୁଯାତ୍ରା ମହୋତ୍ସବକୁ ଆଳ କରି ପୌର ପ୍ରଶାସନ ସେଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ଏହି କ୍ରମରେ ପୌର ପରିଷଦ କର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ପୋଲିସ ଏବଂ ବୋଲଡ଼ୋଜର ଧରି ଉଚ୍ଛେଦ ପାଇଁ ରାଜକୁମାରୀ ଏବଂ ଦଶୀଙ୍କ ଘରକୁ ପହଞ୍ଚି ଥିଲେ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ। ବିନା ଥଇଥାନ ଏବଂ ବିନା ନୋଟିସ୍‌ରେ ସେମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ପ୍ରଭାବିତ ପରିବାର ଅଭିଯୋଗ କରିଥିଲେ।

ବୋଲଡୋଜର ଘର ଉପରକୁ ମାଡ଼ି ବସିବା ବେଳେ ପ୍ରଭାବିତ ପରିବାର ଲୋକେ ବୁଲଡୋଜର ତଳକୁ ଯାଇ ଘରକାନ୍ଥ କଡ଼େ ଛିଡ଼ା ହୋଇଥିଲେ। ଏପରିକି ବୃଦ୍ଧା ରାଜକୁମାରୀ ବୁଲଡୋଜରରେ ବସି ପ୍ରତିବାଦ କରିବା ସହିତ କାନ୍ଦ ବୋବାଳି କରିଥିଲେ।

ପୋଲିସ ସେମାନଙ୍କୁ ସେଠାରୁ ଟଣାଟଣି କରି ଉଠାଇ ଆଣିବାକୁ ଚେଷ୍ଟା କରିଥିଲା ଏବଂ ଏଥିରେ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା। ଶେଷର ଆଂଶିକ ଉଚ୍ଛେଦ କରି ପୋଲିସ, ପ୍ରଶାସନ ଫେରି ଆସିଥିଲେ।

ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ମହିଳା ଅନିତା ପଟେଲ କହିଛନ୍ତି, ୨/୩ ବର୍ଷ ହେଲା ସେଠାରେ ଘର କରି ରହୁଛନ୍ତି। ନୋଟିସ୍‌ ନ ଦେଇ ହଠାତ୍‌ ଘର ଭାଙ୍ଗିବାକୁ ପୋଲିସ, ପ୍ରଶାସନିକ ଅଧିକାରୀ ଆସିଥିଲେ। ଆଗରୁ ଥଇଥାନ କରନ୍ତୁ ଏବଂ ପରେ ଉଚ୍ଛେଦ କରାଯାଉ। ମଜୁରୀ କଲେ ଯାଇ ଖାଉଛୁ, ଆଉ ଏମାନଙ୍କ ପିଛାରେ ଆମେ ଆଉ ଲଢ଼ି ପାରିବୁ କି ବୋଲି ସେ କହିଥିଲେ। ସେହିପରି ଅନ୍ୟଜଣେ ଯୁବତୀ ସଙ୍ଗୀତା ମଲ୍ଲିକ କହିଛନ୍ତି, ଯେଉଁମାନଙ୍କ ଘର ଭଙ୍ଗା ଯାଉଛି, ସେମାନେ ସମସ୍ତେ ନିରୀହ ଲୋକ ଏବଂ ଭୂମିହୀନ। ସରକାରୀ ଜାଗାରେ ଘର କରିଛନ୍ତି ସତକଥା, କିନ୍ତୁ ପାର୍ଟି ପଲିଟିକ୍ସ ଏବଂ ଧନୁଯାତ୍ରା ଆଳରେ ଜଣଙ୍କ ଘର ଭଙ୍ଗାଯିବା କେତେ ଯୁକ୍ତିଯୁକ୍ତ। ଲେଙ୍ଗୁ ମିଶ୍ର ଛକରୁ ଜୀରାବ୍ରିଜ ପର୍ଯ୍ୟନ୍ତ ସରକାରୀ ଜମି ଜବରଦଖଲ କରିଥିବା ଲୋକଙ୍କ କୋଠାବାଡ଼ି କାହିଁକି ଭଙ୍ଗାଯାଉ ନାହିଁ ବୋଲି ସଙ୍ଗୀତା ପ୍ରଶ୍ନ କରିଛନ୍ତି।

ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ କହିଛନ୍ତି, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲୁ। ଗୋଟିଏ ଘର ଆଂଶିକ ଭାଙ୍ଗି ଦେଇଛୁ। କିନ୍ତୁ ପ୍ରଭାବିତ ଲୋକ ଏବଂ ସାଧାରଣ ଜନତାଙ୍କ ପ୍ରତିରୋଧ ଯୋଗୁ ତାକୁ ଅଧାରେ ବନ୍ଦ କରି ଦିଆଯାଇଛି। ପରବର୍ତ୍ତୀ ସମୟରେ ଗୋପପୁର କମିଟି ସହିତ ଆଲୋଚନା କରି ଏବଂ ଆଇନଗତ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?