ପାଣିନଗର ଗାଁରେ ଜବରଦଖଲ ଉଚ୍ଛେଦ

ରୂପସା,୧୯ ।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ତହସିଲ ଅନ୍ତର୍ଗତ ନଟାକଟା ପଞ୍ଚାୟତର ପାଣିନଗର ଗ୍ରାମରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମରେ ଏକ ଗରିବ ପରିବାର ବାସ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାରୁ ଘର ସମ୍ମୁଖରେ ଥିବା ସରକାରୀ ଜାଗା ଦଖଲକରି ବସବାସ କରି ଆସୁଥିଲେ। ମାତ୍ର ବସ୍ତା ତହସିଲଦାର କାର୍ତ୍ତିକ କୁମାର ଦାସଙ୍କ ସୂଚନା ଅନୁଯାୟୀ ଗ୍ରାମରେ ଜାଗା ନ ଥିବାରୁ ସରକାରୀ ଯୋଜନାର ଏକ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ୩ ଡିସିମିଲ ଜାଗା ଠିକ୍‌ କରାଯାଇଥିଲା। ମାତ୍ର ଉକ୍ତ ୩ ଡିସିମିଲ ଯାଗାକୁ ପାଣିନଗର ଗ୍ରାମର ମନୋରଞ୍ଜନ ପାତ୍ର ଜବରଦଖଲ କରି ରଖିଥିଲେ। ଉକ୍ତ ଜାଗାକୁ ଖାଲି କରିବାକୁ ବସ୍ତା ତହସିଲ ପକ୍ଷରୁ ତାଙ୍କ ଉପରେ ଏକ ମାମଲା ରୁଜୁ କରାଯାଇଥିଲା ଏବଂ ଉଚ୍ଛେଦ ପାଇଁ ନୋଟିସ୍‌ ଜାରି କରାଯାଇଥିଲା। ଏଭିକେସନ ନୋଟିସ ବିରୋଧରେ ମନୋରଞ୍ଜନ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତେବେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ୨ ମାସ ଭିତରେ ସବକଲେକ୍ଟରଙ୍କ କୋର୍ଟରେ କେଶ କରିବା କଥା। ମାତ୍ର ୬ ମାସ ବିତିଯାଇଥିଲେ ମଧ୍ୟ ପାତ୍ର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶନିବାର ବସ୍ତା ତହସିଲଦାର ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଜେସିବି ଲଗାଇ ଉକ୍ତ ଜାଗାରୁ ଜବରଦଖଲ ଉଚ୍ଛେଦ କରିଛନ୍ତି। ବସ୍ତା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ସଦଳବଳେ ଉପସ୍ଥିତ ଥିଲେ। ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?