ନଷ୍ଟ ହେବନି ପୁରୁଣା ପୋଷାକ

ପୋଷାକ ପୁରୁଣା ହୋଇଗଲେ କିମ୍ବା କୌଣସି କାରଣରୁ ଚିରିଗଲେ ଅବା ଛୋଟ ହୋଇଗଲେ ସାଧାରଣତଃ ଅନେକଙ୍କ ଲାଗି ଏହା ଅନାବଶ୍ୟକ ହୋଇ ପଡିରହେ କିମ୍ବା ଫିଙ୍ଗା ହୋଇଯାଏ। ହେଲେ ଆପଣ ଚାହିଁଲେ ଏହାକୁ ବ୍ୟବହାର କରି ଏଭଳି କିଛି ସାମଗ୍ରୀ ପ୍ରସ୍ତୁତ କରିପାରିବେ ଯାହା ନା କେବଳ ଦେଖିବାକୁ ସୁନ୍ଦର ଏବଂ ଭିନ୍ନ ଲାଗିବ ବରଂ ଆପଣଙ୍କର ବେଶ୍‌ କାମରେ ମଧ୍ୟ ଆସି ପାରିବ…

– ପୁରୁଣା ଶାଢ଼ିରୁ ଆପଣ ଚାହିଁଲେ କୁର୍ତ୍ତୀ, ସ୍କଟ୍‌, ପିଲୋ କଭର, ଡୋର୍‌ କିମ୍ବା ଓ୍ବିଣ୍ଡୋ ସ୍କ୍ରିନ୍‌ ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିପାରିବେ।
– ଶାର୍ଟ ପୁରୁଣା ହୋଇଯାଇଥିଲେ ଏଥିରୁ ଆପଣ ଡିଜାଇନର ଫ୍ରକ୍‌, ନାଇଟ୍‌ ଓ୍ବେର୍‌ ଡ୍ରେସ୍‌ ଆଦି ବ୍ୟବହାର କରିପାରିବେ। ବିଶେଷକରି କଟନ୍‌ ଶାର୍ଟରେ ଏସବୁ ପ୍ରସ୍ତୁତ କଲେ ପିନ୍ଧିବାକୁ କମ୍ଫର୍ଟେବଲ୍‌ ମଧ୍ୟ ଲାଗିବ। ପୁରୁଣା ଶାର୍ଟର ପକେଟ୍‌ରୁ ଛୋଟ ଛୋଟ ପର୍ସ, ମୋବାଇଲ୍‌ କଭର ଆଦି ବି ପ୍ରସ୍ତୁତ କରିପାରିବେ।
– ସ୍ବେଟର ଯଦି ଚିରିଯାଇଛି କିମ୍ବା ଛୋଟ ହୋଇଯାଇଛି ତେବେ ଏହାକୁ ଫିଙ୍ଗି ନ ଦେଇ ତାହାକୁ କାଟି ଓ୍ବିଣ୍ଟର କ୍ୟାପ୍‌, ଗ୍ଲୋବ୍ସ, ସକ୍ସ ଆଦି କରି ପରିବେ। ସ୍ବେଟରରୁ ସୁନ୍ଦର ସୁନ୍ଦର ଡୋର୍‌ମ୍ୟାଟ ବି ପ୍ରସ୍ତୁତ କରିପାରିବେ।
– ପୁରୁଣା ଜିନ୍ସ ପ୍ୟାଣ୍ଟରେ ଆପଣ ଚାହିଁଲେ ବିଭିନ୍ନ ଡିଜାଇନ୍‌ର ବ୍ୟାଗ୍‌, ଜ୍ୟାକେଟ୍‌, ସ୍କଟ୍‌, ମୋବାଇଲ୍‌ ପର୍ସ, କୁସନ୍‌ କଭର, ଡୋର୍‌ ମ୍ୟାଟ୍‌ ଆଦି ପ୍ରସ୍ତୁତ କରିପାରିବେ। କେବଳ ଏତିକି ନୁହେଁ, ଏଥିରେ ଭଳିକି ଭଳି ଫ୍ୟାଶନ୍‌ ଜୁଏଲେରୀ ଏବଂ ହୋମ୍‌ ଡେକୋରେଟିଭ୍‌ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରର ଔଷଧ

ଆପଣ ଜାଣନ୍ତି କି ରୋଷେଇ ଘରେ ନିତ୍ୟ ବ୍ୟବହୃତ ହେଉଥିବା ଏଭଳି କେତେକ ଖାଦ୍ୟଦ୍ରବ୍ୟ ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏଥିରେ...

ମନେ ରଖନ୍ତୁ, ଅସୁବିଧା ସମୟରେ କାମରେ ଆସିବ ଚାଣକ୍ୟଙ୍କ ଏହି ୩ କଥା

ଜୀବନର କୌଣସି ନା କୌଣସି ସମୟରେ ହଠାତ୍‌ ଏପରି ଜଟିଳ ପରିସ୍ଥିତି ଉପୁଜେ, ଯେଉଁଥିରୁ ଜଣେ ବ୍ୟକ୍ତି ନିଜକୁ ମୁକାଳିବା ପାଇଁ ଅସମର୍ଥ ହୋଇଥାଏ। କିଛି...

ଗ୍ରୀଷ୍ମରେ ଫଙ୍ଗାଲ ଇନ୍‌ଫେକ୍ସନ

ଖରାଦିନେ ଅଧିକ ଗରମ ଯୋଗୁ ଅନେକଙ୍କ ଠାରେ ଝାଳ ଲାଗି କୁଣ୍ଡେଇ ହେବା, ଲାଲ୍‌ ପଡିବା କିମ୍ବା ଫଙ୍ଗାଲ ଇନ୍‌ଫେକ୍ସନ ଭଳି ସମସ୍ୟା ଦେଖା ଦେଇଥାଏ।...

ଫ୍ଲ ଲେସ୍‌ ସ୍କିନ୍‌ ପାଇଁ ଅଣ୍ଡା

ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଆଇଟମ୍‌ ପ୍ରାୟ ଅନେକେ ପସନ୍ଦ କରନ୍ତି। ହେଲେ ଆପଣ ଜାଣନ୍ତି କି ଏଥିରେ ଭରି ରହିଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ ତ୍ୱଚା...

ଯୁବାବସ୍ଥାରେ ଆପଣାନ୍ତୁ ଏହି ୪ ଅଭ୍ୟାସ; ବାର୍ଦ୍ଧକ୍ୟ ବେଳେ ପଡ଼ିବେନି ଏକା

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମନୁଷ୍ୟ ଜୀବନରେ ସୁଖଦୁଃଖ ହେଉଛି ଖରାଛାଇ ଭଳି। ଏହା ସମସ୍ତଙ୍କ ଜୀବନରେ ଆସିଥାଏ। ଏଥିଲାଗି ମନୁଷ୍ୟକୁ ପ୍ରତିଟି ପରିସ୍ଥିତିରେ ସଂଘର୍ଷ କରି...

ଆବେଲ ପୁରସ୍କାର-୨୩

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ପ୍ରଦାନ କରାଯାଉଥିବା ଗୋଟିଏ ଅନ୍ତର୍ଜାତୀୟ ବିଶିଷ୍ଟ ପୁରସ୍କାର। ଏହାକୁ ନରଓ୍ବେ ସରକାର ସେହି ଦେଶର ବିଶିଷ୍ଟ ଗଣିତଜ୍ଞ ନିଲ୍ସ...

ପାଖରେ ରହୁନାହିଁ ଟଙ୍କା, ବଢ଼ୁଥିବା ଖର୍ଚ୍ଚକୁ ନେଇ ଚିନ୍ତିତ କି : ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନର ପରିସ୍ଥିତି, ବଜାରର ମହଙ୍ଗା ଦର ମଧ୍ୟରେ ଅର୍ଥ ସଞ୍ଚୟ କରିବା ଅତ୍ୟନ୍ତ କଷ୍ଟକର। ଅଧିକାଂଶ ଲୋକ ସେମାନଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି ମାତ୍ର...

ଆଜି ମହାଶିବରାତ୍ରି: ଜାଣନ୍ତୁ ଉପବାସଧାରୀ କ’ଣ ଖାଇବା ଉଚିତ

ଆଜି ମହାଶିବରାତ୍ରି। ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଭକ୍ତମାନେ ଏହିଦିନ ଉପବାସ ରହି ମହାଦେବଙ୍କ ଉପାସନା କରିଥାନ୍ତି। ଏପରି କି ଶ୍ରଦ୍ଧାଳୁମାନେ ଉଜାଗର ରହି...

Advertisement
Archives

Model This Week