ଧ୍ୱଂସମୁଖରେ ଓଳାଶୁଣୀର ସବୁଜ ବନାନୀ

ଚଣ୍ଡିଖୋଲ,୧୮ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ରେ ଅବସ୍ଥିତ ରାଜ୍ୟର ପ୍ରମୁଖ ଧର୍ମ, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପୀଠ ଓଳାଶୁଣୀ ପାହାଡ଼ର ଉଭୟ ପୂର୍ବ ଏବଂ ପଶ୍ଚିମ ଦିଗରୁ ପାହାଡ଼ ଶୀର୍ଷ ପର୍ଯ୍ୟନ୍ତ ଓ ପରିବେଶ ପର୍ଯ୍ୟଟନସ୍ଥଳୀ କଟେଜ୍‌ ପର୍ଯ୍ୟନ୍ତ ଚଉଡ଼ା ପକ୍କାରାସ୍ତା ତିଆରି ହେଉଛି। ଏଥିପାଇଁ ପାହାଡ଼ରୁ ଶହଶହ ସଂଖ୍ୟାରେ ଗଛ କଟାଚାଲିଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଶୀଘ୍ର ଗଛକଟା ବନ୍ଦ କରିବାକୁ ଦାବି ହୋଇଛି। ତେବେ ଜଙ୍ଗଲ ବିଭାଗର ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ ଆଜି ପର୍ଯ୍ୟଟନକ୍ଷେତ୍ର ଓଳାଶୁଣୀ ଗୁମ୍ଫାର ସବୁଜ ବନାନୀ ବିପଦରେ ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ୧୫ ଦିନ ତଳୁ ବୁଲଡୋଜର୍‌ ସହାୟତାରେ ପାହାଡ଼ ଖୋଳା କାମ ଆରମ୍ଭ ହୋଇଥିଲା। ପରେ ଗଛଗୁଡ଼ିକୁ କାଟି ଦିଆଯାଇଥିଲା।
ଏଠାକୁ ବର୍ଷତମାମ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ, ସାଧାରଣ ଲୋକ, ସାଧୁସନ୍ଥ ଓ ଛାତ୍ରୀଛାତ୍ର ଆସିଥାନ୍ତି। ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ କଡ଼ରେ ଏକ ପ୍ରାକୃତିକ ପରିବେଶ ଭିତରେ ଥିବା ଓଳାଶୁଣୀ ପାହାଡ଼ର ସବୁଜ ବନାନୀ, ଏହି ପୀଠର ଅଧିଷ୍ଠାତ୍ରୀ ମା’ ଓଳାଶୁଣୀ, ସନ୍ଥ ଅରକ୍ଷିତ ଦାସଙ୍କ ସିଦ୍ଧି ଓ ସାଧନାପୀଠର ପ୍ରାକୃତିକ ପରିବେଷ୍ଟନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିପୁଳ ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ପର୍ଯ୍ୟଟନ ସୁବିଧା କେନ୍ଦ୍ର ଉଦ୍‌ଘାଟନ ହେବା ଦିନଠାରୁ ଗୋଟିଏ ଦିନବି ପର୍ଯ୍ୟଟକଙ୍କ ପାଇଁ ବ୍ୟବହାର ହୋଇ ନ ଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ କୋଠରି ବିଶିଷ୍ଟ ୩ଟି ପରିବେଶ କଟେଜରେ ପର୍ଯ୍ୟଟକ ରାତ୍ରି ରହଣି କରିଥାନ୍ତି। କରୋନା ସମୟରେ କଟେଜଗୁଡ଼ିକ ବନ୍ଦ ଥିଲାବେଳେ ଚଳିତ ଜାନୁୟାରୀ ୨୬ରୁ ଏଠାରେ ଦୂରାଗତ ପର୍ଯ୍ୟଟକଙ୍କ ରହଣି ପାଇଁ ଅନଲାଇନ ଯୋଗେ ବୁକିଂ ଆରମ୍ଭ ହୋଇଛି। ଇତିମଧ୍ୟରେ ରାଜ୍ୟ ଜଙ୍ଗଲ ବିଭାଗ ଏହି ଓଳାଶୁଣୀ ପରିବେଶ ପର୍ଯ୍ୟଟନ କଟେଜର ଉନ୍ନତୀକରଣ ଓ ଏହାର ସମ୍ପ୍ରସାରଣ ଆଳରେ ଓଳାଶୁଣୀ ପାହାଡ଼ର ବିସ୍ତୀର୍ଣ୍ଣ ଅଞ୍ଚଳରୁ ପଥର ତାଡ଼ିବା ସହିତ ପୁରୁଣା ଗଛସବୁ କାଟିଦେଇଥିବା ଦେଖିବାକୁ ମିଳୁଛି।
ଓଳାଶୁଣୀ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କଟକ ଡିଏଫ୍‌ଓ ପ୍ରାୟ ଏକ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ସମ୍ବଳିତ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଥିବାବେଳେ ଏହାର ଆବଶ୍ୟକ ମଞ୍ଜୁରୀ ମିଳିନାହିଁ। ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ଭିତରେ କଟେଜର ନବୀକରଣ, କଟେଜଗୁଡ଼ିକ ମଧ୍ୟରେ ସଂଯୋଗୀକରଣ ପଥ ନିର୍ମାଣ, ଟ୍ରେକିଂ ପାଇଁ ରାସ୍ତା ନିର୍ମାଣ ଓ କଟେଜ ପାଖରେ ପାର୍କିଂସ୍ଥଳ ନିର୍ମାଣ ଯୋଜନା ରହିଛି। ଏହାସହିତ କଟେଜ ପାଖରୁ ପାହାଡ଼ ପାଦଦେଶରେ ଥିବା ଗୋବରୀ ନଦୀ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ନିର୍ମାଣ ସହ ନଦୀକୂଳରେ ବୋଟିଂ ବ୍ୟବସ୍ଥା ମଧ୍ୟ ରହିଛି। କଟେଜ ପାଖରୁ ପ୍ରାୟ ଏକ କିଲୋମିଟର ଦୂର ନଦୀ ପର୍ଯ୍ୟନ୍ତ ପାଦଚଲାରାସ୍ତା ନିର୍ମାଣ ଆଳରେ ବୁଲ୍‌ଡୋଜର ଲଗାଇ ପାହାଡ଼କୁ ତାଡ଼ିବା ସମୟରେ ପାହାଡ଼ରେ ଲଗାଯାଇଥିବା ଶତାଧିକ ୟୁକାଲିପଟାସ୍‌, ଆକାଶିଆ ଓ ଅନ୍ୟ ଔଷଧୀୟ ବୃକ୍ଷସବୁକୁ ମୂଳ ସହିତ ତାଡ଼ି ଦିଆଯାଇଥିବା ଦେଖିବାକୁ ମିଳୁଛି। ପାହାଡ଼ ଖୋଳା ଓ ଗଛ କଟାଯିବା ସମ୍ପର୍କରେ କଟକ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ଓଳାଶୁଣୀ ପରିବେଶ ପର୍ଯ୍ୟଟନସ୍ଥଳୀରେ ଏଭଳି ଗଛ କଟାଯାଇଥିବା ଖବର ମୋ ପାଖରେ ନାହିଁ। ସ୍ଥାନୀୟ ରେଞ୍ଜରଙ୍କ ପାଖରୁ ବୁଝି ତଥ୍ୟ ଦେଇପାରିବି। ଏ ସମ୍ପର୍କରେ ଚଣ୍ଡିଖୋଲ ଫରେଷ୍ଟର ଶଶିକାନ୍ତ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ସେଠାରେ ଥିବା ଜଙ୍ଗଲ ବିଭାଗର ପର୍ଯ୍ୟଟନ କୁଟିର ପାଇଁ ଏ ରାସ୍ତା ନିର୍ମାଣ ହୋଇ ଗୋବରୀ ନଦୀ ପର୍ଯ୍ୟନ୍ତ ଯିବ। ସେଥିପାଇଁ ଗଛଗୁଡ଼ିକ କଟା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri