ଭକ୍ତ ବିଦୁରଙ୍କ ପାଇଁ ଓଳକଣା ମେଳଣ

ଡେରାବିଶ,୨୬।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଓଳକଣା ମେଳନ ପଡ଼ିଆ ନିକଟ ଡେରାବିଶ ବ୍ଲକ ଅଧୀନ ଏଣ୍ଡର ପଞ୍ଚାୟତ ଅରାଖଣ୍ଡ ଗଁାରେ ପୂଜା ପାଉଥିବା ଭକ୍ତ ବିଦୂର ଏକ ଅନନ୍ୟ ପରମ୍ପରାର ପ୍ରତୀକ। ପୁରାଣ ବର୍ଣ୍ଣିତ ଦ୍ୱାପର ଯୁଗର ଭଗବାନ ଶ୍ରୀକୃଷ୍ଣ ଓ ସଖା ବିଦୂରଙ୍କ କାହାଣୀର ସ୍ମୃୃତି ପାଲଟିଛି ଏହି ମନ୍ଦିର ା ବୌଦ୍ଧ ଗବେଷକ ଡ.ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ ସୂଚନା ଅନୁଯାୟୀ ,ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବ ପାଞ୍ଚଭାଇ ମାତା କୁନ୍ତି ଓ ସ୍ତ୍ରୀ ଦ୍ରୌପଦୀଙ୍କ ଅଜ୍ଞାତବାସ ଡେରାଡ଼ିହଠାରେ ହୋଇଥିଲା। ଏହାର ଅନତି ଦୂରରେ ଥିବା ଅରାଖଣ୍ଡର ଘଞ୍ଚ ଅରଣ୍ୟରେ ଶ୍ରୀକୃଷ୍ଣଙ୍କ ପ୍ରିୟ ଭକ୍ତ ବିଦୂରଙ୍କ ଆଶ୍ରମ ଥିଲା ା ଏହି ସମୟରେ ବିଦୂରଙ୍କ ଆଶ୍ରମରେ ଶ୍ରୀକୃଷ୍ଣ କିଛିଦିନ ପାଇଁ ଆତିଥ୍ୟ ଗ୍ରହଣ କରିଥିଲେ ା ପ୍ରିୟ ଖାଦ୍ୟ ଶାଗଭଜା ପଖାଳ ଭୋଜନରେ ତୋଷ ହୋଇ ଶ୍ରୀକୃଷ୍ଣ ବିଦୂରଙ୍କୁ ବର ମାଗିବା ପାଇଁ କହିିଥିଲେ। ନିଷ୍କାମ ଭକ୍ତିରେ ଥିବା ବିଦୂର ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ହରି ଓ ହରଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ ା ଶ୍ରୀକୃଷ୍ଣ ବିଦୂରଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ତିଥିରେ ଏହି ଦିବ୍ୟ ଦର୍ଶନ ପାଇଁ ବର ପ୍ରଦାନ କରିଥିଲେ ା ସେହିଦିନଠାରୁ ଓଳକଣାରେ ମେଳଣ ଅନୁଷ୍ଠିତ ହୋଇ ଆସୁଛି ା
ମେଳଣ ପଡ଼ିଆକୁ ଆସୁଥିବା ସମସ୍ତ ବିମାନରେ ରାଧାକୃଷ୍ଣ ଉପବେଶନ କରିଥାନ୍ତି। କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ଭଦ୍ରେଶ୍ୱରଙ୍କ ମନ୍ଦିରରୁ ଏକ ସୁସଜ୍ଜିତ ବିମାନରେ ଶିବଶକ୍ତି ଆସିଥାନ୍ତି ବୋଲି ଅରାଖଣ୍ଡ ଗ୍ରାମର ବଟକୃଷ୍ଣ ସାମଲ କହିଛନ୍ତି ା ତେବେ ଏହି ମହାମିଳନର ଦର୍ଶନ ପାଇଁ ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସେହି ପଡ଼ିଆ ଲୋକାରଣ୍ୟ ହୋଇଯାଏ। ଏଥିସହିତ ଏହି ମେଳନର ଅନ୍ୟ ଏକ ପରମ୍ପରା ହେଉଛି ଆଳି ରାଜାଙ୍କ ଡେରାବିଶ ବ୍ଳକ ଅଧୀନ ରାଜନଗରରୁ ଆସୁଥିବା ପଞ୍ଚମୁଖି ବିମାନରେ ରାଧାକୃଷ୍ଣ ଓ ଡେରାବିଶରୁ ଆସୁଥିବା ବିମାନରେ ମା’ଲକ୍ଷ୍ମୀ ମେଳନ।
ଗବେଷକ ପୃଷ୍ଟିଙ୍କ ମତ ଅନୁଯାୟୀ ପରବର୍ତ୍ତୀ ଅବସ୍ଥାରେ ଆଳି ରାଜାଙ୍କ ଇଲାକାରେ ମେଳନ ପଡ଼ିଆ ଓ ଭକ୍ତ ବିଦୂରଙ୍କ ମନ୍ଦିର ଅବସ୍ଥିତି ଥିବାରୁ ମେଳନର ଅଧିପତି ଭାବେ ମା’ ଲକ୍ଷ୍ମୀ ଓ ଶ୍ରୀ ରାଧାକୃଷ୍ଣଙ୍କ ବିମାନଦ୍ୱୟ ଉପବେଶନ ପାଇଁ ମାଟିରେ ଏକ କନକ ବେଦୀ ପୂର୍ବରୁ ନିର୍ମିତ ହୋଇଥାଏ ା ସ୍ବତନ୍ତ୍ର ଝୁଲଣରେ ଆଳି ରାଜା ଓ ରାଣୀଙ୍କ ଏହି ମେଳନ ଦର୍ଶନ ଏକ ପରମ୍ପରା ଥିଲା ବୋଲି ପୃଷ୍ଟି କହିଛନ୍ତି ା ଆସନ୍ତା ମାର୍ଚ୍ଚ ୬ ରେ ମେଳନ ଥିବାରୁ ଉଭୟ କେନ୍ଦ୍ରାପଡ଼ା ଓ କଟକ ଜିଲା ମେଳନ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?