ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ । OLA, Uber, Rapido ଅନଲାଇନ ଚାଳକ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଥିବା ବେଳେ ମାଷ୍ଟର କ୍ୟାଣ୍ଟିନରେ ବଡ଼ ହଙ୍ଗାମା ହୋଇଛି । ପରିସ୍ଥିତି ଅଣାୟତ ବାହାରକୁ ଚାଲିଯାଇଥିବା ବେଳେ ବାଧ୍ୟ ହୋଇ ଲାଠି ଚାର୍ଜ ସହ ପାଣି ମାଡ କରିଛି ପୋଲିସ । ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ପୋଲିସ ଓ ଗାଡି ଚାଳକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଛି ।

କିଲୋମିଟର ପିଛା ଭଡା ବୃଦ୍ଧି, ବୁକିଂ କ୍ୟାନସେଲ କଲେ ଗ୍ରାହକଙ୍କ ଠାରୁ ଦେୟ ଆଦାୟ ଭଳି ଦାବି ନେଇ ଆନ୍ଦୋଳନ ଜାରି ରଖିଥିବା OLA, Uber ଓ Rapido ଡ୍ରାଇଭର ମାନେ ହଠାତ ଆନ୍ଦୋଳନକୁ ତୀବ୍ର କରିବା ବେଳେ ସ୍ଥିତି ଅଣାୟତ ହୋଇପଡିଥିଲା । ଏପରିକି ପୋଲିସ ଉପରକୁ ପଥର ମାଡ କରିବାକୁ ପଛାଇ ନ ଥିଲେ ଡ୍ରାଇଭର । ବାଧ୍ୟ ହୋଇ ଲାଠି ଚାର୍ଜ କରିବା ସହିତ ପାଣି ମାଡ କରିଛି ପୋଲିସ । ଉତ୍ୟକ୍ତ ଡ୍ରାଇଭରମାନେ ଆମ ବସକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଅପହଞ୍ଚ: ଆସିଲାନି ଆମ୍ବୁଲାନ୍ସ ଭରା ବନ୍ୟାପାଣିରେ ଭାରରେ ବୁହାହେଲେ ରୋଗୀ

ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର…

ଛାତ୍ର ଆନ୍ଦୋଳନ ୨ ମାସ ପାଇଁ ସ୍ଥଗିତ, ସରକାରଙ୍କୁ ଦେଲେ ଅଲ୍ଟିମେଟମ୍‌

ନୂଆଦିଲ୍ଲୀ, ୧୯।୮: ରାଞ୍ଚିର ଜେପିଏସ୍‌ସି ଷ୍ଟାଡିୟମରେ ଜୁଲାଇ ୨୫ରୁ ଚାଲିଥିବା ଛାତ୍ର ଆନ୍ଦୋଳନକୁ ବର୍ତ୍ତମାନ ପାଇଁ ଦୁଇ ମାସ ସ୍ଥଗିତ ରଖାଯାଇଛି। ଆନ୍ଦୋଳନକାରୀ ଛାତ୍ରମାନେ ଝାଡ଼ଖଣ୍ଡ ସରକାରଙ୍କୁ…

ଗାଲେ ଟେଷ୍ଟକୁ ୧୬୫ ରନରେ ଜିତିଲା ଭାରତ; ୧୦ ୱିକେଟ ନେଇ ଇତିହାସ ରଚିଲେ ମାନବ ସୁଥାର

ନୂଆଦିଲ୍ଲୀ,୧୯।୮: ଗାଲେ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରିଛି। ଚତୁର୍ଥ ଇନିଂସରେ ୩୭୨ ରନର ଟାର୍ଗେଟ ପିଛା କରି ଶ୍ରୀଲଙ୍କା କେବଳ ୨୦୬ ରନ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ବିବାଦ ମଧ୍ୟରେ ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ, ନିଜର ମତ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ/ଢାକା,୧୯।୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ତାରିକ…

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ତାମିଲନାଡୁରେ ୬ ଦାଦନ ଶ୍ରମିକ ଅଟକ ଅଭିଯୋଗ: ଉଦ୍ଧାର ପାଇଁ ନିବେଦନ

ପାଟଣା,୧୯ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଖଲିଆରୀପାଟ ନୂଆଗାଁ ଗ୍ରାମର ୬ଜଣ ଶ୍ରମିକ ତାମିଲନାଡୁର ଚେନ୍ନାଇସ୍ଥିତ ଏକ ଟାୟାର କାରଖାନାରେ ଦାଦନ ଖଟିବାକୁ…

ତାମିଲନାଡୁ ସରକାରଙ୍କ କଡ଼ା ନିର୍ଦ୍ଦେଶ: CJP ଆନ୍ଦୋଳନରେ ସାମିଲ ହୋଇପାରିବେନି ଛାତ୍ରୀଛାତ୍ର

ଚେନ୍ନାଇ,୧୯ା୮: ତାମିଲନାଡୁ ସରକାର ବୁଧବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। CJP ଆନ୍ଦୋଳନରେ କୌଣସି ଛାତ୍ରୀଛାତ୍ର ସାମିଲ ହୋଇପାରିବେନି ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri