ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ପ୍ରସ୍ତାବ ୬ ବର୍ଷ ହେଲା ଜମି ନ ମିଳିବାରୁ ଅଟକି ରହିଛି। ତତ୍କାଳୀନ ବିଜେଡି ସରକାର କଳାପଥର ଖାଦାନ ପାଇଁ ଜମି ଯୋଗାଇ ଦେବାରେ ଟାଳଟୁଳ ନୀତି ଆପଣାଇଥିବା ଭାଜପା ପକ୍ଷରୁ ସେତେବେଳେ ଅଭିଯୋଗ ହୋଇଥିଲା। ଓଡ଼ିଶାରେ ଭାଜପା ଏକାକୀ ସରକାର ଗଢ଼ିଥିବାରୁ ଏବେ କେନ୍ଦ୍ର ସରକାରଙ୍କ ବହୁ ପ୍ରତୀକ୍ଷିତ ଭୂତଳ ତୈଳଭଣ୍ଡାର ପୁଣି ପ୍ରତିଷ୍ଠା ହେବାର ଆଶା ଉଜ୍ଜୀବିତ ହୋଇଛି। ଏଥିପାଇଁ ସରକାର ଚାହିଁଲେ ଏବେ ଜମି ଅଧିଗ୍ରହଣରେ କୌଣସି ବାଧା ଉପୁଜିବ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
୨୦୧୭-୧୮ ବଜେଟରେ ଏହି ଭୂତଳ ତୈଳଭଣ୍ଡାର ପାଇଁ ୩୮୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହାପରେ ଏହାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ୩.୭ ମିଲିୟନ ମେଟ୍ରିକ ଟନ୍‌ (ଏମ୍‌ଏମ୍‌ଟି) କ୍ଷମତାବିଶିଷ୍ଟ ଏହି ତୈଳ ସଂରକ୍ଷଣ ଭଣ୍ଡାରର ଉଦ୍ଦେଶ୍ୟ ହେଉଛି ଜରୁରିକାଳୀନ ସମୟରେ ପେଟ୍ରୋଲିୟମ ଦ୍ରବ୍ୟ ଯୋଗାଇଦେବା। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏହି ଐତିହାସିକ ପ୍ରସ୍ତାବକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା। ଇତିମଧ୍ୟରେ ବିଭିନ୍ନ ସମୟରେ କେନ୍ଦ୍ରୀୟ ଦଳଗୁଡ଼ିକ ପ୍ରସ୍ତାବିତ ଡଙ୍କାରୀ ଅଞ୍ଚଳ ପରିଦର୍ଶନ ସହ ଅନୁଧ୍ୟାନ କରି ଫେରିଯାଇଥିଲେ। କିନ୍ତୁ ଏକାଧିକ ମୂଲ୍ୟବାନ କଳାପଥର ଖାଦାନ ଯୋଗୁ ଏହି ପ୍ରସ୍ତାବିତ ତୈଳଭଣ୍ଡାର ପ୍ରକଳ୍ପ ହଜିଯାଇଛି। ଜିଲା ପ୍ରଶାସନ ପକ୍ଷରୁ ୧୪୧୩ କୋଟି ୮୬ ଲକ୍ଷ ୯୧ ହଜାର ୮୩୦ ଟଙ୍କା ରାଜସ୍ବ ହରାଇବେ ବୋଲି ଆକଳନ କରାଯାଇ ରାଜ୍ୟ ସରକାରଙ୍କୁ ସେତେବେଳେ ଅବଗତ କରାଯାଇଥିଲା। ତଥାପି ଜମି ଯୋଗାଇ ଦେବାରେ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।
ଉଲ୍ଲେଖଯୋଗ୍ୟ, ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଧର୍ମଶାଳା ତହସିଲଦାର ତାଙ୍କ ପତ୍ରସଂଖ୍ୟା ୧୧୮୬/୧୨ା୪ା୨୦୧୮ରେ ଡଙ୍କାରୀରେ ଚାଲିଥିବା ସମସ୍ତ କଳାପଥର ଖାଦାନକୁ ବନ୍ଦ କରିବାକୁ ଯାଜପୁର ଏସପିଙ୍କୁ ଅନୁରୋଧ କରିଥିଲେ। ଏଥିପାଇଁ ସରକାରଙ୍କ ଆଇନ ଅନୁସାରେ ସେତେବେଳେ କୌଣସି କଳାପଥର ଖାଦାନକୁ ଲିଜ୍‌ ସୂତ୍ରରେ ଅନୁମତି ଦିଆଯାଇ ନ ଥିଲା। କିନ୍ତୁ ଧର୍ମଶାଳା ତହସିଲଦାର ଜିଲାପାଳଙ୍କୁ ତାଙ୍କ ପତ୍ରସଂଖ୍ୟା ୧୧୮୯/୧୨ା୪ା୨୦୧୮ରେ ଡଙ୍କାରୀରେ ଚାଲିଥିବା ୩ଟି ଅନୁମତିପ୍ରାପ୍ତ ଓ ୧୩ଟି ଅନୁମତି ଅପେକ୍ଷାରେ ଥିବା ପଥର ଖାଦାନ ବନ୍ଦ ହେଲେ ସରକାର ଉପରୋକ୍ତ ପରିମାଣର ଅର୍ଥ କ୍ଷତି ସହିବେ ବୋଲି ଜଣାଇଥିଲେ।
ଡଙ୍କାରୀ ପାହାଡ଼ ପାଦଦେଶରେ ଥିବା ଖାତା ନମ୍ବର ୨୨୧, ପ୍ଲଟ ନମ୍ବର ୬୦୦ର ୭୭୩.୬୦ ଏକର ପର୍ବତ କିସମ ଜମିରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରସ୍ତାବ ରହିଥିଲା। ଏଥିରେ ପ୍ରାୟ ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିଲା। କଳାପଥର ଖାଦାନ ଆଳରେ ଏହି ଉଦ୍ଦେଶ୍ୟ ସେତେବେଳେ ପରାହତ ହୋଇଥିଲା। ଏବେ କିନ୍ତୁ ପୁଣି ସୁଯୋଗ ଆସିଛି। ପ୍ରସ୍ତାବିତ ସ୍ଥାନଟି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରହିଛି। ଏଠାରୁ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ଭାଜପାକୁ ସମର୍ଥନ ଦେଉଛନ୍ତି। ତେଣୁ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ଏହି ବୃହତ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଉଚିତ ବୋଲି ଏବେ ସବୁଠି ଦାବି ହେଉଛି। ଚଣ୍ଡିଖୋଲର ବରିଷ୍ଠ ଆଇନଜୀବୀ ଉଦୟନାଥ ସାହୁ କୁହନ୍ତି, ୨୦୧୭ରୁ କେନ୍ଦ୍ର ସରକାର ଏହି ତୈଳଭଣ୍ଡାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଥିଲେ। ୨୦୨୧ରେ ପୁଣି ଏଥିପାଇଁ ଆର୍ଥିକ ବ୍ୟୟବରାଦ ହୋଇଥିଲା। କିନ୍ତୁ ସେତେବେଳେ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇଦେବାକୁ ବିଭିନ୍ନ ପ୍ରକାର ଆଳ କରିଥିଲେ। ଏବେ ଆଉ ସେହି ସମସ୍ୟା ନାହିଁ। ଡବଲ ଇଞ୍ଜିନ ସରକାର ହୋଇଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବିଳମ୍ବେ ଜମି ଅଧିଗ୍ରହଣ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ଆବଶ୍ୟକ।
ଚଣ୍ଡିଖୋଲ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶେଷଦେବ ନାୟକ କୁହନ୍ତି, ଡଙ୍କାରୀରେ କଳାପଥର ଖାଦାନ ପାଇଁ ଏହି ମହତ୍‌ ପ୍ରକଳ୍ପ ହୋଇପାରିନାହିଁ। ତେବେ ଦର୍ପଣୀ ଅଞ୍ଚଳର ଖଟୁଆପଡା, ଅଣ୍ଟିଆ, ତରଞ୍ଜିଆ, କଞ୍ଚନଗର, ଖରମଙ୍ଗି ଅଞ୍ଚଳରେ ପ୍ରାୟ ୫୦୦ ଏକର ଜମିରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ପରବର୍ତ୍ତୀ ସମୟରେ ପ୍ରସ୍ତାବ ହୋଇଥିଲା। କିନ୍ତୁ ସେତେବେଳେ ସରକାର ଏଥିପ୍ରତି ଆଦୌ ଆଗ୍ରହ ପ୍ରକାଶ କରି ନ ଥିଲେ। ଏବେ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଚାଲିଛି। ତେଣୁ ଅଞ୍ଚଳର ବିକାଶ ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ଦିଗରେ ଉଭୟ ସରକାର ତ୍ୱରାନ୍ବିତ ପଦକ୍ଷେପ ଗ୍ରହଣ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?