୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର,୨୧। ୧୧: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ ପରିବର୍ତ୍ତନ ଦେଖାଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୨୧ ପଇସା ବଢ଼ି ୮୧.୮୧ ଛୁଇଁଛି। ସେହିଭଳି ଡିଜେଲ ଦର ୨୭ ପଇସା ବୃଦ୍ଧି ହୋଇ ୭୬.୯୫ ଟଙ୍କାରେ ପହଞ୍ଚିଛି। ୨ ମାସ ହେବ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ

କୌଣସି ପରିବର୍ତ୍ତନ କରି ନ ଥିବାରୁ ଖାଉଟିଙ୍କୁ ଏହାର ଲାଭ ମିଳିଥିଲା। ମାତ୍ର କରୋନା କାଳରେ ପୁଣି ଥରେ କମ୍ପାନୀ ତେଲ ଦର ବଢ଼ାଇବାରୁ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି। ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଦର ଶୁକ୍ରବାର ୧୭ରୁ ୨୦ ପଇସା ଉଚ୍ଚରେ ରହିଛି। ସେହିଭଳି ଡିଜେଲ ଲିଟର ପିଛା ଲୋକଙ୍କୁ ୨୨ରୁ ୨୫ ପଇସା ଅଧିକ ଦେବାକୁ ପଡୁଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୮୧.୨୩ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୩୧ ଟଙ୍କା, କୋଲକାତାରେ ୮୨.୨୯ ଟଙ୍କା ଏବଂ ମୁମ୍ବାଇରେ ସର୍ବାଧିକ ୮୭.୨୯ ଟଙ୍କା ରହିଛି। ଅପରପକ୍ଷରେ ଏହି ୪ ସହରରେ ଡିଜେଲ ଦର ଯଥାକ୍ରମେ ୭୦.୬୮ ଟଙ୍କା, ୭୬.୧୭ ଟଙ୍କା, ୭୪.୨୪ ଟଙ୍କା ଏବଂ ୭୭.୧୧ ଟଙ୍କା ଛୁଇଁଛି। କରୋନା ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍‌ ରହିବା ଯୋଗୁ ଇନ୍ଧନ ଦରରେ କମ୍ପାନୀ କୌଣସି ପରିବର୍ତ୍ତନ କରି ନ ଥିଲେ। ବର୍ତ୍ତମାନ ଦରରେ ଏଭଳି ପରିବର୍ତ୍ତନ ହେବା ପରେ ଆଗାମୀ ଦିନରେ ମଧ୍ୟ ଦର ବଢ଼ିପାରେ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ...

ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ...

ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ...

ରାଜ୍ୟରେ ୪୮.୬୫ ଲକ୍ଷ ଚାଷୀ, ୯୫ ହଜାର ଭାଗଚାଷୀ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ୨୦୧୫-୧୬ କୃଷି ଜନଗଣନା ଅନୁସାରେ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୯୫ ହଜାର ୧୮୪ ଭାଗଚାଷୀ...

ବର୍ଷାରେ ଧୋଇଗଲା ଡାଇଭର୍ସନ

କେନ୍ଦୁଝର, ୧୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଖଡ଼ିବାହାଳୀ ଛକ ନିକଟସ୍ଥ କଙ୍କଡାନାଳ ରାସ୍ତା ଲଘୁଚାପ ବର୍ଷାରେ ଧୋଇଯାଇଛି। ଏନେଇ ନରଣପୁର ବ୍ରାହ୍ମଣୀପାଳ ଯୋଗାଯୋଗ ବିଚ୍ଛିନ୍ନ...

ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟତା

ଭୁବନେଶ୍ୱର,୮।୧୧: ଇଣ୍ଡିଆନ୍‌ ଅଏଲ ପକ୍ଷରୁ ବାଲିଅନ୍ତା ବ୍ଲକ ଉମାଦେଇପୁର ବ୍ରହ୍ମପୁର ପଞ୍ଚାୟତର ଅନ୍ତର୍ଗତ ନାଗପୁର ଗ୍ରାମର କୁମର ରାଉତ(୭୦) ଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। କମ୍ପାନୀର...

୨୯୯ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଉଚ୍ଚଶିକ୍ଷାରେ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ଶିକ୍ଷକମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ପିଲାଙ୍କ ଭବିଷ୍ୟତ ଗଠନ ସହ ସେମାନେ ଛାତ୍ରୀଛାତ୍ରଙ୍କ ସୃଜନଶୀଳତାକୁ ପରିପ୍ରକାଶ କରିବା ପାଇଁ ଉତ୍ସାହିତ କରିଥାନ୍ତି। ସେମାନଙ୍କୁ...

ବିଧାନସଭା ଗୃହ କମିଟି : ଅରୂପ କୋଅପ୍ଟେଡ୍‌ ସଦସ୍ୟ

ଭୁବନେଶ୍ୱର,୩୦-୧୦(ବ୍ୟୁରୋ): ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ବିଧାନସଭା ଗୃହ କମିଟି (ପରିବେଶ ପ୍ରଦୂଷଣ ସମ୍ପର୍କିତ)ର କୋଅପ୍ଟେଡ୍‌ ସଦସ୍ୟଭାବେ ମନୋନୀତ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ...

Advertisement
Archives

Model This Week