୨ ମାସ ପରେ ବଢ଼ିଲା ତେଲ ଦର

ଭୁବନେଶ୍ୱର,୨୧। ୧୧: ପ୍ରାୟ ୨ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶୁକ୍ରବାର ଇନ୍ଧନ ଦରରେ ପୁଣି ଥରେ ପରିବର୍ତ୍ତନ ଦେଖାଯାଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୨୧ ପଇସା ବଢ଼ି ୮୧.୮୧ ଛୁଇଁଛି। ସେହିଭଳି ଡିଜେଲ ଦର ୨୭ ପଇସା ବୃଦ୍ଧି ହୋଇ ୭୬.୯୫ ଟଙ୍କାରେ ପହଞ୍ଚିଛି। ୨ ମାସ ହେବ ଦେଶର ତୈଳ ବିପଣନ କମ୍ପାନୀଗୁଡ଼ିକ ଇନ୍ଧନ ଦରରେ

କୌଣସି ପରିବର୍ତ୍ତନ କରି ନ ଥିବାରୁ ଖାଉଟିଙ୍କୁ ଏହାର ଲାଭ ମିଳିଥିଲା। ମାତ୍ର କରୋନା କାଳରେ ପୁଣି ଥରେ କମ୍ପାନୀ ତେଲ ଦର ବଢ଼ାଇବାରୁ ଏହା ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି। ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଦର ଶୁକ୍ରବାର ୧୭ରୁ ୨୦ ପଇସା ଉଚ୍ଚରେ ରହିଛି। ସେହିଭଳି ଡିଜେଲ ଲିଟର ପିଛା ଲୋକଙ୍କୁ ୨୨ରୁ ୨୫ ପଇସା ଅଧିକ ଦେବାକୁ ପଡୁଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୮୧.୨୩ ଟଙ୍କା ଥିବା ବେଳେ ଚେନ୍ନାଇରେ ୮୪.୩୧ ଟଙ୍କା, କୋଲକାତାରେ ୮୨.୨୯ ଟଙ୍କା ଏବଂ ମୁମ୍ବାଇରେ ସର୍ବାଧିକ ୮୭.୨୯ ଟଙ୍କା ରହିଛି। ଅପରପକ୍ଷରେ ଏହି ୪ ସହରରେ ଡିଜେଲ ଦର ଯଥାକ୍ରମେ ୭୦.୬୮ ଟଙ୍କା, ୭୬.୧୭ ଟଙ୍କା, ୭୪.୨୪ ଟଙ୍କା ଏବଂ ୭୭.୧୧ ଟଙ୍କା ଛୁଇଁଛି। କରୋନା ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍‌ ରହିବା ଯୋଗୁ ଇନ୍ଧନ ଦରରେ କମ୍ପାନୀ କୌଣସି ପରିବର୍ତ୍ତନ କରି ନ ଥିଲେ। ବର୍ତ୍ତମାନ ଦରରେ ଏଭଳି ପରିବର୍ତ୍ତନ ହେବା ପରେ ଆଗାମୀ ଦିନରେ ମଧ୍ୟ ଦର ବଢ଼ିପାରେ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri