Posted inଜାତୀୟ

ତାଲିବାନ୍‌ ସଙ୍କଟ ପାଇଁ ତେଲ ଦର ବଢ଼ୁଛି

ବେଙ୍ଗାଲୁରୁ, ୫।୯: ଭାରତରେ ତେଲ ଦର ବୃଦ୍ଧି ପାଇଁ କର୍ନାଟକର ଭାଜପା ବିଧାୟକ ଆଫଗାନିସ୍ତାନରେ ତାଲିବାନ୍‌ ସଙ୍କଟକୁ ଦାୟୀ କରିଛନ୍ତି। ତାଲିବାନ୍‌ ସଙ୍କଟ ଯୋଗୁ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସେଥିପାଇଁ ମେ’ ମାସରୁ ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଥିଲା ବୋଲି ଭାଜପା ବିଧାୟକ ଅରବିନ୍ଦ ବେଲ୍ଲାଦ କହିଛନ୍ତି। ଭାରତ ବିଶ୍ୱର ତୃତୀୟ ସର୍ବାଧିକ ତୈଳ ଆମଦାନିକାରୀ ରାଷ୍ଟ୍ର। ତେବେ ବୃହତ୍‌ ତୈଳ ବିକ୍ରେତା ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ ନାହିଁ। ଭାରତକୁ ଅଶୋଧିତ ତୈଳ ବିକୁଥିବା ଦେଶଗୁଡ଼ିକ ହେଲେ ଇରାକ, ସାଉଦି ଆରବ, ୟୁନାଇଟେଡ୍‌ ଆରବ ଏମିରେଟ୍ସ, ନାଇଜେରିଆ, ଆମେରିକା ଏବଂ କାନାଡ଼ା। ଆଫଗାନିସ୍ତାନ ସଙ୍କଟ ଯୋଗୁ ତୈଳ ଯୋଗାଣ ପ୍ରଭାବିତ ହୋଇନାହିଁ। କାରୋନା ଦ୍ୱିତୀୟ ଲହର ପାଇଁ ରିଫାଇନେରିଗୁଡ଼ିକ ବିଶୋଧନ ପ୍ରକ୍ରିୟା କମାଇଦେବାରୁ ତୈଳ ଆମଦାନୀ ହ୍ରାସ ପାଇଥିବା ଗତ ଜୁନ୍‌ରେ ଏକ ବିଦେଶୀ ଗଣମାଧ୍ୟମ ପ୍ରକାଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଗୁରୁତର

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ବାଉଁଶୁଳି–ଉଖୁଣ୍ଡା ରାସ୍ତାର ଭଅଁରପୁର ନିକଟରେ ସୋମବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ‘ସାହୁ’ ନାମକ ଏକ…

ମମତାଙ୍କୁ ୪୨୦ ଭୋଲ୍ଟର ଝଟ୍‌କା: ୨୦ ଏମ୍‌ପି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା: ୮ ଜଣ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ

ବିଶାଖାପଟନମ୍‌,୮।୬: ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍‌ରେ ସୋମବାର ଏକ ଷ୍ଟିଲ ପ୍ଲାଣ୍ଟରେ ଦୁଃଖଦ ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ଷ୍ଟିଲ ମେଲ୍‌ଟିଙ୍ଗ୍‌ ସେକ୍ସନରେ କାମ କରୁଥିବା ଶ୍ରମିକଙ୍କ ଉପରେ ହଠାତ୍‌ ପ୍ରବଳ…

ଜାତୀୟ ରାଜପଥ ଉପରେ ପଡ଼ିଥିଲେ ଯୁବକ; ମାନବିକତା ଦେଖାଇଲେ ବିଧାୟକ କଲେ ଏମିତି…ଚାରିଆଡେ ଚର୍ଚ୍ଚା

ଛତ୍ରପୁର,୮।୬( ଦିଲ୍ଲୀପ ସାମଲ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ । ବିଧାୟକ ତାଙ୍କର କ୍ଷେତ୍ର ପରିଦର୍ଶନ ସାରି ଫେରୁଥିବା ବେଳେ ଗଞ୍ଜାମ ହୁମା…

ବଦଳିଗଲା ନିୟମ! ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ନେଇ ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୬:  ଭାରତରେ, ଯଦି ଜଣେ ମହିଳା କିମ୍ବା ପୁରୁଷ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ଲିପ୍ତ ହୁଅନ୍ତି, ତେବେ ସମାଜରେ ତାଙ୍କୁ ଖରାପ ନଜରରେ ଦେଖାଯାଏ ।…

ଗାଁ ଛକ ନିକଟରେ ପଡ଼ିଛି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ

ଡେରାବିଶ, ୮।୬ (ବୈବର୍ତ୍ତ ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଏଣ୍ଡର ପଞ୍ଚାୟତର ନୀଳକଣ୍ଠପୁର ଗ୍ରାମ ନିକଟରୁ ସୋମବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri