ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୧୪.୨ କିଲୋ ବିଶିଷ୍ଟ ରନ୍ଧନ ସିଲିଣ୍ଡର ୮୦୦ ଟଙ୍କା ହେବାକୁ ଯାଇଛି। ପେଟ୍ରୋଲିୟମ୍‌ଜାତ ପଦାର୍ଥ ମୂଲ୍ୟ ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ବାଡ଼ବତା ମାନୁ ନାହିଁ। ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ ସରକାରୀ ବ୍ୟବସ୍ଥା କାମ ଦେଉନି। କେନ୍ଦ୍ର ସରକାର ସଫେଇ ଦେଉଛନ୍ତି ଯେ, ଏସବୁ ବଜାର ନିୟନ୍ତ୍ରିତ ହୋଇଯାଇଥିବାରୁ ମୂଲ୍ୟ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁ ନାହିଁ। ଏଭଳି ସ୍ଥଳେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ତେଲ ଦର ବିରୋଧରେ ୧୫ ଫେବୃୟାରୀରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା। ଗତାନୁଗତିକ କଂଗ୍ରେସ ଢାଞ୍ଚାରେ ଗୁଣ୍ଡାମିର ଆଶଙ୍କା ଥିବା ବେଳେ ଏଥରକ କଂଗ୍ରେସ କର୍ମୀଙ୍କ ସହିତ ସାଧାରଣ ନାଗରିକଙ୍କ ସମର୍ଥନ ମିଳିଥିବାରୁ କୌଣସି ଅଘଟଣର ଖବର ମିଳିନାହିଁ। ତେଲ ଦର ବୃଦ୍ଧି କଷ୍ଟ କାହାରିକୁ ବାଦ୍‌ ପକାଉ ନାହିଁ। ସେଥିପାଇଁ, ସ୍ବଇଚ୍ଛାରେ, ସବୁ ଶ୍ରେଣୀ ଏବଂ ସବୁ ଦିଗରୁ ଏହି ବନ୍ଦକୁ ସମର୍ଥନ ମିଳିଥିବା କଥା ସ୍ବାଭାବିକ ମନେ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଘଟୁ ନ ଥିବା ବେଳେ ଭାରତରେ ଏହାର ଲଗାତର ମୂଲ୍ୟବୃଦ୍ଧି ବ୍ୟସ୍ତ କଲାଣି। ହୁଏତ ‘ଧରିତ୍ରୀ’ ଏକମାତ୍ର ଖବରକାଗଜ, ଯିଏ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ପ୍ରଥମ ପୃଷ୍ଠାରେ ଦେଇଆସୁଛି। ଏହାର କାରଣ ହେଉଛି ଜନସାଧାରଣଙ୍କ ଜୀବନକୁ ଛୁଉଁଥିବା ପ୍ରତ୍ୟେକ ସରକାରୀ ନିଷ୍ପତ୍ତିକୁ ଲୋକେ ଜାଣିବା ଦରକାର। ଆଜିର ପରିସ୍ଥିତିରେ ଗଣମାଧ୍ୟମ ତାହାର ଏହି ଗୁରୁଦାୟିତ୍ୱକୁ ଭୁଲିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri