ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇ ୧୪.୨ କିଲୋ ବିଶିଷ୍ଟ ରନ୍ଧନ ସିଲିଣ୍ଡର ୮୦୦ ଟଙ୍କା ହେବାକୁ ଯାଇଛି। ପେଟ୍ରୋଲିୟମ୍‌ଜାତ ପଦାର୍ଥ ମୂଲ୍ୟ ବଢ଼ୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ବାଡ଼ବତା ମାନୁ ନାହିଁ। ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଥିଲେ ମଧ୍ୟ ସେମାନଙ୍କ ଦୁଃଖ ବୁଝିବାକୁ ସରକାରୀ ବ୍ୟବସ୍ଥା କାମ ଦେଉନି। କେନ୍ଦ୍ର ସରକାର ସଫେଇ ଦେଉଛନ୍ତି ଯେ, ଏସବୁ ବଜାର ନିୟନ୍ତ୍ରିତ ହୋଇଯାଇଥିବାରୁ ମୂଲ୍ୟ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରୁ ନାହିଁ। ଏଭଳି ସ୍ଥଳେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ତେଲ ଦର ବିରୋଧରେ ୧୫ ଫେବୃୟାରୀରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା। ଗତାନୁଗତିକ କଂଗ୍ରେସ ଢାଞ୍ଚାରେ ଗୁଣ୍ଡାମିର ଆଶଙ୍କା ଥିବା ବେଳେ ଏଥରକ କଂଗ୍ରେସ କର୍ମୀଙ୍କ ସହିତ ସାଧାରଣ ନାଗରିକଙ୍କ ସମର୍ଥନ ମିଳିଥିବାରୁ କୌଣସି ଅଘଟଣର ଖବର ମିଳିନାହିଁ। ତେଲ ଦର ବୃଦ୍ଧି କଷ୍ଟ କାହାରିକୁ ବାଦ୍‌ ପକାଉ ନାହିଁ। ସେଥିପାଇଁ, ସ୍ବଇଚ୍ଛାରେ, ସବୁ ଶ୍ରେଣୀ ଏବଂ ସବୁ ଦିଗରୁ ଏହି ବନ୍ଦକୁ ସମର୍ଥନ ମିଳିଥିବା କଥା ସ୍ବାଭାବିକ ମନେ ହେଉଛି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଘଟୁ ନ ଥିବା ବେଳେ ଭାରତରେ ଏହାର ଲଗାତର ମୂଲ୍ୟବୃଦ୍ଧି ବ୍ୟସ୍ତ କଲାଣି। ହୁଏତ ‘ଧରିତ୍ରୀ’ ଏକମାତ୍ର ଖବରକାଗଜ, ଯିଏ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ପ୍ରଥମ ପୃଷ୍ଠାରେ ଦେଇଆସୁଛି। ଏହାର କାରଣ ହେଉଛି ଜନସାଧାରଣଙ୍କ ଜୀବନକୁ ଛୁଉଁଥିବା ପ୍ରତ୍ୟେକ ସରକାରୀ ନିଷ୍ପତ୍ତିକୁ ଲୋକେ ଜାଣିବା ଦରକାର। ଆଜିର ପରିସ୍ଥିତିରେ ଗଣମାଧ୍ୟମ ତାହାର ଏହି ଗୁରୁଦାୟିତ୍ୱକୁ ଭୁଲିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri