ଦିଶାଙ୍କ ପରେ

କେରଳର ଏକ ଦୈନିକ ଖବରକାଗଜର ଦିଲ୍ଲୀ ଖବରଦାତା ସିଦ୍ଦିକ୍‌ କାପାନ୍‌ଙ୍କୁ ୧୫ ଫେବୃୟାରୀରେ ସୁପ୍ରିମକୋର୍ଟ ଅସୁସ୍ଥ ହୋଇପଡ଼ିଥିବା ତାଙ୍କ ୯୦ ବର୍ଷୀୟା ମା’ଙ୍କୁ ଦେଖା କରିବା ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କୌଣସି ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆରେ କାପାନ୍‌ ସାକ୍ଷାତ୍‌କାର ଦେଇପାରିବେ ନାହିଁ ବୋଲି ଜାମିନରେ ସର୍ତ୍ତ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶର ହାଥ୍‌ରାସରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିବା ଘଟଣାର ଖବର ସଂଗ୍ରହ ଲାଗି ଯାଉଥିବା ବେଳେ ୫ ଅକ୍ଟୋବରରେ ପୋଲିସ ତାଙ୍କୁ ଗିରଫ କରିଥିଲା। କାପାନ୍‌ଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ଏବଂ ଧର୍ମକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଅଭିଯୋଗ ଅଣାଯାଇଛି। କିନ୍ତୁ ଏବେ ମନେହେଉଛି କାପାନ୍‌ ଏକୁଟିଆ ନୁହନ୍ତି। ୨୧ ବର୍ଷୀୟା ବେଙ୍ଗାଲୁରୁ ଝିଅ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରି ଦେଶଦ୍ରୋହ ଆଇନରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆରେ ସରକାରଙ୍କ ସମର୍ଥକମାନେ ଦିଶାଙ୍କୁ ମୁମ୍ବାଇ ଆକ୍ରମଣର ଆତଙ୍କବାଦୀ ଅଜମଲ କସବ ଓ ଦିଲ୍ଲୀ ନିର୍ଭୟା ଘଟଣାରେ ଅତ୍ୟାଚାର କରିଥିବା ୧୭ ବର୍ଷୀୟ ଯୁବକ ସହ ତୁଳନା କରୁଛନ୍ତି। ଏଭଳି ତୁଳନା କରୁଥିବା ବ୍ୟକ୍ତିମାନେ କେବେହେଲେ ନିଜ ଜୀବନରେ ଗୁଗଲ୍‌ ଡକ୍‌ ଆପ୍‌ରେ କାମ କରିନାହାନ୍ତି। ସେମାନେ ଯଦି କାମ କରିଥାଆନ୍ତେ, ତେବେ ଏଭଳି ହାସ୍ୟାସ୍ପଦ ମତ ଦେଇ ନ ଥାଆନ୍ତେ। ‘ଟୁଲ୍‌କିଟ୍‌’ର ଅର୍ଥ ସମ୍ପର୍କରେ ହୁଏତ ଅଧିକାଂଶ ଜାଣିନାହାନ୍ତି। ଅନଭିଜ୍ଞଙ୍କ ବିଜ୍ଞ ମତ ଶୁଣିବା ହୋଇଛି ସାମ୍ପ୍ରତିକ ଭାରତର ସବୁଠାରୁ ବଡ଼ ଦୁଃଖ। ଏଥିସହିତ ଦିଲ୍ଲୀ ପୋଲିସର ଦକ୍ଷତାକୁ ପ୍ରଶଂସା କରୁଥିବା ନାଗରିକ ମଧ୍ୟ ସନ୍ଦେହ ଘେରରେ ଆସିବା କଥା। କେବଳ ଦିଲ୍ଲୀ ପୋଲିସ ନୁହେଁ, ଭାରତର ସବୁ ରାଜ୍ୟର ପୋଲିସ ସର୍ବଦା ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟ କରିଥାଏ। ମନେରଖିବାକୁ ହେବ ଯେ, ଦିଶା ଜଣେ ପରିବେଶ କର୍ମୀ। ସ୍ବିଡେନ୍‌ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କ ‘ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର’ ଅଭିଯାନର ସେ ଏକ ଅଂଶବିଶେଷ। ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର ଅଭିଯାନରେ ପିଲାମାନେ ଶୁକ୍ରବାର ସ୍କୁଲ ବନ୍ଦ କରି ସ୍ବଚ୍ଛ ଜଳବାୟୁ ଦିଗରେ ସଚେତନତା ସୃଷ୍ଟି କରିଥାଆନ୍ତି। ଦିଶାଙ୍କ ଗିରଫ ପରେ ଦେଶବ୍ୟାପୀ ଦିଲ୍ଲୀ ପୋଲିସକୁ ସମାଲୋଚନା କରାଯିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଭାରତ ସରକାରଙ୍କୁ ଭର୍ତ୍ସନା କରାଯାଉଛି।
ଦିଶା ମଧ୍ୟ ଏକାକୀ ନାହାନ୍ତି। ତାଙ୍କ ପରେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ନିକିତା ଜାକୋବ, ଶାନ୍ତନୁଙ୍କ ଭଳି ଯୁବପିଢ଼ି ପଛରେ ଦିଲ୍ଲୀ ପୋଲିସ ଧାଇଁଛି। ଅତି ଚତୁରତାର ସହିତ ଜାତୀୟ ଗଣମାଧ୍ୟମର ଦୃଷ୍ଟିକୁ ଚାଷୀ ଆନ୍ଦୋଳନଠାରୁ ଦୂରେଇ ନେବା ପାଇଁ କେନ୍ଦ୍ର ସରକାର ଏକପ୍ରକାର ସଫଳ ହୋଇଛି। ଏହି ଯୁବପିଢ଼ି କେଉଁଭଳି ଭାବେ ଦେଶ ବିରୋଧରେ କାର୍ଯ୍ୟ କରିଛନ୍ତି, ତାହା କୌଣସି ଜାଗାରେ ସ୍ପଷ୍ଟ କରାଯାଇ ନାହିଁ। ସରକାର ଏବେ ଟୁଲ୍‌କିଟ୍‌, ଟୁଇଟର ଏବଂ ଅନ୍ୟ କେତେକ ସୋସିଆଲ୍‌ ମିଡିଆ ମଞ୍ଚ ସମେତ କେତେ ଜଣ ଅନ୍ତର୍ଜାତୀୟ ବ୍ୟକ୍ତିବିଶେଷକଙ୍କ ନାମକୁ ଏହି ଦ୍ୱନ୍ଦ୍ୱ ଭିତରକୁ ଟାଣିଆଣି ମୂଳ ପ୍ରସଙ୍ଗକୁ ଗୌଣ କରି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri