୨୦ ଓଏଫ୍‌ଏସ୍‌ ଅଫିସରଙ୍କୁ ଆଇଏଫ୍‌ଏସ୍‌ ପାହ୍ୟା

ଭୁବନେଶ୍ୱର, ୬।୨(ବ୍ୟୁରୋ): ରାଜ୍ୟର ମୋଟ ୨୦ଜଣ ଓଏଫ୍‌ଏସ୍‌ (ଓଡ଼ିଶା ବନ ସେବା) ଅଫିସରଙ୍କୁ ଆଇଏଫ୍‌ଏସ୍‌ (ଭାରତୀୟ ବନ ସେବା) ପାହ୍ୟାକୁ ପଦୋନ୍ନତି ମିଳିଛି।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦୋନ୍ନତି ତାଲିକା ପ୍ରକାଶ ପାଇଛି। ୟୁପିଏସ୍‌ସି ଦ୍ୱାରା ଏହି ପଦୋନ୍ନତି ମିଳିଛି। ଏମାନଙ୍କୁ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ତରଫରୁ କଞ୍ଜରଭେଟର୍‌ ଅଫ୍‌ ଫରେଷ୍ଟ ପଦବୀରେ ଅବସ୍ଥାପିତ କରାଯିବ। ତେବେ ପଦୋନ୍ନତି ପାଇଥିବା ୨୦ଜଣଙ୍କ ମଧ୍ୟରୁ ଦୁଇଜଣ ଅବସର ନେଇସାରିଥିବା ଜଣାପଡିଛି।
୨୦୧୫ ତାଲିକାରେ ୧୮ଜଣ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବାବେଳେ ୪ଜଣଙ୍କ ନାମରେ ଅଫିସିଆଲ ପ୍ରୋସିଡିଂ ଥିବାରୁ କ୍ଲିୟରାନ୍ସ ପାଇବା ପର୍ଯ୍ୟନ୍ତ ସେମାନଙ୍କ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। ଯେଉଁ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଆପରାଧିକ କାର୍ଯ୍ୟାନୁଷ୍ଠାନ କିମ୍ବା ଅନୁଶାସନିକ କାର୍ଯ୍ୟାନୁଷ୍ଠାନ ନେଇଥିଲେ, ସେମାନଙ୍କ ପଦୋନ୍ନତି ସ୍ଥଗିତ ରହିଛି। ୨୦୧୬ରେ ପଦୋନ୍ନତି ପାଇଥିବା ଦୁଇଜଣଙ୍କ ନାମରେ ଅଫିସିଆଲ ପ୍ରୋସିଡିଂ ଥିବାରୁ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। ସେହିପରି ୨୦୧୭ ତାଲିକାରେ ୫ଜଣ ଅଧିକାରୀଙ୍କୁ ପଦୋନ୍ନତି ମିଳିଥିବାବେଳେ ୨୦୧୮ରେ ମାତ୍ର ଜଣେ ଅଧିକାରୀ ପଦୋନ୍ନତି ପାଇଛନ୍ତି। ନୂଆ ପଦୋନ୍ନତି ପାଇଥିବା ଡିଏଫ୍‌ଓଙ୍କ ମଧ୍ୟରେ ଅନୁଗୋଳ ଡିଏଫ୍‌ଓ ପ୍ରସନ୍ନ କୁମାର ବେହେରା, ରାଜନଗର ବନ୍ୟପ୍ରାଣୀ ଡିଏଫ୍‌ଓ ବିକାଶ ରଞ୍ଜନ ଦାସ, ମହାନଦୀ ବନ୍ୟପ୍ରାଣୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri