Posted inଜାତୀୟ

ଅଧିକାରୀଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି, ଇଡ଼ି-ଆଇଟି ବିରୋଧରେ ଅଭିଯୋଗ ଆଣିଲେ ବଘେଲ…

ରାୟପୁର,୨୮।୧୧ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର ବିଭାଗର କାର୍ଯ୍ୟକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି। ଏହା ସହିତ ସେ ଇଡି ଏବଂ ଆଇଟି ବିରୋଧରେ ଅଭିଯୋଗ କରିଛନ୍ତି ଯେ ଅଟକ ଥିବା ଅଧିକାରୀ ଏବଂ ବ୍ୟବସାୟୀମାନଙ୍କୁ ଆଣ୍ଠୂଆ ବସାଇ ପିଟା ଯାଉଛି।

ଏକ ଟୁଇଟରେ ସେ ଲେଖିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ହେଉଛି ଦେଶର ନାଗରିକଙ୍କ ଶକ୍ତି, ଯଦି ନାଗରିକମାନେ ଏହି ଶକ୍ତିକୁ ଭୟ କରିବା ଆରମ୍ଭ କରନ୍ତି, ତେବେ ନିଶ୍ଚିତ ଭାବରେ ଏହି ନକାରାତ୍ମକ ଶକ୍ତି ଦେଶକୁ ଦୁର୍ବଳ କରିଦିଏ। ଇଡି ଏବଂ ଆୟକର ପରି ଏଜେନ୍ସି ଦୁର୍ନୀତି ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ, ଆମେ ଏହାକୁ ସ୍ବାଗତ କରୁଛୁ। କିନ୍ତୁ ଇଡି ଏବଂ ଆୟକର ଅଧିକାରୀଙ୍କ ଦ୍ୱାରା ପଚରାଉଚରା ବେଳେ ବେଆଇନ କାର୍ଯ୍ୟ ଯେପରି ସାମ୍ନାକୁ ଆସୁଛି, ତାହା ଆଦୌ ଗ୍ରହଣୀୟ ନୁହେଁ।

ସେ ଲେଖିଛନ୍ତି ଯେ ଲୋକଙ୍କୁ ଡକାଇ ସେମାନଙ୍କୁ ଘରୁ ଜବରଦସ୍ତ ଉଠାଇ, ଆଣ୍ଠୂଆ ବସାଇ ସେମାନଙ୍କୁ ମାଡ ମାରିବା ସହ ଆଜୀବନ କାରାଗାରରେ ରଖିବାକୁ ଧମକ ଦେଇ ସେମାନଙ୍କୁ ଅଟକ ରଖାଯାଉଛି।ବିନା ଖାଦ୍ୟ ଏବଂ ପାଣିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରାଯାଉଥିବା ଅଭିଯୋଗ ସେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?