କାର୍ଯ୍ୟଦିବସରେ ଅଫିସର, କର୍ମଚାରୀ ଅନୁପସ୍ଥିତ

ନୟାଗଡ଼ ଅଫିସ,୨୮।୨:ନୟାଗଡ଼ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଓ କର୍ମଚାରୀ ସୋମବାର କାର୍ଯ୍ୟ ଦିବସରେ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମାସର ବିଭିନ୍ନ କାର୍ଯ୍ୟଦିବସରେ ଅଧିକାରୀ ଓ କର୍ମଚାରୀଙ୍କ ଅନୁପସ୍ଥିତି ଲାଗି ରହୁଥିଲେ ମଧ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଜିଲାପାଳ, ଶ୍ରମ ସଚିବ, ଶ୍ରମ ମନ୍ତ୍ରୀଙ୍କ ନଜର ପଡୁନି ବୋଲି ଅଭିଯୋଗ ହୋଇଆସୁଛି। ନାନା ଅବ୍ୟବସ୍ଥାରେ ଚାଲୁଥିବା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସୋମବାର ସାଢେ ୧୦ଟା ସୁଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ ଓ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଅନୁପସ୍ଥିତ ରହିଥିବା ଭିଡିଓ ଉତ୍ତୋଳନ କରି ଶ୍ରମମନ୍ତ୍ରୀ ଓ ଶ୍ରମ କମିଶନରଙ୍କୁ ପଠାଯାଇଛି। ଏଥିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ହଟାଇ ଶ୍ରମିକମାନେ କିପରି ସରକାରୀ ଯୋଜନାର ସୁଫଳ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଉକ୍ତ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଖଣ୍ଡପଡ଼ା ରୋଡ୍‌ସ୍ଥିତ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଲାଗିଥିଲେ ମଧ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ ଓ ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ କିଛି ଫରକ ପଡୁନାହିଁ। ନିଜେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକରେ ଦିନେ କିମ୍ବା ୨ଦିନ ଆସୁଛନ୍ତି। ଏଣୁ ଏଠାରେ କେତେବେଳେ ଜିଲା ଶ୍ରମ ଅଧିକାରୀ ନିଲମ୍ବିତ ହେଉଛନ୍ତିି ତ ଆଉ କେତେବେଳେ ବଦଳି ହେଉଛନ୍ତି।
ହାତଗୁଞ୍ଜା ଦେଲେ ନାମ ପଞ୍ଜୀକରଣ ହେଉଛି
ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହାତଗୁଞ୍ଜା ନ ଦେଲେ ନାମ ପଞ୍ଜୀକରଣ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ହାତଗୁଞ୍ଜା ଦେବା ପରେ କେତେଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନ ୧ ହଜାରରୁ ଊର୍ଦ୍ଧ୍ୱ ପଡ଼ି ରହିଥିଲେ ମଧ୍ୟ ୨ ଜଣ ଅତିରିକ୍ତ ଶ୍ରମ ଅଧିକାରୀ ଓକେ ଅଥବା ଅବଜେକସନ କରୁନାହାନ୍ତି। ୨ ଅତିରିକ୍ତ ଶ୍ରମ ଅଧିକାରୀ ରାଜନୀତି କରି ବିଭିନ୍ନ ଶ୍ରମକ ସଂଘରେ ଫାଟ ସୃଷ୍ଟି କରୁଥିବା ପରି ଅଭିଯୋଗ ଉଠୁଛି। ଏଣୁ ଯୋଗ୍ୟ ହିତାଧିକାରୀ ସରକାରୀ ଅନୁଦାନ ପାଇପାରୁନାହାନ୍ତି। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କିଛି ନ କହି ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ। ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ କୁହନ୍ତି, ଶ୍ରମିକଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଚାଲିଛି। ସରକାରୀ ଅନୁଦାନ ଶ୍ରମିକମାନେ ଯେପରି ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଅଫିସକୁ ଆସିବା ସୋମବାର ଟିକେ ଡେରି ହୋଇଯାଇଥିଲା। ଅଫିସ କାର୍ଯ୍ୟରେ ଥିଲି। ଜଣେ ଅତିରିକ୍ତ ଶ୍ରମ ଅଧିକାରୀ ଗଣିଆରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇଥିଲେ। ଅନ୍ୟ ଜଣେ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବାରୁ ଅଫିସକୁ ଆସି ପାରି ନ ଥିଲେ। ଆଗକୁ ଏପରି ଅସୁବିଧା ନ ହେବାକୁ ଦୃଷ୍ଟି ଦିଆଯିବ। ତେବେ ସୋମବାରର ଅନୁପସ୍ଥିତି ନେଇ ଭିଡିଓ ଶ୍ରମ କମିଶନର ଓ ଶ୍ରମମନ୍ତ୍ରୀଙ୍କୁ ପଠାଯାଇଥିବା ଶୁଣିବାକୁ ମିଳିଛି। ପଞ୍ଜୀକରଣରେ ଲାଞ୍ଚ ଅଭିଯୋଗ ମିଳିନାହିଁ ବୋଲି ସେ କହିଥିଲେ। କାର୍ଯ୍ୟାଳୟକୁ ଆସିଥିବା ଗଣିଆର ଉଦ୍ଧବ ନାୟକ, ରଣପୁରର ଗୋବିନ୍ଦ ପ୍ରଧାନ, ଓଡ଼ଗଁାର ସୁକାନ୍ତ ନାୟକ କୁହନ୍ତି, ପ୍ରଥମେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ବଦଳି କରାଯାଉ। କାରଣ ସେ ନିଜେ କାର୍ଯ୍ୟାଳୟର ମୁଖ୍ୟ ହୋଇ ମାସକୁ ଦିନେ କିମ୍ବା ୨ ଦିନ ଆସୁଛନ୍ତି। ୨ ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ତଦାରଖ କରାଯାଉ। ସେମାନଙ୍କୁ ବଦଳି କରାଯାଉ। ଅନ୍ୟପକ୍ଷେ ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ବାଧକ ସାଜୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରମିକ ନେତା ଶୂନ୍ୟଜୟୀ ମିଶ୍ର କୁହନ୍ତି, କାର୍ଯ୍ୟଦିବସରେ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ପରି ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତିକୁ ନେଇ ବିଭିନ୍ନ ସମୟରେ ଶ୍ରମିକ ହଇରାଣ ହୋଇ ଆସୁଛନ୍ତି। ଶ୍ରମିକଙ୍କ କାର୍ଯ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହେଉନାହିଁ। ପ୍ରଥମେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତାଙ୍କୁ ଅନୁକମ୍ପା ଦେଖାଯାଉଥିବାରୁ ଅଫିସରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। କର୍ମଚାରୀ ଓ ଅଧିକାରୀ ଅଫିସକୁ ନ ଆସି କେବଳ ଦରମା ନେଇ ଶ୍ରମିକଙ୍କୁ ହଇରାଣ କରୁଛନ୍ତି। ଏଣୁ ଶ୍ରମିକ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri