କାର୍ଯ୍ୟଦିବସରେ ଅଫିସର, କର୍ମଚାରୀ ଅନୁପସ୍ଥିତ

ନୟାଗଡ଼ ଅଫିସ,୨୮।୨:ନୟାଗଡ଼ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଓ କର୍ମଚାରୀ ସୋମବାର କାର୍ଯ୍ୟ ଦିବସରେ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମାସର ବିଭିନ୍ନ କାର୍ଯ୍ୟଦିବସରେ ଅଧିକାରୀ ଓ କର୍ମଚାରୀଙ୍କ ଅନୁପସ୍ଥିତି ଲାଗି ରହୁଥିଲେ ମଧ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଉପରେ ଜିଲାପାଳ, ଶ୍ରମ ସଚିବ, ଶ୍ରମ ମନ୍ତ୍ରୀଙ୍କ ନଜର ପଡୁନି ବୋଲି ଅଭିଯୋଗ ହୋଇଆସୁଛି। ନାନା ଅବ୍ୟବସ୍ଥାରେ ଚାଲୁଥିବା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସୋମବାର ସାଢେ ୧୦ଟା ସୁଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ ଓ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଅନୁପସ୍ଥିତ ରହିଥିବା ଭିଡିଓ ଉତ୍ତୋଳନ କରି ଶ୍ରମମନ୍ତ୍ରୀ ଓ ଶ୍ରମ କମିଶନରଙ୍କୁ ପଠାଯାଇଛି। ଏଥିରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅବ୍ୟବସ୍ଥାକୁ ହଟାଇ ଶ୍ରମିକମାନେ କିପରି ସରକାରୀ ଯୋଜନାର ସୁଫଳ ପାଇବେ ସେନେଇ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଉକ୍ତ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଖଣ୍ଡପଡ଼ା ରୋଡ୍‌ସ୍ଥିତ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଯନ୍ତ୍ର ଲାଗିଥିଲେ ମଧ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ ଓ ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ କିଛି ଫରକ ପଡୁନାହିଁ। ନିଜେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାସକରେ ଦିନେ କିମ୍ବା ୨ଦିନ ଆସୁଛନ୍ତି। ଏଣୁ ଏଠାରେ କେତେବେଳେ ଜିଲା ଶ୍ରମ ଅଧିକାରୀ ନିଲମ୍ବିତ ହେଉଛନ୍ତିି ତ ଆଉ କେତେବେଳେ ବଦଳି ହେଉଛନ୍ତି।
ହାତଗୁଞ୍ଜା ଦେଲେ ନାମ ପଞ୍ଜୀକରଣ ହେଉଛି
ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହାତଗୁଞ୍ଜା ନ ଦେଲେ ନାମ ପଞ୍ଜୀକରଣ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ହାତଗୁଞ୍ଜା ଦେବା ପରେ କେତେଜଣ ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନିର୍ମାଣ ଶ୍ରମିକଙ୍କ ଅନ୍‌ଲାଇନ ଆବେଦନ ୧ ହଜାରରୁ ଊର୍ଦ୍ଧ୍ୱ ପଡ଼ି ରହିଥିଲେ ମଧ୍ୟ ୨ ଜଣ ଅତିରିକ୍ତ ଶ୍ରମ ଅଧିକାରୀ ଓକେ ଅଥବା ଅବଜେକସନ କରୁନାହାନ୍ତି। ୨ ଅତିରିକ୍ତ ଶ୍ରମ ଅଧିକାରୀ ରାଜନୀତି କରି ବିଭିନ୍ନ ଶ୍ରମକ ସଂଘରେ ଫାଟ ସୃଷ୍ଟି କରୁଥିବା ପରି ଅଭିଯୋଗ ଉଠୁଛି। ଏଣୁ ଯୋଗ୍ୟ ହିତାଧିକାରୀ ସରକାରୀ ଅନୁଦାନ ପାଇପାରୁନାହାନ୍ତି। ସେହିପରି ପ୍ରଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟକୁ ଆସୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କିଛି ନ କହି ପ୍ରସଙ୍ଗକୁ ଏଡ଼ାଇଯାଇଥିଲେ। ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ କୁହନ୍ତି, ଶ୍ରମିକଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଚାଲିଛି। ସରକାରୀ ଅନୁଦାନ ଶ୍ରମିକମାନେ ଯେପରି ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଅଫିସକୁ ଆସିବା ସୋମବାର ଟିକେ ଡେରି ହୋଇଯାଇଥିଲା। ଅଫିସ କାର୍ଯ୍ୟରେ ଥିଲି। ଜଣେ ଅତିରିକ୍ତ ଶ୍ରମ ଅଧିକାରୀ ଗଣିଆରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଇଥିଲେ। ଅନ୍ୟ ଜଣେ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିବାରୁ ଅଫିସକୁ ଆସି ପାରି ନ ଥିଲେ। ଆଗକୁ ଏପରି ଅସୁବିଧା ନ ହେବାକୁ ଦୃଷ୍ଟି ଦିଆଯିବ। ତେବେ ସୋମବାରର ଅନୁପସ୍ଥିତି ନେଇ ଭିଡିଓ ଶ୍ରମ କମିଶନର ଓ ଶ୍ରମମନ୍ତ୍ରୀଙ୍କୁ ପଠାଯାଇଥିବା ଶୁଣିବାକୁ ମିଳିଛି। ପଞ୍ଜୀକରଣରେ ଲାଞ୍ଚ ଅଭିଯୋଗ ମିଳିନାହିଁ ବୋଲି ସେ କହିଥିଲେ। କାର୍ଯ୍ୟାଳୟକୁ ଆସିଥିବା ଗଣିଆର ଉଦ୍ଧବ ନାୟକ, ରଣପୁରର ଗୋବିନ୍ଦ ପ୍ରଧାନ, ଓଡ଼ଗଁାର ସୁକାନ୍ତ ନାୟକ କୁହନ୍ତି, ପ୍ରଥମେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ବଦଳି କରାଯାଉ। କାରଣ ସେ ନିଜେ କାର୍ଯ୍ୟାଳୟର ମୁଖ୍ୟ ହୋଇ ମାସକୁ ଦିନେ କିମ୍ବା ୨ ଦିନ ଆସୁଛନ୍ତି। ୨ ଅତିରିକ୍ତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ତଦାରଖ କରାଯାଉ। ସେମାନଙ୍କୁ ବଦଳି କରାଯାଉ। ଅନ୍ୟପକ୍ଷେ ସରକାରୀ ଅନୁଦାନ ଖର୍ଚ୍ଚ କରିବାରେ ବାଧକ ସାଜୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶ୍ରମିକ ନେତା ଶୂନ୍ୟଜୟୀ ମିଶ୍ର କୁହନ୍ତି, କାର୍ଯ୍ୟଦିବସରେ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀଙ୍କ ପରି ଅଧିକାରୀ ଓ କର୍ମଚାରୀ ଅନୁପସ୍ଥିତିକୁ ନେଇ ବିଭିନ୍ନ ସମୟରେ ଶ୍ରମିକ ହଇରାଣ ହୋଇ ଆସୁଛନ୍ତି। ଶ୍ରମିକଙ୍କ କାର୍ଯ୍ୟ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ହେଉନାହିଁ। ପ୍ରଥମେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତାଙ୍କୁ ଅନୁକମ୍ପା ଦେଖାଯାଉଥିବାରୁ ଅଫିସରେ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। କର୍ମଚାରୀ ଓ ଅଧିକାରୀ ଅଫିସକୁ ନ ଆସି କେବଳ ଦରମା ନେଇ ଶ୍ରମିକଙ୍କୁ ହଇରାଣ କରୁଛନ୍ତି। ଏଣୁ ଶ୍ରମିକ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?