ଅଧିକାରୀ ଅଭାବ

Dillip Cherian

ତ୍ରିପୁରାରୁ ଏକ ଡଜନରୁ ଊର୍ଦ୍ଧ୍ୱ ଆଇଏଏସ୍‌ ଅଧିକାରୀ ଛାଡ଼ି ଚାଲିଯିବା ଫଳରେ ରାଜ୍ୟରେ ସେମାନଙ୍କ ସଂଖ୍ୟା କମିଚାଲିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ଆଇଏଏସ୍‌ ବ୍ୟାଚର ଯୁବ ଅଧିକାରୀମାନେ ବାହାର ରାଜ୍ୟ ଯଥା ରାଜସ୍ଥାନ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ହରିୟାଣା ଭଳି ରାଜ୍ୟଗୁଡ଼ିକୁ ଚାଲିଯିବାରେ ଲାଗିଛନ୍ତି। ବିବାହ କିମ୍ବା ବ୍ୟକ୍ତିଗତ କାରଣ ଦର୍ଶାଇ ସେମାନେ ବାହାର ରାଜ୍ୟକୁ ଚାଲିଯିବା ଯୋଗୁ ଧୀରେ ଧୀରେ ପ୍ରଶାସନିକ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ଫଳରେ ତ୍ରିପୁରା ସରକାର ଖାଲି ପଦବୀ ପୂରଣ କରିବା ଲାଗି ତ୍ରିପୁରା ସିଭିଲ ସର୍ଭିସ୍‌(ଟିସିଏସ୍‌) ଅଧିକାରୀଙ୍କୁ ନିଯୁକ୍ତି ଦେଉଛନ୍ତି। ଏପରିକି କାର୍ଯ୍ୟନିର୍ବାହୀ ଏସ୍‌ଡିଏମ୍‌ ଭଳି ଅତିରିକ୍ତ ଦାୟିତ୍ୱ ରାଜ୍ୟର ନବନିଯୁକ୍ତ ବାବୁଙ୍କ ଉପରେ ନ୍ୟସ୍ତ କରାଯାଇ ସେମାନଙ୍କ ଉପରେ ଅଧିକ ବୋଝ ଲଦି ଦିଆଯାଉଛି। ଏହା ସଂସ୍ଥାଗତ କ୍ଷମତାକୁ ଧୀରେ ଧୀରେ ହ୍ରାସ କରିବା ସହ ଜିଲା ସ୍ତରରେ ନେତୃତ୍ୱକୁ ଦୁର୍ବଳ କରୁଛି। ଫଳରେ ବିକାଶ ଯୋଜନାଗୁଡ଼ିକ ଦିଗହରା ହୋଇଯାଉଛି। ନିର୍ଦ୍ଧାରିତ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ କମ୍‌ ଅଭିଜ୍ଞ ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି। ସୂତ୍ରରୁ ଜଣାପଡ଼ିଛି, ୨୦୨୩ ଜୁଲାଇରୁ ଆଇଏଏସ୍‌ ଅଧିକାରୀ ସୋନାଲ ଗୋଏଲଙ୍କୁ ତ୍ରିପୁରା ଭବନର ରେସିଡେଣ୍ଟ କମିଶନର ଭାବେ ବଦଳି କରାଯାଇଥିଲା ଏବଂ ତାଙ୍କ ଦେଖା ନ ଥିବା କୁହାଯାଉଛି। ସେବେଠାରୁ ସେ ସେଠାରେ କାମ କରୁଛନ୍ତି ନା ଚାଇଲ୍ଡ କେୟାର ଲିଭ୍‌ରେ ଅଛନ୍ତି, ଅଗରତାଲାରେ କେହି ନିଶ୍ଚିତ କରିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏସବୁ ଉପରେ କୌଣସି ମନ୍ତବ୍ୟ ରଖିନାହାନ୍ତି। ଏଣୁ ଯଦିଓ ପୁନର୍ବାର ଆଇଏଏସ୍‌ ପଦବୀ ପୂରଣକୁ ପ୍ରାଥମିକତା ଦିଆ ନ ଯାଉଛି, ତେବେ ଟିସିଏସ ଅଧିକାରୀଙ୍କ ପାଇଁ ରହିଥିବା ବୋନସ, ଗ୍ରାମାଞ୍ଚଳ ନିଯୁକ୍ତି ବିକାଶର ନେତୃତ୍ୱ ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଉପରେ ବିଚାର କରାଯିବା ପାଇଁ ପଦକ୍ଷେପ ନିଆଯିବା ଉଚିତ।
ବରିଷ୍ଠତାକୁ ଅଣଦେଖା
କେରଳର ସବୁଠୁ ବରିଷ୍ଠ ତଥା ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ନୀତିନ ଅଗରଓ୍ବାଲଙ୍କୁ ତାଙ୍କ ଭାଗ୍ୟ ସହଯୋଗ କରୁ ନ ଥିବା ଜଣାପଡ଼ିଛି। ରାଜ୍ୟର ଶୀର୍ଷ ପୋଲିସ ଦାୟିତ୍ୱ ପାଇଁ ପୁଣିଥରେ ତାଙ୍କୁ ଅଣଦେଖା କରାଯାଇ ସେହି ପଦବୀରେ ୧୯୯୧ ବ୍ୟାଚର କନିଷ୍ଠ ଅଧିକାରୀ ଆର୍‌.ଏ. ଚନ୍ଦ୍ରଶେଖରଙ୍କୁ ନିଯୁକ୍ତ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି, କେରଳ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଭାବେ ଚନ୍ଦ୍ରଶେଖରଙ୍କ ନିଯୁକ୍ତି ଥିଲା ଏକ ନାଟକୀୟ ପଦକ୍ଷେପ। ସେ ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। କେନ୍ଦ୍ର ତାଙ୍କୁ କ୍ୟାବିନେଟ ସେକ୍ରେଟାରିଏଟକୁ ସଚିବ(ସୁରକ୍ଷା) ଭାବେ ଦୁଇ ସପ୍ତାହ ପାଇଁ ନେଇଥିବା ବେଳେ ସେଠାରୁ କେରଳ ସରକାର ତାଙ୍କୁ ବିନା ବାଧାରେ ନେଇଆସିଲେ। କେନ୍ଦ୍ର ଓ ରାଜ୍ୟର ସହମତିରେ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। ଅଗରଓ୍ବାଲଙ୍କ କ୍ଷେତ୍ରରେ ପୂର୍ବରୁ ଆଉଥରେ ଏଭଳି ଘଟିଥିଲା। ୨୦୨୩ରେ ତାଙ୍କ ବଦଳରେ ୧୯୯୦ ବ୍ୟାଚରୁ ଶେକ୍‌ ଦର୍ଭେଶ ସାହେବଙ୍କୁ ରାଜ୍ୟ ଚୟନ କରିଥିଲା। ଏବେ ପୁନର୍ବାର ଜଣେ କନିଷ୍ଠ ଅଧିକାରୀ ଚନ୍ଦ୍ରଶେଖରଙ୍କୁ ଆସନ୍ତା ବର୍ଷ ଜୁଲାଇ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି । କେତେକେ କହୁଛନ୍ତି, ଅଗରଓ୍ବାଲଙ୍କ ରାଜନୈତିକ ସମର୍ଥନ ନାହିଁ। ତେବେ କେନ୍ଦ୍ର ଓ ସିପିଏମ ମଧ୍ୟରେ ବୁଝାମଣା ହୋଇଥିବାରୁ କଂଗ୍ରେସ ଚନ୍ଦ୍ରଶେଖରଙ୍କ ନିଯୁକ୍ତିକୁ ବିରୋଧ କରିଛି। ବାମଦଳ ନିଜକୁ ରକ୍ଷା କରିବାକୁ ଯାଇ କହିଛି ଯେ, ଚନ୍ଦ୍ରଶେଖରଙ୍କର ଅତୀତ ବିବାଦୀୟ।
୧୯୯୪ରେ କୁଥୁପରମ୍ବା ଗୁଳିକାଣ୍ଡ ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଅଛି, ଯେଉଁଥିରେ ୫ଜଣ ଡିଓ୍ବାଇଏଫ୍‌ଆଇ କର୍ମକର୍ତ୍ତାଙ୍କର ମୃତ୍ୟୁ ଘଟିଥିଲା। ସେ ଦୋଷ ମୁକ୍ତ ହୋଇଥିଲେ ମଧ୍ୟ ସେହି ଘଟଣା ଏବେ ମଧ୍ୟ ଜନମାନସରେ ଅଛି। ତେବେ ଏଭଳି ନିଯୁକ୍ତିରୁ ଏହା ସ୍ପଷ୍ଟ ଯେ, ତୁମର କୌଣସି ସମର୍ଥନ ନଥିଲେ, କ୍ୟାରିୟରର ଶେଷ ସମୟରେ ବରିଷ୍ଠତା, ସେବା ଓ କଳଙ୍କ ବିହୀନ ରେକର୍ଡର ମୂଲ୍ୟ କିଛି ନୁହେଁ।
ଜୈନ ରହିଲେ
ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ୫୫ ମାସ ଦାୟିତ୍ୱ ତୁଳାଇବା ପରେ ଅବସର ନେବାକୁ ଯାଉଥିଲେ। ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ରାଜ୍ୟପାଳ ରାମେନ ଡେକା ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ଓ କ୍ୟାବିନେଟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରେ ଘଟଣା ମୋଡ ନେଲା। ରାଜ୍ୟର ଶୀର୍ଷ ବ୍ୟକ୍ତିତ୍ୱବୃନ୍ଦ ଉପସ୍ଥିତ ଥିବା ସମୟରେ ବିଦାୟ(ଅବସର) ଉପରେ ରୋକ ଲଗାଇବାକୁ ଦଲ୍ଲୀରୁ କଲ୍‌ ଆସିଥିଲା, ଯେଉଁଥିରେ କେନ୍ଦ୍ର ପକ୍ଷରୁ ପୁଣି ଜୈନଙ୍କ କାର୍ଯ୍ୟକାଳ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ୨୦୦୦ରେ ଛତିଶଗଡ଼ ରାଜ୍ୟ ହେବା ପରଠାରୁ ଏହା ଏକ ଅପ୍ରତ୍ୟାଶିତ ପଦକ୍ଷେପ। ବିଦାୟକାଳୀନ ଅଭିଭାଷଣ ସେହିଠାରେ ଅଟକିଗଲା, ବାବୁମାନେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ରାଜ୍ୟର ଇତିହାସରେ ମୁଖ୍ୟ ଶାସନ ସଚିବଙ୍କ ଅବସର ପର କାର୍ଯ୍ୟକାଳ ବୃଦ୍ଧି ହେବାରେ ଜୈନ ହେଉଛନ୍ତି ପ୍ରଥମ। କେନ୍ଦ୍ରରୁ କଲ୍‌ ଆସିବା ପର୍ଯ୍ୟନ୍ତ ଚାରିଜଣ ବରିଷ୍ଠ ଅଧିକାରୀ ଯଥା ରେଣୁ ପିଲୟ, ସୁବ୍ରତ ସାହୁ, ଅମିତ ଅଗ୍ରଓ୍ବାଲ ଏବଂ ମନୋଜ ପିଙ୍ଗୁଏଙ୍କ ନାମକୁ ନେଇ ଗୁଞ୍ଜରଣ ଉଠିଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମ ସ୍ଥିର ହୋଇ ସାରିଥିଲା। କିନ୍ତୁ ପ୍ରଶ୍ନ ଥିଲା, କେନ୍ଦ୍ର ଫାର୍ମାସ୍ୟୁଟିକାଲ ସଚିବ ଅମିତ ଅଗ୍ରଓ୍ବାଲଙ୍କୁ ଦିଲ୍ଲୀ ରାଜ୍ୟକୁ ପଠାଇବ ନା ରାଜ୍ୟକୁ ଚୟନ କରିବାକୁ ଛାଡ଼ିବ। ଏହି କାର୍ଯ୍ୟକାଳ ବୃଦ୍ଧି ଯୋଗୁ ଦିଲ୍ଲୀକୁ ଅଧିକ ସମୟ ମିଳିଲା, କିନ୍ତୁ ରାୟପୁରରେ ରାଜନୈତିକ ଉଷ୍ମତା ବଢ଼ିଗଲା। ତେବେ ଜୈନ ଗୋଟିଏ ଦିନରେ ଅବସର ନେବାକୁ ଯାଉଥିବାବେଳେ ନିଯୁକ୍ତି ପାଇଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?