ଶିକାରୀଙ୍କୁ ଛାଡ଼ି ବେପାରୀ ପଛରେ ଅଧିକାରୀ

ବାରିପଦା ଅଫିସ/ ଉଦଳା,୩୧ା୧୨(ଡି.ଏନ୍‌.ଏ.): ମହାବଳ, କଲରାପତରିଆ ଓ କଳା ବାଘ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏବେ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଅଧିକାରୀ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଅନେକ ଜୀବଜନ୍ତୁଙ୍କ ବଂଶ ଲୋପ ହେବାକୁ ବସିଲାଣି। ବିରଳ ମହାବଳ ସମେତ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବାଧ ଶିକାର ବଢ଼ିବାରେ ଲାଗିଛି। ଉପରିସ୍ଥ ଅଧିକାରୀମାନେ ଧର୍ମକୁ ଆଖିଠାର ସଦୃଶ ବିଭାଗର ଦୋଷକୁ ଘୋଡ଼ାଇବାରେ ବ୍ୟସ୍ତ ରହୁଥିବା ବେଳେ ବିଲୁପ୍ତପ୍ରାୟ ପ୍ରାଣୀଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଗତ ୩ ବର୍ଷ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ଓ ବନ ବିଭାଗ ଚଢ଼ାଉ କରି ୫ ବାଘ ଚମଡ଼ା ଜବତ କରିବା ସହ ୮ଜଣଙ୍କୁ ଗିରଫ କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ଶିମିଳିପାଳରେ ହାତୀ ଶିକାର ଚିରାଚରିତ ଘଟଣାରେ ପରିଣତ ହେଲାଣି। ଅଧିକାରୀମାନେ କେବଳ ବେପାରୀଙ୍କୁ ଧରି ନିଜ ଦାୟିତ୍ୱ ଶେଷ କରୁଥିବା ବେଳେ ଶିକାରୀଙ୍କ ପାଖରେ ପହଞ୍ଚି ନ ପାରିବା ବିଭାଗର ଅପାରଗତାକୁ ପଦାରେ ପକାଇଛି। ଜନ୍ତୁ ଶିକାର ଓ ଚମଡ଼ା ବିକ୍ରି ଘଟଣାରେ ବନ ଅଧିକାରୀ ଓ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ସମ୍ପୃକ୍ତି ରହୁଥିବା ନଜିର ରହିଛି। ରକ୍ଷକ ହୋଇ ଯଦି ଭକ୍ଷକ ସାଜିବେ ତେବେ ନିରୀହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା କିଏ ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଉଦଳା-ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘ ଚମଡ଼ା ବିକ୍ରି ଲାଗି ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଚଢ଼ାଉ କରି ୭ଫୁଟ ଲମ୍ବ ଓ ୫ଫୁଟ ଓସାରର ଏକ ମହାବଳ ବାଘ ଚମଡ଼ାକୁ ଜବତ କରିଥିଲା। ଏହି ଘଟଣାରେ ଉଦଳା ଥାନା ମୂଷାଖାଇ ଅଞ୍ଚଳର ଦେବାଶିଷ ପାତ୍ର ନାମକ ଜଣେ ବେପାରୀଙ୍କୁ ଏସ୍‌ଟିଏଫ୍‌ ମାଡ଼ି ବସିଥିଲା। ତା’ ପରଦିନ ମୁଖ୍ୟ କାର୍ପଟଦାର ଦେବକୁଣ୍ଡ ନିକଟସ୍ଥ ଶ୍ରୀଦାମଚନ୍ଦ୍ରପୁର ଅଞ୍ଚଳର ଫାଗୁ ହଁାସଦାଙ୍କୁ ମଧ୍ୟ ଗିରଫ କରିଥିଲା। ଅଧିକ ତଦନ୍ତ ଜାରି ରହିଥିବା ବେଳେ ଶୁକ୍ରବାର ଅନ୍ୟତମ ଅଭିଯୁକ୍ତ ଶାସଙ୍ଗବେଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝି ଗିରଫ ହୋଇଛନ୍ତି। ସେହିପରି ଗତ ଜାନୁୟାରୀ ୬ ତାରିଖ ରାତିରେ ଏସ୍‌ଟିଏଫ ଚଢ଼ାଉ କରି ବେତନଟୀ ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱ ରାଗ୍‌ଧା କଲେଜ ନିକଟରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏହା ସହିତ ୨ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତଦ୍ୱୟ ହେଲେ ଖୁଣ୍ଟା ଥାନା ଅଧୀନ କ୍ଷୀରପଦା ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଗୁରା ବିନ୍ଧାଣୀ। ୨୦୨୧ ସେପ୍ଟେମ୍ବର ୨୦ରେ ବାରିପଦା ସହର ଗାନ୍ଧୀ ପାର୍କ ନିକଟରୁ ଏସ୍‌ଟିଏଫ୍‌ ଚଢ଼ାଉ କରି ୨ଫୁଟ ଲମ୍ବର କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ବନ କର୍ମଚାରୀଙ୍କ ଇଞ୍ଜିନିୟରିଂ ପଢ଼ୁଆ ପୁଅ ସମେତ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବଡ଼ସାହି ଥାନା ଉଠାଣିନୂଆଗଁା ଗ୍ରାମର ବିକାଶ ବେଣ୍ଟକାର ଓ ଖାନୁଆ ପଞ୍ଚାୟତ ପଳାଶବଣି ଗ୍ରାମର ବିକାଶ ବିନୟ ସିଂ। ଫେସବୁକ୍‌ ମାଧ୍ୟମରେ ବାଘ ଚମଡ଼ା ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଇଞ୍ଜିନିୟରିଂ ଛାତ୍ର ଜଣକ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହୋଇଥିଲେ। ଜଣେ ବନ ଅଧିକାରୀଙ୍କ ପୁଅ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ଜଙ୍ଗଲରେ ବନ୍ୟଜନ୍ତୁ କିପରି ସୁରକ୍ଷିତ ରହିବେ ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ସେହିପରି ୨୦୨୦ ସେପ୍ଟେମ୍ବର ୩ ତାରିଖ ରାତିରେ ବିଶୋଇ ଥାନା ଅଧୀନ ଖେଜୁରିକଟାସ ଗ୍ରାମ ନିକଟରୁ ବନ ବିଭାଗ ଚଢ଼ାଉ କରି ୫ଫୁଟ ୨ଇଞ୍ଚ ଲମ୍ବର ଏକ କଲରାପତରିଆ ବାଘ ଚମଡ଼ା ଜବତ କରିଥିଲା। ବିକ୍ରି କରିବାକୁ ଆଣିିଥିବା ଅଭିଯୁକ୍ତ ଜଣକ ଥିଲେ ବଡ଼ବାଲିଚୁଆ ଗ୍ରାମର ଲକ୍ଷ୍ମଣ ନାଏକ। ଅନ୍ୟ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଶିମିଳିପାଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ତେଲକୋଇରୁ ଫକୀରମୋହନ, ଚମ୍ପୁଆରୁ ଲଢ଼ିବେ ମୁରଲୀ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ଘୋଷଣା ହୋଇ ପାରୁ ନ ଥିବା ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ଶନିବାର ତା’ର...

୩ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୭ା୪: ଶନିବାର ବିଜେଡି ତା’ର ଆଉ ୩ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଭୋଗରାଇରୁ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri