Posted inଖେଳ

ପରାଜୟରୁ ଓଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୨୦।୯(ତପନ ସ୍ବାଇଁ): ଏଏଫ୍‌ସି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୦-୪ ଗୋଲରେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ହାରି ଯାଇଛି। ଡିମିଟ୍ରି ପେଟ୍ରାଟୋସଙ୍କ ଡବଲ ବଳରେ ମୋହନ ବାଗାନ ଦ୍ୱିତୀୟାର୍ଦ୍ଧରେ ୪ଟିଯାକ ଗୋଲ ଦେଇଥିଲା। ଏଏଫ୍‌ସି କପ୍‌ ହେଉଛି ଏସିଆର ଦ୍ୱିତୀୟ ଶ୍ରେଣୀୟ କ୍ଲବ ଫୁଟବଲ ଟୁର୍ନାମେଣ୍ଟ। ଗତବର୍ଷ ସୁପର କପ୍‌ ବିଜୟୀ ହୋଇଥିବାରୁ ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ଏହି ଟୁର୍ନାମେଣ୍ଟ ଖେଳିବାକୁ ସୁଯୋଗ ପାଇଛି।
ସଂଘର୍ଷପୂର୍ଣ୍ଣଭାବେ ପ୍ରଥମାର୍ଦ୍ଧର ଶେଷ ପର୍ଯ୍ୟାୟ ପହଞ୍ଚତ୍ଥିବାବେଳେ ୪୩ତମ ମିନିଟରେ ଏକ ଘଟଣା ଓଡ଼ିଶା ଏଫ୍‌ସିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ଏକ ଫ୍ରିକିକ୍‌ ଅବସରରେ ମୋହନ ବାଗାନର ହ୍ୟୁଗୋ ବୌମସଙ୍କୁ ଓଡ଼ିଶା ଏଫ୍‌ସିର ସେରିଗ୍ନେ ଫଲ୍‌ ଟାଣି ତଳେ ପକାଇ ଦେଇଥିଲେ। ରେଫରିଙ୍କ ସହ ଯୁକ୍ତିତର୍କ ପାଇଁ ଓଏଫ୍‌ସିର ଅହମଦ ଜୋହୋଉ ୟେଲା କାର୍ଡ ପାଇଥିଲେ। ଫଲ୍‌ ପୂର୍ବରୁ ଏକ ୟେଲୋ କାର୍ଡ ପାଇଥିଲେ। ଦ୍ୱିତୀୟ ୟେଲୋ କାର୍ଡ ସହ ତାଙ୍କୁ ରେଡ୍‌କାର୍ଡ ମିଳିବାରୁ ଫଲ୍‌ଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଫଳରେ ଓଡ଼ିଶା ଏଫ୍‌ସି ୧୦ ଜଣିଆରେ ପରିଣତ ହୋଇ ଯାଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଅଗ୍ରଣୀ ହାସଲ କରିଥିଲା ମୋହନ ବାଗାନ। ୪୬ତମ ମିନିଟରେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ହ୍ୟୁଗୋ ବୌମାସ ବଲ୍‌ ନେଇ ଓଡ଼ିଶା ଏଫ୍‌ସି ଗୋଲପୋଷ୍ଟରେ ସହଲ ଅବଦୁଲ ସମଦଙ୍କ ନିକଟକୁ ପଠାଇ ଦେଇଥିଲେ। ସହଲ କୌଣସି ଭୁଲ ନ କରି ରାଇଟ୍‌ କର୍ନରରେ ଗୋଲ କରିଥିଲେ। ଓଏଫ୍‌ସି ଅଧିନାୟକ ତଥା ଗୋଲକିପର ଅମରିନ୍ଦର ସିଂ ଡାଇଭ୍‌ ମାରିଥିଲେ ହେଁ ତାହାକୁ ରୋକିପାରି ନ ଥିଲେ। ୬୮ତମ ମିନିଟରେ ମୋହନ ବାଗାନର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ ଡିମିଟ୍ରିଅସ ପେଟ୍ରାଟୋସ। ଏହାପରେ ୭୯ତମ ମିନିଟରେ ବଦଳ ଖେଳାଳି ଲିଷ୍ଟନ କୋଲାକୋ ଏବଂ ୮୨ତମ ମିନିଟରେ ଡିମିଟ୍ରି ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳପକ୍ଷରୁ ୪ର୍ଥ ଗୋଲ କରିବାରୁ ଓଡ଼ିଶା ଏଫ୍‌ସି ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri