ଲୋକଙ୍କ ସରକାରରେ ରାଜ୍ୟର ‘ସୁଭଦ୍ରା’ ହେବେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶାର ସାମାଜିକ ନ୍ୟାୟ ଇତିହାସରେ ଆଜି ଏକ ଗୌରବମୟ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏହି ଯୋଜନା ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କ ସଶକ୍ତୀକରଣ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
ସୁଭଦ୍ରା ଯୋଜନା ନାମକରଣ ପଛରେ ରହିଛି ଓଡ଼ିଆ ଓ ଜଗନ୍ନାଥ ସଂସ୍କୃତିର ଗଭୀର ଚିନ୍ତାଧାରା। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଜଗନ୍ନାଥ ସଂସ୍କୃତିର ସ୍ଥାନ ଅନନ୍ୟ। ମାନବତାବାଦର ବାର୍ତ୍ତା ବହନ କରୁଥିବା ଜଗନ୍ନାଥ ସଂସ୍କୃତିର କୋଣ ଅନୁକୋଣ ‘ମହିଳା ସଶକ୍ତୀକରଣ’ର ସ୍ବାକ୍ଷର ବହନ କରିଥାଏ। ମା’ ବିମଳାଙ୍କ ପାଖରେ ଲାଗି ହେଲା ପରେ ଭୋଗ ‘ମହାପ୍ରସାଦ’ର ମାନ୍ୟତା ଲାଭ କରିଥାଏ। ଏତଦ୍‌ ବ୍ୟତୀତ ସନାତନ ପରମ୍ପରାରେ ଦେବଦେବୀଙ୍କ ମୂର୍ତ୍ତିପୂଜନ ଏକ ଅବିଚ୍ଛେଦ୍ୟ ଅଙ୍ଗ। ସାରା ପୃଥିବୀରେ ପ୍ରାୟ ସବୁ ମଠ ମନ୍ଦିରରେ ଭଗବାନ ବିଷ୍ଣୁ କିମ୍ବା ତାଙ୍କ ଅବତାର ନିଜ ଅର୍ଦ୍ଧାଙ୍ଗିନୀଙ୍କ ସହିତ ପୂଜା ପାଇଥା’ନ୍ତି। କିନ୍ତୁ ଶ୍ରୀମନ୍ଦିର ବୋଧହୁଏ ଏକମାତ୍ର ଧର୍ମସ୍ଥଳ, ଯେଉଁଠି ଭଗବାନ ନିଜ ଭଗିନୀ ଦେବୀ ସୁଭଦ୍ରାଙ୍କ ସହିତ ଗୋଟିଏ ସିଂହାସନରେ ପୂଜା ପାଇଥା’ନ୍ତି। ଏପରିକି, ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପ୍ରଭୁ ନିଜ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥାଆନ୍ତି। ଜଗନ୍ନାଥ ସଂସ୍କୃତିର ଆଉ ଏକ ମହାନ୍‌ ଦାର୍ଶନିକ ତତ୍ତ୍ୱ ହେଉଛି ଦର୍ଶନବେଳେ ଭକ୍ତମାନେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ଶ୍ରୀମୁଖର ଅଧା ଅଧା ଦର୍ଶନ କରିଥାଆନ୍ତି, କିନ୍ତୁ ଦେବୀ ସୁଭଦ୍ରାଙ୍କ ପୂର୍ଣ୍ଣାଙ୍ଗ ଦର୍ଶନ ମିଳିଥାଏ। ଏ ହେଉଛି ଆମ ସଂସ୍କୃତି ଓ ପରମ୍ପରାର ନିଦର୍ଶନ। ପରିବାରରେ ଭଉଣୀଙ୍କ ସ୍ଥାନ ସ୍ବତନ୍ତ୍ର, ଅସାଧାରଣ। ଜଗନ୍ନାଥ ସଂସ୍କୃତିର ଏହି ନାରୀ ସଶକ୍ତୀକରଣର ବାର୍ତ୍ତା ଓ ସ୍ବାକ୍ଷର ବହନ କରୁଛି ‘ସୁଭଦ୍ରା’ ଯୋଜନା।
ଜଗନ୍ନାଥ ସଂସ୍କୃତିରେ ଦେବୀ ସୁଭଦ୍ରାଙ୍କ ଦାର୍ଶନିକ ତତ୍ତ୍ୱର ଗଭୀର ବ୍ୟାଖ୍ୟା ନ କରି ଜନମାନସରେ ରେଖାଙ୍କିତ ହୋଇ ରହିଥିବା ଭାବକୁ ପରିପ୍ରକାଶ କଲେ ଦେବୀ ସୁଭଦ୍ରା ହେଉଛନ୍ତି ସାହସ, କରୁଣା ଏବଂ ସଶକ୍ତୀକରଣର ପ୍ରତୀକ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ତାଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଭ୍ରାତା। ସୁଭଦ୍ରାଙ୍କ ବିନା ଯେପରି ଜଗନ୍ନାଥ ସଂସ୍କୃତି ଅସମ୍ପୂର୍ଣ୍ଣ, ଠିକ୍‌ ସେହିପରି ନାରୀଶକ୍ତି ବିନା ଭଗବାନଙ୍କ ସୃଷ୍ଟି ଅସମ୍ପୂର୍ଣ୍ଣ। ସନାତନ ଓ ଭାରତୀୟ ସଂସ୍କୃତି-ପରମ୍ପରାରେ ନାରୀଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଛି ଏବଂ ମାନ୍ୟତା ଅଛି ଯେ, ଯେଉଁଠି ନାରୀମାନଙ୍କୁ ସମ୍ମାନ ଦିଆଯାଏ ସେଠାରେ ସ୍ବୟଂ ଦେବତା ବାସ କରନ୍ତି। ତେଣୁ ରାଜ୍ୟର ପ୍ରାୟ ଅଧା ଜନସଂଖ୍ୟା, ନାରୀସମାଜ ପାଇଁ ଯେତେବେଳେ ଏକ ସମାବେଶୀ ଯୋଜନା କଥା ପରିକଳ୍ପନା କରାଯାଇଥିଲା, ‘ସୁଭଦ୍ରା’ ନାମକରଣ ହିଁ ଥିଲା ଯଥାର୍ଥ; କାରଣ ସରକାରଙ୍କ ପାଇଁ ପ୍ରତ୍ୟେକ ମହିଳା ହେଉଛନ୍ତି ଜଣେ ଜଣେ ସୁଭଦ୍ରା। ସେମାନଙ୍କୁ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ସ୍ତରରେ ସୁରକ୍ଷା ଦେବା ସରକାରଙ୍କ ନୈତିକ ଦାୟିତ୍ୱ।
ସୁଭଦ୍ରା ଯୋଜନାର ମୂଳ ଲକ୍ଷ୍ୟ ହେଉଛି ‘ମହିଳା ସଶକ୍ତୀକରଣ’। ଏହି ଲକ୍ଷ୍ୟକୁ ହାସଲ କରିବାର ପ୍ରଥମ ସୋପାନ ହେଉଛି ଅର୍ଥନୈତିକ ସ୍ତରରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା। କାରଣ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ନ ଥିବା ବ୍ୟକ୍ତି କେବେହେଲେ ସଶକ୍ତ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦଶ ହଜାର ଟଙ୍କା ଲେଖାଏଁ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସହାୟତା ମହିଳାମାନେ ନିଜ ଏବଂ ପରିବାରର ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନଜୀବିକା ପାଇଁ ଖର୍ଚ୍ଚ କରିପାରିବେ। ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଗୋଟିଏ ମାତ୍ର ଯୋଜନା ନୁହେଁ, ମହିଳା ବିକାଶ ପାଇଁ ପ୍ରଣୀତ ଅନେକ ଯୋଜନା ମଧ୍ୟରୁ ଏହା ଅନ୍ୟତମ ଏବଂ ଅନନ୍ୟ ମଧ୍ୟ। ଭବିଷ୍ୟତରେ ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ।
ଯଦିଓ ଭାରତୀୟ ସଂସ୍କୃତିରେ ନାରୀଙ୍କୁ ଧର୍ମୀୟ ମାନ୍ୟତାରେ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି, ସାମାଜିକ ଓ ଅର୍ଥନୈତିକ ସ୍ତରରେ ଆଜି ମଧ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଅନେକ ଅସମାନତା ରହିଛି, ତାହାକୁ ସଂଶୋଧନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶୀ ନେତୃତ୍ୱରେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏକ କୋଟି ‘ଲକ୍ଷପତି ଦିଦି’ ସୃଷ୍ଟି କରିବା କାର୍ଯ୍ୟକ୍ରମ ଏହି ତାରତମ୍ୟକୁ କମ୍‌ କରିବା ଦିଗରେ ଏକ ସଫଳ ପ୍ରୟାସ। ଆଜି ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନେ ‘ଡ୍ରୋନ୍‌ ଦିଦି’ର ଆଖ୍ୟା ପାଇଛନ୍ତି। କାରଣ କୃଷି କାର୍ଯ୍ୟରେ ‘ଡ୍ରୋନ’ ଟେକ୍ନୋଲୋଜି ବ୍ୟବହାର କରି ସେମାନେ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ମହିଳାଙ୍କୁ ରାଜନୈତିକ ସ୍ତରରେ ସଶକ୍ତ କରିବା ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାରିତ ହୋଇଛି, ଯାହା ଫଳରେ ଆଗାମୀ ଦିନରେ ଅଧିକରୁ ଅଧିକ ମହିଳା ରାଜନୈତିକ କ୍ଷେତ୍ରରେ ଅଂଶଗ୍ରହଣ କରିପାରିବେ।
ଓଡ଼ିଶାରେ ନୂତନ ସରକାର ମାତ୍ର ୧୦୦ ଦିନ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟର ବିକାଶ ପାଇଁ। ‘ସୁଭଦ୍ରା’ ଯୋଜନା ଏହି କ୍ରମରେ ଏକ ପ୍ରଭାବୀ କାର୍ଯ୍ୟକ୍ରମ। ବର୍ତ୍ତମାନର ରାଜ୍ୟ ସରକାରଙ୍କ ପାଇଁ ‘ମହିଳା ସଶକ୍ତୀକରଣ’ କେବଳ ଏକ ସ୍ଲୋଗାନ୍‌ କିମ୍ବା ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ନୁହେଁ; ଚଳିତ ବଜେଟରେ ମହିଳାଙ୍କ ବିକାଶ ପାଇଁ ଅତିକମ୍‌ରେ ୭୫ ହଜାର ୬୨୨ କୋଟି ଟଙ୍କା ଉତ୍ସର୍ଗୀକୃତ ଭାବେ ଖର୍ଚ୍ଚ କରାଯିବାର ପ୍ରାବଧାନ ହୋଇଛି। ଏହା ଗତ ବର୍ଷ ତୁଳନାରେ ୧୮ ପ୍ରତିଶତରୁ ଅଧିକ। ଠିକ୍‌ ସେହିପରି ମହିଳାଙ୍କ ପାଇଁ ଶତପ୍ରତିଶତ ଖର୍ଚ୍ଚ ହେଉଥିବା ଯୋଜନାର ଆକାରକୁ ଗତବର୍ଷର ପ୍ରାବଧାନ ୬ ହଜାର ୫୯୪ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ୧୭ ହଜାର ୮୭୮ କୋଟି ଟଙ୍କାରୁ ଅଧିକ କରାଯାଇଛି ଏବଂ ଏହା ୧୭୧ ପ୍ରତିଶତରୁ ଅଧିକ। ଏହା ହେଉଛି ରାଜ୍ୟର ପ୍ରତିଟି ସୁଭଦ୍ରାଙ୍କ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତା।
ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ପାଇଁ କାର୍ଯ୍ୟକାରୀ ହେଉଥିବା ‘ସୁଭଦ୍ରା’ ଓ ଅନ୍ୟାନ୍ୟ ଯୋଜନାସବୁ ପୁରୁଷ-ମହିଳାଙ୍କ ମଧ୍ୟରେ ଥିବା ତାରତମ୍ୟକୁ ଅନେକ ମାତ୍ରାରେ ହ୍ରାସ କରିବ। ଉଦାହରଣ ସ୍ବରୂପ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ବର୍ତ୍ତମାନ ମାତ୍ର ୪୯ ପ୍ରତିଶତ ଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୮୪ ପ୍ରତିଶତ। ଏହାକୁ କମ୍‌ କରିବାକୁ ହେଲେ ମହିଳାମାନଙ୍କୁ ଆର୍ଥିକ ତଥା ଅନ୍ୟାନ୍ୟ ଆବଶ୍ୟକ ସହଯୋଗ କରିବା ସରକାରଙ୍କ ପ୍ରାଥମିକତା। ଆଗାମୀ ପାଞ୍ଚ ବର୍ଷରେ ପ୍ରତ୍ୟେକ ‘ସୁଭଦ୍ରା’ ହିତାଧିକାରୀ ଠିକ୍‌ ସମୟରେ ସେମାନଙ୍କ ପ୍ରାପ୍ୟ ପାଇବେ- ଏହା ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି। କାରଣ ଠିକ୍‌ ସମୟରେ ସୁନିଶ୍ଚିତ ସୁଭଦ୍ରା ସହାୟତା ପାଇଲେ ହିତାଧିକାରୀମାନେ ନିଜ ନିଜ ବ୍ୟକ୍ତିଗତ ତଥା ବ୍ୟବସାୟିକ ଖର୍ଚ୍ଚ ଯୋଜନାବଦ୍ଧ ଭାବେ ସମ୍ପାଦନ କରିପାରିବେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦ୍ୱାରା ଆହୂତ ‘ବିକଶିତ ଭାରତ’ ଯାତ୍ରାର କେନ୍ଦ୍ରବିନ୍ଦୁରେ ଅଛନ୍ତି ନାରୀଶକ୍ତି। ମହିଳାଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ବିନା ଏକ ସଶକ୍ତ ରାଷ୍ଟ୍ର ଗଠନ କରିବା ଅସମ୍ଭବ। ଏହି ରାଷ୍ଟ୍ର ଗଠନ ଦିଗରେ ‘ସୁଭଦ୍ରା’ ଯୋଜନା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପଦକ୍ଷେପ। ରାଜ୍ୟ ସରକାରଙ୍କ ପାଇଁ ‘ମହିଳା ସଶକ୍ତୀକରଣ’ ଏକ ସ୍ଲୋଗାନ୍‌ ନୁହେଁ, ପ୍ରତ୍ୟେକ ‘ସୁଭଦ୍ରା’ଙ୍କ ପାଇଁ ଏହା ସରକାରଙ୍କ ସଂକଳ୍ପ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?