Posted inଜାତୀୟ

ଭଲ ସଡ଼କ ଦାବିରେ ଧାରଣା, ୧୫ କିମି ରାସ୍ତା ଜାମ୍‌ …

ରୋହତକ,୨୦।୯: ଭଲ ସଡ଼କ ଦାବିରେ ଦିଲ୍ଲୀର ରୋହତକରେ ଲୋକଙ୍କ ପ୍ରଦର୍ଶନ ଯୋଗୁ ୧୫ କିଲୋମିଟର ରାସ୍ତା ଜାମ୍‌ ହୋଇଛିି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ରାସ୍ତାରେ ସୁଧାର ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ବିକ୍ଷୋଭକାରୀ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି କହିଛନ୍ତି। ସୋମବାର ସକାଳେ ମୁଣ୍ଡକା ମେଟ୍ରୋ ଷ୍ଟେଶନଠାରୁ ଟିକରି ବର୍ଡରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଉପରେ ଲୋକେ ଧାରଣାରେ ବସି ରହିଛନ୍ତି। ଫଳରେ ଦିଲ୍ଲୀ-ହରିୟାଣା ଜାତୀୟ ରାଜପଥ ରୋହତକ ରୋଡ୍‌ ଜାମ୍‌ ହୋଇଯାଇଛି। ଏହି ରାସ୍ତା ଦେଇ ଚଳପ୍ରଚଳ ଠପ୍‌ ହୋଇଯାଇଛି।

ଲୋକେ ଧାରଣା ଦେଇଥିବାରୁ ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଦୁଇ ପଟ ରୋଡ୍‌କୁ ବନ୍ଦ କରାଯାଇ ଭିଡ଼କୁ ଅନ୍ୟ ରାସ୍ତାକୁ ସ୍ଥାନାନ୍ତର କରାଯାଇଛି। ଅଧିକ ଗାଁ ଲୋକ ଧାରଣାରେ ବସିଛନ୍ତି। ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ସୁରେଜ୍‌ ବ୍ୟବସ୍ଥା ଭଲ ନ ଥିବାରୁ ଅଳ୍ପ ବର୍ଷାରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପାଣି ଜମି ରହୁଛି। ଏହାର ସୁଧାର କରାଯିବା ଦାବି ନେଲ ଲୋକେ ଏଭଳି ଧାରଣା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୩ ସୁଦ୍ଧା ଜେୱର ଏୟାର ପୋର୍ଟ ହୋଇପାରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାରପୋର୍ଟ

ନୂଆଦିଲ୍ଲୀ,୨୨।୩: ଯୋଜନା ମୁତାବକ ଯଦି କାମ କରାଯାଏ ତେବେ ୨୦୨୩ ସୁଦ୍ଧା ଅର୍ଥାତ୍‌ ୪ ବର୍ଷ ପରେ ଉତ୍ତର ପ୍ରଦେଶରେ ବିଶ୍ୱର ୫ମ ସର୍ବବୃହତ୍ତ ଏୟାର...

ଖେଳାଳିଙ୍କ ସମର୍ଥନରେ ଚାଇନା ଗସ୍ତକୁ ବାତିଲ କଲି: କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୪।୯: ଚାଇନାରେ ଚାଲିଥିବା ଏସିଆନ୍‌ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଖେଳାଳିଙ୍କୁ ଚାଇନାର ଭିଜା ପ୍ରତ୍ୟାଖ୍ୟାନକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ...

ଭାଜପାରେ ପାଦ ଦେଉ ଦେଉ ବଢିଲା ଦୁଷ୍ୟନ୍ତଙ୍କ ସୁରକ୍ଷା

ଚଣ୍ଡିଗଡ଼,୨୬।୧୦: ହରିୟାଣାରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ଜନନାୟକ ଜନତା ପାର୍ଟି(ଜେଜେପି) ସହ ମେଣ୍ଟ କରି ସରକାର ଗଠନ କରିବାକୁ ଯାଉଛି। କାରଣ ହରିୟାଣାର ବିଧାନସଭା...

ଏସ୍‌ଏଫ୍‌ଜେର ୪୦ ଓ୍ବେବ୍‌ସାଇଟ ବ୍ଲକ୍‌

ନୂଆଦିଲ୍ଲୀ,୬ା୭: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ବେଆଇନ ସଂଗଠନ ଶିଖ୍‌ ଫର ଜଷ୍ଟିସ୍‌ (ଏସ୍‌ଏଫ୍‌ଜେ)ର ୪୦ ଓ୍ବେବ୍‌ସାଇଟ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବ୍ଲକ୍‌ କରିଦେଇଛି। ଆମେରିକାରେ...

ଜାହାଜ ଇଞ୍ଜିନ ରୁମ୍‌ରେ ଲାଗିଲା ନିଆଁ: ୩ ଯାତ୍ରୀ ନିଖୋଜ

ମହାରାଷ୍ଟ୍ର,୧୩।୨: ମୁମ୍ବାଇ ଉପକୂଳ ନିକଟରେ ଥିବା ଏକ ଜାହାଜ ଇଞ୍ଜିନ୍‌ ରୁମ୍‌ରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟର...

ଗୁପ୍ତଚର କାର୍ଯ୍ୟ ଲାଗି କଡ଼ା ଆଭିମୁଖ୍ୟ: ପାକିସ୍ତାନ ଦୂତାବାସରୁ ୫୦% କର୍ମଚାରୀ କମାଇବାକୁ କହିଲା ଭାରତ

ନୂଆଦିଲ୍ଲୀ,୨୩।୬: ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କଲା ଭାରତ। ନିକଟରେ ଗୁପ୍ତଚର କାର୍ଯ୍ୟ ପାଇଁ ୨ ପାକ୍‌ ଦୂତାବାସ କର୍ମଚାରୀଙ୍କୁ ସ୍ବଦେଶ ପଠାଯାଇଥିଲା। ଏବେ...

‘ଯେ କୌଣସି ପରିସ୍ଥିତିରେ ଆତଙ୍କବାଦକୁ ରୋକିବାକୁ ପଡିବ’, ଏସସିଓ ମଞ୍ଚରେ ଚାଇନା-ପାକିସ୍ତାନ ସାମ୍ନାରେ ବାର୍ତ୍ତା ରଖିଲା ଭାରତ

ପଣଜି,୫।୫: ଗୋଆରେ ଏସସିଓ ବର୍ହିବ୍ୟାପରା ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଏହି ଦୁଇ ଦିବସୀୟ ବୈଠକରେ ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ଏହି...

ଭାରତରେ ୧୫୦% ବଢ଼ିଛି ମଧୁମେହ

ନୂଆଦିଲ୍ଲୀ,୮।୬: ବିଶ୍ୱର ଦ୍ୱିତୀୟ ସର୍ବାଧିକ ମଧୁମେହ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ଭାରତରେ ରହିଛନ୍ତି। ପ୍ରତି ୬ ମଧୁମେହ ରୋଗୀଙ୍କ ମଧ୍ୟରେ ଜଣେ ଭାରତୀୟ ବୋଲି ଜଣାପଡ଼ିଛି।...

Advertisement
Archives

Model This Week