Posted inଖେଳ

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଓଡ଼ିଶା, ବିହାର, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କେରଳ ଆଦି ୬ ରାଜ୍ୟରୁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୁଷ ସିଙ୍ଗଲ୍ସରେ କଡ଼ା ମୁକାବିଲା ହୋଇଥିଲା। ୩ ସେଟ୍‌ ବିଶିଷ୍ଟ ଫାଇନାଲରେ ବିହାରର ଅପୂର୍ବ କୁମାର ସେହି ରାଜ୍ୟର ହିମାଂଶୁ ରାଜଙ୍କୁ ୧୧-୮, ୧୦-୧୨ ଓ ୧୧-୪ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଓଡ଼ିଶାର ସିମନ ଶାସ୍ତ୍ରୀ ବିହାରର ରୋହିତ କୁମାରଙ୍କୁ ୧୫-୧୦ରେ ହରାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଡବଲ୍ସରେ ମଧ୍ୟ ବିହାର ଯୋଡ଼ି ଚାମ୍ପିୟନ ହୋଇଛନ୍ତି। ଆଦିତ୍ୟ ଗୁପ୍ତା ଓ ହିମାଂଶୁ ରାଜ ଫାଇନାଲାରେ ରୋହିତ କୁମାର ଓ ଅପୂର୍ବ କୁମାରଙ୍କୁ ୧୧-୬, ୧୧-୯ରେ ହରାଇ ଦେଇଛନ୍ତି। ଓଡ଼ିଶାର ଯଶରାଜ ନାୟକ ଓ ଅନମୋଲ ଦାଶ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଛନ୍ତି।
୧୯ ବର୍ଷରୁ କମ୍‌ ବର୍ଗରେ ମଧ୍ୟ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ଯଶରାଜ ନାୟକ ସିଙ୍ଗଲ୍ସ ଫାଇନାଲରେ ବିହାରର ଆଦିତ୍ୟ ଗୁପ୍ତାଙ୍କଠାରୁ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ସପ୍ତପୂର୍ଣ୍ଣ ଜେନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଓଡ଼ିଶାର ଯଶରାଜଙ୍କୁ ୪ଟି ଭିନ୍ନଭିନ୍ନ ବର୍ଗରେ ପଦକ ମିଳିଛି। ମିକ୍ସଡ ଡବଲ୍ସରେ ଓଡ଼ିଶାର ସିମନ ଶାସ୍ତ୍ରୀ ଓ ସୋହିନୀ ମହାନ୍ତି ଫାଇନାଲରେ ନିଜ ରାଜ୍ୟର ଋତୁପର୍ଣ୍ଣା ଚୌଧୁରୀ ଓ ଯଶରାଜ ନାୟକଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। ଭେଟେରାନ ବର୍ଗରେ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ, ସୁଶିଲ ମିଶ୍ର ଓ ପ୍ରଦୀପ ସିଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ଓଡ଼ିଶା ପାଇଁ ପଦକ ସୁଇପ୍‌ କରିଛନ୍ତି। ଶକ୍ତି ଦାଶଙ୍କୁ ପୁରୁଷ ୫୦ ବର୍ଷରୁ ଊର୍ଦ୍ଧ୍ୱ ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ମିଳିଛି। ମହିଳା ଓପନ ଇଭେଣ୍ଟରେ ଓଡ଼ିଶାର ପ୍ରିୟମ୍ବଦା ପାତ୍ର ରୌପ୍ୟ ପଦକ ପାଇଛନ୍ତି। ସେ ଫାଇନାଲରେ ନେମା ସାରା କିସପୋଟାଙ୍କଠାରୁ ଅଳ୍ପକେ ପରାଜିତ ହୋଇଥିଲେ। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ରାଜ୍ୟରେ ପିକଲବଲ୍‌ର ଲୋକପ୍ରିୟତା ବୃଦ୍ଧି ପାଉଥିବାକୁ ସୂଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri