Posted inଖେଳ

‘ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମ ସୁଦୃଢ଼ ହୋଇଛି’

ଭୁବନେଶ୍ୱର, ୧୯।୭(ତପନ ସ୍ବାଇଁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ଓ ହକି ହାଇପରଫର୍ମାନ୍ସ ସେଣ୍ଟରର ନୂଆ କମ୍ପ୍ଲେକ୍ସ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ସେହିପରି ହକି ହାଇପରଫର୍ମାନ୍ସ ସେଣ୍ଟର ସରକାର ଏବଂ ଟାଟା ଷ୍ଟିଲ୍‌ ଓ ଟାଟା ଟ୍ରଷ୍ଟର ପାର୍ଟନରଶିପ୍‌ରେ ପ୍ରତିଷ୍ଠା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୁଇ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଓ ତପନ ମହାନ୍ତିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଥିଲେ।
”କ୍ରୀଡ଼ାରେ ଉତ୍କର୍ଷ ପାଇଁ ଓଡ଼ିଶା ଭାଗୀଦାରି ମଡେଲକୁ ଅନୁସରଣ କରୁଛି। ନୂଆ ହକି ହାଇପରଫର୍ମାନ୍ସ ସେଣ୍ଟର ଓ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ଉଦ୍‌ଘାଟନ ହେବାଦ୍ୱାରା ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମ ଅଧିକ ଦୃଢ଼ ହୋଇଛି। ଏହା ଆଥ୍‌ଲେଟଙ୍କ ସାମର୍ଥ୍ୟ ବଢ଼ାଇବା ସହ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଭଲ ପ୍ରଦର୍ଶନରେ ସହାୟକ ହେବ। ଏହି ଦୁଇ ନୂଆ ସେଣ୍ଟର ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ବାହାର କରିବା ସହ ପଦକ ବିଜୟୀ ଆଥ୍‌ଲେଟରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ“ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଭାରତୀୟ ଜିମ୍ନାଷ୍ଟଙ୍କ ଉଦ୍ଦେଶ୍ୟରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରକୁ ଉତ୍ସର୍ଗ କରିବା ସହ ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ”ଜିମ୍ନାଷ୍ଟିକ୍ସର ବିକାଶ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଆମ ରାଜ୍ୟ ଏବଂ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ମିଳିତଭାବେ ଜିମ୍ନାଷ୍ଟିକ୍ସର ବିକାଶ ପାଇଁ ଆଗେଇ ଆସିବାରେ ମୁଁ ଆନନ୍ଦିତ। ଏହି ପାର୍ଟନରଶିପ୍‌ ଦୀର୍ଘଦିନଧରି ରହିବ ଏବଂ ଦେଶରେ ଜିମ୍ନାଷ୍ଟିକ୍ସ ଇକୋସିଷ୍ଟମରେ କମ୍ପନ ସୃଷ୍ଟି କରିବ“। ସେହିପରି ହକି ହାଇପରଫର୍ମାନ୍ସ ସେଣ୍ଟର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ ”ଏଚ୍‌ପିସିରେ ଏପରିକି ତୃଣମୂଳ ସ୍ତରରେ ହକିର ବିକାଶ ପାଇଁ ଟାଟା ଗ୍ରୁପ୍‌ ସହ ଆମର ଭାଗୀଦାରିରେ ମୁଁ ବହୁତ ଖୁସି। ଏହା ପ୍ରତିଭାଙ୍କୁ ଉପଯୁକ୍ତ ଟ୍ରେନିଂ ସହ ଜାତୀୟ ଦଳ ପାଇଁ ଏଲିଟ ଖେଳାଳିରେ ପରିଣତ କରିପାରିବ। ଉତ୍କୃଷ୍ଟ ଏବଂ ଆଧୁନିକ ଭିତ୍ତିଭୂମି ସହ ଆଥ୍‌ଲେଟମାନେ ଯେପରି ଅଧିକ ଉତ୍କର୍ଷ ଲାଭ କରିପାରିବେ ସେ ଦିଗରେ କାର୍ଯ୍ୟକରିବୁ“। ଭାରତରେ ଜିମ୍ନାଷ୍ଟିକ୍ସର ବିକାଶ ଏବଂ ଓଡ଼ିଶାକୁ ଜିମ୍ନାଷ୍ଟିକ୍ସ ଏକ୍ସିଲେନ୍ସର ଜାତୀୟ ସେଣ୍ଟରଭାବେ ପରିଣତ କରିବା ପାଇଁ ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ଗତ ଏପ୍ରିଲରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ସହ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।
ହକି ହାଇପରଫର୍ମାନ୍ସ ପ୍ରୋଗ୍ରାମ ୨୦୧୯ରେ ଆରମ୍ଭ ହୋଇଥିଲା। ଏଥିରେ ବର୍ତ୍ତମାନ ୫୦ ବାଳିକା ଓ ୫୦ ବାଳକ ବିଶେଷଜ୍ଞ କୋଚ୍‌ଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିବ। ୨୦୧୯ରୁ ଓଡ଼ିଶା ଦେଶରେ ହାଇପରଫର୍ମାନ୍ସ ସେଣ୍ଟରର ହବ୍‌ରେ ପରିଣତ ହେବାରେ ଲାଗିଛି। ଏବେ ଓଡ଼ିଶାରେ ଶୁଟିଂ, ହକି, ବ୍ୟାଡ୍‌ମିଣ୍ଟନ, ଭାରୋତ୍ତୋଳନ, ଆଥ୍‌ଲେଟିକ୍ସ, ସ୍ପୋଟର୍‌ସ ସାଇନ୍ସ, ସୁଇମିଂ, ଫୁଟବଲ, ଜିମ୍ନାଷ୍ଟିକ୍ସର ହାଇପରଫର୍ମାନ୍ସ ସେଣ୍ଟର ଏବଂ ସ୍ପୋଟର୍‌ସ ମ୍ୟାନେଜମେଣ୍ଟର ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଉପଲବ୍ଧ। ଟାଟା ଗ୍ରୁପ୍‌ର ସହଯୋଗରେ ଆଗାମୀ ଦିନରେ ଏଠାରେ ଆର୍ଚେରୀ ଓ ସ୍ପୋଟର୍‌ସ କ୍ଲାଇମ୍ବିଂର ନୂଆ ହାଇପଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ଡେପୁଟି ଡାଇରେକ୍ଟର (ଏଚ୍‌ଆର ଓ ଆଡ୍‌ମିନିଷ୍ଟ୍ରେଶନ) କେଜି କୁବୋଟା, ଟାଟା ଷ୍ଟିଲ୍‌ କର୍ପୋରେଟ ସେବା ଉପସଭାପତି ଚାଣକ୍ୟ ଚୌଧାରୀ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri