Posted inଖେଳ

କ୍ୱାର୍ଟରରେ ଓଡ଼ିଶା ମହିଳା ଦଳ

ପୁରୀ ଅଫିସ, ୭ା୨: ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ସୋମବାର ଓଡ଼ିଶା ମହିଳା ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ମହିଳା ବିଭାଗ ପ୍ରି କ୍ୱାର୍ଟର ମ୍ୟାଚରେ ହିମାଚଳ ପ୍ରଦେଶ ଦଳକୁ ୯-୦୦ ସ୍କୋର ବ୍ୟବଧାନରେ ପରାସ୍ତ କରି ଓଡ଼ିିଶା ମହିଳା ଦଳ ବିଜୟ ଅଭିଯାନ ଜାରି ରଖିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସେହିପରି ମହିଳା ବିଭାଗରେ ଅନୁଷ୍ଠିତ ଅନ୍ୟ ପ୍ରି କ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୦୧ରେ ହରିୟାଣା, ଛତିଶଗଡ଼ ୧୦-୦୦ରେ ପଣ୍ଡିଚେରୀ ଏବଂ ଦିଲ୍ଲୀ ୧୫-୦୦ ସ୍କୋର ବ୍ୟବଧାନରେ ଇଣ୍ଡିଆନ ଅଏଲକୁ ହରାଇଛି।
ଏହା ପୂର୍ବରୁ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ଗୁଡ଼ିିକରେ କେରଳ ୧୫-୦୦ରେ ମଣିପୁର, ମହାରାଷ୍ଟ୍ର୧୦-୦୦ରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ୧୧-୦୧ରେ ଚଣ୍ଡୀଗଡ଼, ପଞ୍ଜାବ ୧୦-୦୦ରେ ତାମିଲନାଡୁ, ତେଲଙ୍ଗାନା ୧୨-୦୦ରେ ଉତ୍ତରପ୍ରଦେଶ, କର୍ନାଟକ ୧୩-୦୩ରେ ତାମିଲନାଡୁ ଏବଂ ରାଜସ୍ଥାନ୧୦-୦୦ରେ ପଶ୍ଚିମବଙ୍ଗକୁ ହରାଇଛି। ସେହିପରି ପୁରୁଷ ବିଭାଗରେ ଅନୁଷ୍ଠିତ ଲିଗ ମ୍ୟାଚଗୁଡ଼ିିକରେ ଦିଲ୍ଲୀ ୮-୦୦ରେ ବିହାର, ପଣ୍ଡିଚେରୀ ୧୨-୦୨ରେ ମେଘାଳୟ, ଚଣ୍ଡୀଗଡ଼ ୮-୦୦ରେ ଇଣ୍ଡିଆନ ଅଏଲ, ମହାରାଷ୍ଟ୍ର ୦୯-୦୦ରେ ଜମ୍ମୁ କଶ୍ମୀର, ଜମ୍ମୁ କଶ୍ମୀର ୯-୦୦ରେ ଉତ୍ତର ପ୍ରଦେଶ, ଗୁଜରାଟ ୧-୦୦ରେ କର୍ନାଟକ, ଛତିଶଗଡ଼ ୧୧-୦୦ରେ ମଣିପୁର, ଆନ୍ଧ୍ରପ୍ରଦେଶ ୧୦-୦୦ରେ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ ୧୪-୦୩ରେ ତାମିଲନାଡୁ, ଦିଲ୍ଲୀ ୭-୦୨ରେ ମେଘାଳୟ, ଛତିଶଗଡ଼ ୭-୦୦ରେ ହିମାଚଳ ପ୍ରଦେଶ, ପଣ୍ଡିଚେରୀ ୭-୦୬ରେ ବିହାର, କେରଳ ୧୧-୦୦ରେ ମଣିପୁର, ଇଣ୍ଡିଆନ ଅଏଲ ୧୧-୦୦ରେ ତାମିଲନାଡୁ ଏବଂ ତେଲଙ୍ଗାନା ୧୨-୦୦ରେ ପଶ୍ଚିମବଙ୍ଗକୁ ହରାଇଛି। ମଙ୍ଗଳବାର ଉଭୟ ବିଭାଗର ପ୍ରି କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲ ମ୍ୟାଚ ସମେତ ସୁପରଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବ। ୯ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ୧୦୦ରୁ ଅଧିକ ବୈଷୟିକ ଅଧିକାରୀ ଏହି ଚାମ୍ପିୟନଶିପ୍‌କୁ ପରିଚାଳନା କରୁଛନ୍ତି। ଦ୍ୱିତୀୟ ଦିବସରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ଅତିଥିଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri