Posted inଖେଳ

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଓଡ଼ିଶା ଅଂଶଗ୍ରହଣ କରିବ। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନବନିର୍ମିତ ପିକଲବଲ୍‌ କୋର୍ଟରେ ଓଡ଼ିଶା ପିକଲବଲ୍‌ ଆସୋସିଏଶନ ସଭାପତି ଶକ୍ତି ରଞ୍ଜନ ଦାସ ଉକ୍ତ ପ୍ରତିଯୋଗିତା ପାଇଁ ଦଳ ଘୋଷଣା କରିଛନ୍ତି। ୪ଟି ଯାକ କୋର୍ଟ ଅତି ସୁନ୍ଦର। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଛାତ ବିଶିଷ୍ଟ କୋର୍ଟ ଭାରତର ପ୍ରଥମ ପିକଲବଲ୍‌ ରଫ୍‌ ଟପ୍‌ କୋର୍ଟ ବୋଲି ଆସୋସିଏଶନ ସମ୍ପାଦକ ଶୁଭ୍ରାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଆସୋସିଏଶନ ଉପସଭାପତି ଆଦିତ୍ୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋର୍ଟ ଗୁଡ଼ିକର କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇଛି ବୋଲି ସେ କହିଛନ୍ତି। ପିକଲବଲ୍‌ କୋର୍ଟ ଉଦ୍‌ଘାଟନ ଅବସରରେ ଶକ୍ତି ଦାସ କହିଲେ ଯେ, ଟେନିସ, ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନ ଖେଳରେ ରୁଚି ରଖୁଥିବା ଯେ କୌଣସି ବ୍ୟକ୍ତି ଏହି ଗେମ୍‌ ଖେଳି ପାରିବେ। ଆମେରିକା ଓ ୟୁରୋପରେ ଲୋକପ୍ରିୟତା ହାସଲ କରିଥିବା ପିକଲବଲ୍‌କୁ ଯେ କୌଣସି ବୟସ ବର୍ଗର ବ୍ୟକ୍ତି ଖେଳିପାରିବେ। ଜାତୀୟ ଚାମ୍ପିୟନଶିପ୍‌ରେ ରାଜ୍ୟପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଶକ୍ତି ରଞ୍ଜନ ଦାଶ ଓ ଶୁଭ୍ରାଂଶୁ ଷଡ଼ଙ୍ଗୀ ଯଥାକ୍ରମେ ୫୦+ ଓ ୬୦+ ବର୍ଗରେ ଖେଳିବେ। ଏକଲବ୍ୟ ମହାପାତ୍ର ଓ ଶକ୍ତି ରଞ୍ଜନ ଦାଶ ପୁରୁଷ ଡବଲ୍ସ, ସ୍ପନ୍ଦନ ଶତପଥୀ ଉଭୟ ୧୯ ବର୍ଷରୁ କମ୍‌ ଓ ପୁରୁଷ ସିଙ୍ଗଲ୍ସ, ଅର୍ନବ ବରାଳ ଓ ପ୍ରଥୁଲ ବିଶ୍ୱାଳ ଉଭୟ ୧୪ ବର୍ଷରୁ କମ୍‌ ସିଙ୍ଗଲ୍ସ ଓ ଡବଲ୍ସରେ ଭାଗନେବେ। ସେହିପରି ସୋହୁମ ପଟ୍ଟନାୟକ ୧୪ ଓ ୧୬ ବର୍ଷରୁ କମ୍‌ ସିଙ୍ଗଲ୍ସ, ବିନାୟକ ଚନ୍ଦ୍ର ବେହେରା ୧୬ ଓ ୧୯ ବର୍ଷରୁ କମ୍‌ ବର୍ଗ ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri