୩୫୦୦ କୋଟି ଋଣ କରିବ ଓଡ଼ିଶା

ଭୁବନେଶ୍ୱର,୧୨। ୯(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଛି। ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ଭରଣା କରିବା ଲାଗି ଅଣଭାଜପା ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ଓଡ଼ିଶା ସରକାର ଏହି ଆର୍ଥିକ ଦୁର୍ଗତି ବେଳେ ଋଣ କରି ଜିଏସ୍‌ଟି କ୍ଷତି ନିଜେ ମୁଣ୍ଡାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଖୋଲା ବଜାରରୁ ୩୫୦୦ କୋଟି ଟଙ୍କା ଋଣ କରିବେ।
୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଓ କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାରଙ୍କୁ ୨.୩୫ ଲକ୍ଷ କୋଟି ଟଙ୍କା ଦେବାକୁ ଅସମର୍ଥ ହୋଇଛନ୍ତି। ସେହି ବୋଝକୁ କେନ୍ଦ୍ର ସରକାର ଚତୁରତାର ସହ ରାଜ୍ୟଗୁଡିକ ଉପରେ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି କ୍ଷତି ଭରଣା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ୨ଟି ପ୍ରସ୍ତାବ ଦେଇଥିଲା। ସେଥିରୁ ଗୋଟିଏ ବାଛିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲା।
ପ୍ରଥମ ପ୍ରସ୍ତାବଟି ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରି କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ ୯୭ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଋଣ କରିବେ। ସେହି ଅର୍ଥ ୨୦୨୨ଜୁନ ସୁଦ୍ଧା କ୍ଷତିପୂରଣ ସେସ୍‌ ପାଣ୍ଠିରୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ପଞ୍ଚଦଶ ଅର୍ଥ କମିଶନ ଏହାକୁ ରାଜ୍ୟ ପାଇଁ ଋଣ ବୋଝ ଭାବେ ଗ୍ରହଣ କରିବ ନାହିଁ। ମାତ୍ର ଆର୍ଥିକ ଦାୟିତ୍ୱବୋଧତା ଓ ବଜେଟ ପରିଚାଳନା(ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ରାଜ୍ୟଗୁଡିକୁ ୦.୫ ପ୍ରତିଶତ ରିହାତି ଦେବ। ଅର୍ଥାତ୍‌ କେନ୍ଦ୍ର ସରକାର ଉଭୟ ସୁଧ ଓ ଋଣ ବାବଦ ସମସ୍ତ ଅର୍ଥ ବହନ କରିବେ।
ଦ୍ୱିତୀୟ ପ୍ରସ୍ତାବ ଥିଲା, ସମୁଦାୟ ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟ ସରକାରମାନେ ଚଳିତ ବର୍ଷ ଖୋଲା ବଜାରରୁ ଆର୍‌ବିଆଇ ସହିତ ବୁଝାମଣା କରି ନିଜେ ଋଣ କରିବେ। ରାଜ୍ୟ ସରକାର ଋଣର ସୁଧ ବହନ କରିବେ ଏବଂ ମୂଳଧନ ୨୦୨୨ ଜୁନ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଯୋଗାଇ ଦେବେ।
ରାଜ୍ୟ ସରକାର ପ୍ରଥମ ପ୍ରସ୍ତାବଟିକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା ୨୦୨୨ ଜୁନ ପରେ କେନ୍ଦ୍ର ସରକାର ସୁଧ ସହିତ ମୂଳ ଭରଣା କରିବେ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏ ବିଷୟରେ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ବିଭାଗକୁ ସୂଚନା ଦେଇଥିବା ସେ କହିଛନ୍ତି। ରାଜ୍ୟ ସରକାର କୋଭିଡ୍‌ ଯୋଗୁ ହୋଇଥିବା ଜିଏସ୍‌ଟି କ୍ଷତିକୁ ଭରଣା କରିପାରିବେ ବୋଲି ସେ କହିଛନ୍ତି।
ଜିଏସ୍‌ଟି କ୍ଷତିପୂରଣ କରିବା ପାଇଁ ଚଳିତ ବର୍ଷ ୩୫୦୦ କୋଟି ଟଙ୍କା ଋଣ କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି। ଏହି ଅର୍ଥ କେନ୍ଦ୍ର ସରକାର ୨୦୨୨ ଜୁନ୍‌ ପରେ ଉଭୟ ସୁଧ ଓ ମୂଳ ସହ ଭରଣା କରିବେ ବୋଲି ଅଧିକାରୀ କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ଜିଏସ୍‌ଟି ଲାଗୁ ହେବାପରେ ୫ ବର୍ଷ ଯାଏ ରାଜ୍ୟର କ୍ଷତିଭରଣା କରିବା ସକାଶେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ବାର୍ଷିକ ୧୪ ପ୍ରତିଶତ ରାଜସ୍ବ ବୃଦ୍ଧି ହିସାବକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିଭରଣା କରୁଛନ୍ତି। ତେବେ ଚଳିତ ବର୍ଷ ରାଜ୍ୟଗୁଡିକ ଉପରେ ଏହି ବୋଝ ଲଦି ଦେଇଛନ୍ତି। କେନ୍ଦ୍ରର ଏହି ପ୍ରସ୍ତାବକୁ ପଞ୍ଜାବ, କେରଳ, ଛତିଶଗଡ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଓ ପଣ୍ଡିଚେରୀ ଭଳି ରାଜ୍ୟ ଦୃଢ ବିରୋଧ କରିଥିବା ବେଳେ ଓଡିଶା ସରକାର କୌଣସି ପ୍ରତିବାଦ କରି ନ ଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ସମୁଦାୟ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଋଣ କରି ଭରଣା କରନ୍ତୁ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରୁ ଆଜି ପୁଣି ୯୧ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୯୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୮ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଜାତୀୟ ଉଦ୍ୟାନ ମ୍ୟାପ୍‌ରେ ଭିତରକନିକା ନାହିଁ

ଅସମାପିକା ସାହୁ ଭୁବନେଶ୍ୱର, ୨୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପିଲାଙ୍କୁ ଭୁଲ୍‌ ପାଠ ପଢ଼ାଉଛି। ସିବିଏସ୍‌ଇ ନିଜ ସ୍କୁଲଗୁଡ଼ିକରେ ଏନ୍‌ସିଇଆର୍‌ଟି ବହି ପଢ଼ାଇବାକୁ...

ମୀନାକ୍ଷୀ ମିଶ୍ର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ପୋଲିସଠାରୁ ନ୍ୟାୟ ନ ପାଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର...

କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୦।୭(ବ୍ୟୁରୋ)-ମଙ୍ଗଳବାରଠାରୁ ଗଞ୍ଜାମ ଜିଲାର ଶିତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।...

ଜିଇଏମ୍‌ ପୋର୍ଟାଲରେ କିଣାଯାଇଛି ୩୫୦ କୋଟିର ସାମଗ୍ରୀ

ଭୁବନେଶ୍ୱର,୭।୨(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟଗୁଡ଼ିକର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ୨୦୧୬ ଅଗଷ୍ଟ ୯ରୁ ସରକାରଙ୍କ ଇ-ମାର୍କେଟ ପ୍ଲସ୍‌ ଜିଇଏମ୍‌ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଏହି...

ହୀରାକୁଦରେ ଇକୋ-ରିଟ୍ରିଟ୍‌

ସମ୍ବଲପୁର,୨୫ା୧୦(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ତଟ ବଲବସପୁର ଗ୍ରାମ ନିକଟରେ ଆସନ୍ତା ନଭେମ୍ବର ୧୫ରୁ ଇକୋ-ରିଟ୍ରିଟ ଆରମ୍ଭ ହେବ। ଏ ନେଇ ଜିଲାପାଳ ଶୁଭମ୍‌ ସକ୍‌ସେନା...

ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସ୍ବାମୀ ଗୁରୁତର

ଚିତ୍ରଡ଼ା,୭ା୧: ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଗୁରୁବାର ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ...

୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି

ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍‌ପି ପ୍ରଦୀପ କୁମାର...

Advertisement
Archives

Model This Week