୩୫୦୦ କୋଟି ଋଣ କରିବ ଓଡ଼ିଶା

ଭୁବନେଶ୍ୱର,୧୨। ୯(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଛି। ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ଭରଣା କରିବା ଲାଗି ଅଣଭାଜପା ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ଓଡ଼ିଶା ସରକାର ଏହି ଆର୍ଥିକ ଦୁର୍ଗତି ବେଳେ ଋଣ କରି ଜିଏସ୍‌ଟି କ୍ଷତି ନିଜେ ମୁଣ୍ଡାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଖୋଲା ବଜାରରୁ ୩୫୦୦ କୋଟି ଟଙ୍କା ଋଣ କରିବେ।
୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଓ କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାରଙ୍କୁ ୨.୩୫ ଲକ୍ଷ କୋଟି ଟଙ୍କା ଦେବାକୁ ଅସମର୍ଥ ହୋଇଛନ୍ତି। ସେହି ବୋଝକୁ କେନ୍ଦ୍ର ସରକାର ଚତୁରତାର ସହ ରାଜ୍ୟଗୁଡିକ ଉପରେ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି କ୍ଷତି ଭରଣା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ୨ଟି ପ୍ରସ୍ତାବ ଦେଇଥିଲା। ସେଥିରୁ ଗୋଟିଏ ବାଛିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲା।
ପ୍ରଥମ ପ୍ରସ୍ତାବଟି ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରି କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ ୯୭ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଋଣ କରିବେ। ସେହି ଅର୍ଥ ୨୦୨୨ଜୁନ ସୁଦ୍ଧା କ୍ଷତିପୂରଣ ସେସ୍‌ ପାଣ୍ଠିରୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ପଞ୍ଚଦଶ ଅର୍ଥ କମିଶନ ଏହାକୁ ରାଜ୍ୟ ପାଇଁ ଋଣ ବୋଝ ଭାବେ ଗ୍ରହଣ କରିବ ନାହିଁ। ମାତ୍ର ଆର୍ଥିକ ଦାୟିତ୍ୱବୋଧତା ଓ ବଜେଟ ପରିଚାଳନା(ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ରାଜ୍ୟଗୁଡିକୁ ୦.୫ ପ୍ରତିଶତ ରିହାତି ଦେବ। ଅର୍ଥାତ୍‌ କେନ୍ଦ୍ର ସରକାର ଉଭୟ ସୁଧ ଓ ଋଣ ବାବଦ ସମସ୍ତ ଅର୍ଥ ବହନ କରିବେ।
ଦ୍ୱିତୀୟ ପ୍ରସ୍ତାବ ଥିଲା, ସମୁଦାୟ ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟ ସରକାରମାନେ ଚଳିତ ବର୍ଷ ଖୋଲା ବଜାରରୁ ଆର୍‌ବିଆଇ ସହିତ ବୁଝାମଣା କରି ନିଜେ ଋଣ କରିବେ। ରାଜ୍ୟ ସରକାର ଋଣର ସୁଧ ବହନ କରିବେ ଏବଂ ମୂଳଧନ ୨୦୨୨ ଜୁନ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଯୋଗାଇ ଦେବେ।
ରାଜ୍ୟ ସରକାର ପ୍ରଥମ ପ୍ରସ୍ତାବଟିକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା ୨୦୨୨ ଜୁନ ପରେ କେନ୍ଦ୍ର ସରକାର ସୁଧ ସହିତ ମୂଳ ଭରଣା କରିବେ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏ ବିଷୟରେ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ବିଭାଗକୁ ସୂଚନା ଦେଇଥିବା ସେ କହିଛନ୍ତି। ରାଜ୍ୟ ସରକାର କୋଭିଡ୍‌ ଯୋଗୁ ହୋଇଥିବା ଜିଏସ୍‌ଟି କ୍ଷତିକୁ ଭରଣା କରିପାରିବେ ବୋଲି ସେ କହିଛନ୍ତି।
ଜିଏସ୍‌ଟି କ୍ଷତିପୂରଣ କରିବା ପାଇଁ ଚଳିତ ବର୍ଷ ୩୫୦୦ କୋଟି ଟଙ୍କା ଋଣ କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି। ଏହି ଅର୍ଥ କେନ୍ଦ୍ର ସରକାର ୨୦୨୨ ଜୁନ୍‌ ପରେ ଉଭୟ ସୁଧ ଓ ମୂଳ ସହ ଭରଣା କରିବେ ବୋଲି ଅଧିକାରୀ କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ଜିଏସ୍‌ଟି ଲାଗୁ ହେବାପରେ ୫ ବର୍ଷ ଯାଏ ରାଜ୍ୟର କ୍ଷତିଭରଣା କରିବା ସକାଶେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ବାର୍ଷିକ ୧୪ ପ୍ରତିଶତ ରାଜସ୍ବ ବୃଦ୍ଧି ହିସାବକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିଭରଣା କରୁଛନ୍ତି। ତେବେ ଚଳିତ ବର୍ଷ ରାଜ୍ୟଗୁଡିକ ଉପରେ ଏହି ବୋଝ ଲଦି ଦେଇଛନ୍ତି। କେନ୍ଦ୍ରର ଏହି ପ୍ରସ୍ତାବକୁ ପଞ୍ଜାବ, କେରଳ, ଛତିଶଗଡ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଓ ପଣ୍ଡିଚେରୀ ଭଳି ରାଜ୍ୟ ଦୃଢ ବିରୋଧ କରିଥିବା ବେଳେ ଓଡିଶା ସରକାର କୌଣସି ପ୍ରତିବାଦ କରି ନ ଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ସମୁଦାୟ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଋଣ କରି ଭରଣା କରନ୍ତୁ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?