ମ୍ୟାଲେରିଆ ଶୂନ୍ୟ ହେବ ଓଡ଼ିଶା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଭାବେ ଅଗ୍ରସର ହେବା ଆରମ୍ଭ କରିଛି । ୨୦୧୬ରୁ ୨୦୧୯ ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ୯୦ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯କୁ ଖସିଛି। ୨୦୨୦ରେ ମଧ୍ୟ ଏହି ଧାରା ବଜାୟ ରହିଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଆନ୍ତଃ-ବିଭାଗୀୟ ସମନ୍ବୟ ବୈଠକରୁ ଏହି ସୂଚନା ମିଳିଛି। ଚଳିତ ବର୍ଷ ସମ୍ଭାବ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
ଶିଳ୍ପାଞ୍ଚଳ, ଖଣିଖାଦାନ ଅଞ୍ଚଳ, ଦୁର୍ଗମ ଗ୍ରାମାଞ୍ଚଳରେ ମ୍ୟାଲେରିଆ ପ୍ରାଦୁର୍ଭାବ ଅଧିକ। ସମ୍ପକ୍ତ ଅଞ୍ଚଳରେ ଥିବା ଜନବସତି ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏଥିସହ ସହରାଞ୍ଚଳର ସ୍ଥିର ଜଳାଶୟରେ ମଶାବଂଶ ନାଶକାରୀ ତେଲ ପକାଇବା, ବିଭିନ୍ନ ଜଳାଶୟ ଏବଂ ନାଳରେ ଜୀବାଣୁ ଖାଦକ ମାଛ ଛାଡ଼ିବା, ମଶା ବଂଶବୃଦ୍ଧି-ଚକ୍ର ଛିନ୍ନ କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକ ସ୍ବତନ୍ତ୍ର ଜନସ୍ବାସ୍ଥ୍ୟ ୟୁନିଟ୍‌ ପ୍ରତିଷ୍ଠା କରିବା ସହ କର୍ମଚାରୀଙ୍କ ପରୀକ୍ଷଣ ଏବଂ ସମ୍ପୃକ୍ତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖିବାକୁ କୁହାଯାଇଛି। ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରାୟ ୧୦ ହଜାର କଳାକାର ସଂଘ ଏବଂ ଲୋକକଳାକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ମ୍ୟାଲେରିଆ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୨୦୧୬ରେ ୪.୪୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୭ ଜଣ ପ୍ରାଣ ହରାଇଥିଲେ। ୨୦୧୯ ବେଳକୁ ପଜିଟିଭ୍‌ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯,୫୫୬ ଏବଂ ୯ରେ ପହଞ୍ଚତ୍ଥିଲା। ୨୦୧୮ ଏବଂ ୨୦୧୯ ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭% କମିଥିବା ବେଳେ ଓଡ଼ିଶାରେ ୪୦% ହ୍ରାସ ପାଇଛି। ସେହିପରି ୨୦୧୬ରେ ବାର୍ଷିକ ପାରାସାଇଟ୍‌ ହାର ୮ ଜିଲାରେ ୧%ରୁ ତଳେ ରହିଥିଲା। ୨୦୧୯ ବେଳକୁ ୨୩ଟି ଜିଲାରେ ଏହା ୧%ରୁ ତଳେ ରହିଛି। ଏହିସବୁ ତଥ୍ୟ ଭିତ୍ତିରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟଧାରାକୁ ଏକ ଉତ୍ତମ ପ୍ରମାଣିତ ବ୍ୟବସ୍ଥା (ବେଷ୍ଟ ପ୍ରାକ୍ଟିସ୍‌) ଭାବେ ବିଶ୍ୱ ମ୍ୟାଲେରିଆ ବିବରଣୀ-୨୦୨୦ରେ ସ୍ଥାନିତ କରିଛି। ସୂଚନାଯୋଗ୍ୟ, ସରକାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରୁ ୨୦୨୦ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬,୦୮୮ ମ୍ୟାଲେରିଆ ନିରାକରଣ କ୍ୟାମ୍ପ୍‌ ଆୟୋଜନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ପ୍ରାୟ ୧.୫୭ କୋଟି ଜୀବାଣୁନାଶକ ମଶାରି ବଣ୍ଟନ କରାଯାଇଛି। ପ୍ରାୟ ୨.୮କୋଟି ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ସୁରକ୍ଷା ଦିଆଯାଇଛି। ୪୮,୪୫୫ ଆଶାକର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ ତାଲିମ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ଉନ୍ନୟନ କମିଶନର ପ୍ରଦୀପ ଜେନା, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ସଚିବ ଦେଓରଞ୍ଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ୍‌, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri