ବିଧାନସଭାରେ ରାତିତମାମ ବିତର୍କ, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୪

ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍‌ ୨୦୨୪ ଉପରେ ବିଧାନସଭାରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଆଲୋଚନା ରାତିତମାମ ଜାରି ରହିଥିଲା। ରାତି ୨ଟାରେ ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ବିଲ୍‌ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ବିତର୍କ ଚାଲିଥିଲା। ଏହି ବିଲ୍‌ ସମେତ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ-୨୦୨୪ ବିଲ୍‌ ମଧ୍ୟ ପାରିତ ହେବା ଯାଏ ଗୃହ ଚାଲିବ ବୋଲି କୁହାଯାଉଛି। ବିଧାନସଭାର ଅପରାହ୍ନ ଅଧିବେଶନ ରାତି ୯ଯାଏ ଚାଲିବାର ବ୍ୟବସ୍ଥା ରହିଛି। ଉପରୋକ୍ତ ୨ ବିଲ୍‌ର ଆଲୋଚନା ପାଇଁ ଗୃହ କାର୍ଯ୍ୟ ସମୟ ସୀମା ବଢ଼ାଇବା ନିମନ୍ତେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏକ ମୋଶନ ଗୃହରେ ଆଗତ କରିଥିଲେ। ତାହାକୁ ବାଚସ୍ପତି ସୁରମା ପାଢ଼ୀ ଅନୁମୋଦନ ଦେଇଥିଲେ।

ଭୁବନେଶ୍ୱର,୩।୪(ସୁନିତ୍‌ ମିଶ୍ର):ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୪କୁ ବିରୋଧୀ ଦଳର ସଦସ୍ୟମାନେ ସିଲେକ୍ଟ କମିଟିକୁ ପଠାଇବାକୁ ଆଲୋଚନାବେଳେ ଦାବି କରିଥିଲେ। ଏହାପରେ ଶାସକ ଦଳ ସଦସ୍ୟମାନେ ପାଲଟା ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ବିଶ୍ବବିଦ୍ୟାଳୟରେ କୁଳପତି, ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ଙ୍କ ନିଯୁକ୍ତିରେ ସ୍ବଚ୍ଛତା ରହିବନି ବୋଲି ବିରୋଧୀ ଦର୍ଶାଇ ବିଲ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। ହେଲେ ବିଜେଡି ସରକାର ସମୟରେ ଅଣାଯାଇଥିବା ବିଲ୍‌ରେ ସ୍ବଚ୍ଛତା ନ ଥିଲା ବୋଲି ଶାସକ ଦଳ ଜବାବ ଦେଇଛି।
ଆଲୋଚନା ଆରମ୍ଭକରି ବରିଷ୍ଠ ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, କେନ୍ଦ୍ର ସରକାର ୨୯ ଜୁଲାଇ ୨୦୨୦ ରେ ଜାତୀୟ ଶିକ୍ଷାନୀତି ଆଣିଥିଲେ। ହେଲେ କୌଣସି ରାଜ୍ୟ ସରକାର, ଅଂଶୀଦାରଙ୍କ ମତାମତ ସେତେବେଳେ ଲୋଡ଼ାଯାଇ ନ ଥିଲା। ଜାତୀୟ ଶିକ୍ଷାନୀତି ଉପରକୁ ଆକର୍ଷଣୀୟ ଦେଖାଯାଉଥିଲେ ମଧ୍ୟ ଶିକ୍ଷାର ଘରୋଇକରଣ ପାଇଁ ତାହା ଆସିଛି। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ, ପ୍ରଫେସର ପଦବୀ କୋର୍ଟଜନିତ ମାମଲା ଯୋଗୁ ଦୀର୍ଘବର୍ଷ ଧରି ପୂରଣ ହୋଇପାରୁ ନ ଥିବାରୁ ତତ୍କାଳୀନ କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କ ସଚିବଙ୍କ ଦ୍ୱାରା ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ, କୌଣସି ସରକାରୀ ଏଜେନ୍ସି ଦ୍ୱାରା ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା କରାଯାଉ। ଏହାପରେ ୨୦୨୦ ନଭେମ୍ବର ୯ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଆସିଥିଲା। ଏହାପରେ ଓପିଏସ୍‌ସି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। କିନ୍ତୁ ୨୦୨୧ରେ ଏହି ଶିକ୍ଷାନୀତିକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ୟୁଜିସିକୁ ଏକ
ପକ୍ଷ କରାଯାଇଥିଲା। ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଥିବାବେଳେ ପ୍ରତିପକ୍ଷ ୨୦୨୦ ମେ ୨୨ରେ ସୁପ୍ରିକୋର୍ଟରେ ପିଟିଶନ ଫାଇଲ କରିଥିଲେ। ଏହାପରେ ମାମଲାଟି କୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର କିପରି ଏହି ସଂଶୋଧନ ଆଣୁଛନ୍ତି। ଏଥିପାଇଁ କ’ଣ ନ୍ୟାୟାଳୟଠାରୁ ସରକାର ଅନୁମତି ଆଣିଛନ୍ତି କି ବୋଲି ସ୍ବାଇଁ ପ୍ରଶ୍ନ କରିଥିଲେ। ଏବେ କେନ୍ଦ୍ର ସରକାର ବି ୟୁଜିସି ନିୟମରେ ସଂଶୋଧନ କରିବାକୁ କୋର୍ଟରୁ ସମୟ ନେଇଛନ୍ତି । ତେଣୁ ଏହି ବିଲ୍‌ ପାଇଁ ଅଧିକ ସମୟ ନିଆଯାଉ, ସିଲେକ୍ଟ କମିଟିକୁ ପଠାଯାଉ ବୋଲି ସ୍ବାଇଁ ଦାବି କରିଛନ୍ତି।
ବିଜେଡି ସଦସ୍ୟ ଅରୁଣ ସାହୁ ବିଲ୍‌ ଉପରେ ୧ ଘଣ୍ଟା ୪୭ ମିନିଟ୍‌ ଆଲୋଚନାକରି କହିଛନ୍ତି, ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ (ସଂଶୋଧିତ) ୨୦୨୦ରେ ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ନଷ୍ଟ ହେଉଛି ବୋଲି ସରକାର ଯାହା କହୁଛନ୍ତି, ସେନେଇ ପ୍ରମାଣ ଦେଇପାରିବେ କି? ୨୦୨୦ରେ ହୋଇଥିବା ସଂଶୋଧନକୁ ଏଡ଼ାଇବା ପାଇଁ ସରକାର ଏହି ନୂଆ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧିତ) ବିଲ୍‌ ୨୦୨୪ ଆଣିଛନ୍ତି। ହେଲେ ଏହାକୁ ତରବରିଆ ଭାବେ ଗୃହୀତ କରା ନ ଯାଉ। ଜାତୀୟ ଶିକ୍ଷାନୀତିରେ ଯାହା ଅଛି, ଏହି ବିଲ୍‌ ତାହା ବିରୋଧରେ ଯାଉଛି। ଯଦି ଓପିଏସ୍‌ସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଭୁଲ୍‌, ତେବେ ସରକାର ଏହି ବିଲ୍‌ରେ ସଂଶୋଧନ ଆଣିବା ପରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୨୧୫ ଜଣଙ୍କୁ ଚାକିରିରୁ କ’ଣ ବିଦା କରିଦେବେ? ୧୯୮୯ରେ ବିଶ୍ୱବିଦ୍ୟାଳୟ ବିଲ୍‌ ଆସିଥିବାବେଳେ ୨୦୨୦ରେ ଏହାର ପ୍ରଥମ ସଂଶୋଧନ ହୋଇଥିଲା। ଏମିତି କ’ଣ ଦରକାର ପଡ଼ିଲା ଯେ ଏବେ ୪ ବର୍ଷରେ ସଂଶୋଧନର ଆବଶ୍ୟକତା ପଡୁଛି। ଏହି ଆଲୋଚନାରେ କାହିଁକି ସିନେଟ ବ୍ୟବସ୍ଥା ଉଠାଯାଇଥିଲା, କିପରି ଅନ୍ୟ ରାଜ୍ୟରେ ରାଜ୍ୟ ସରକାର କୁଳପତି ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ନିଯୁକ୍ତି ଦେଉଛନ୍ତି ସେ ତା’ର ଉଦାହରଣ ଦେଇଥିଲେ। ଏହି ବିଲ୍‌କୁ ସାଧାରଣ ବିଲ୍‌ ନ ଭାବି ଅଧିକ ବିଚାରବିମର୍ଶକରି ଗୃହୀତ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ବିରୋଧୀ ଦଳ ପକ୍ଷରୁ ଗଣେଶ୍ୱର ବେହେରା, ଧ୍ରୁବ ଚରଣ ସାହୁ, ଦେବୀରଞ୍ଜନ ତ୍ରିପାଠୀ, ରମେଶ ଚନ୍ଦ୍ର ବେହେରା, ଗୌତମବୁଦ୍ଧ ଦାସ, ବ୍ୟୋମକେଶ ରାୟ ଆଲୋଚନାରେ ଭାଗନେଇଥିଲେ।
ଶାସକ ଦଳ ପକ୍ଷରୁ ଟଙ୍କଧର ତ୍ରିପାଠୀ ଆଲୋଚନା ଆରମ୍ଭକରି ଏହି ବିଲ୍‌ ଶିକ୍ଷାନୁଷ୍ଠାନର ସ୍ବାୟତ୍ତତା ବଜାୟ ରଖିବା ଏବଂ ଶିକ୍ଷାକୁ ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ କରାଯିବ। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ସଂଶୋଧନ ଅଣାଯାଇଥିଲା। ସମସ୍ତଙ୍କ ସହ ଆଲୋଚନା କରାଯାଇ ନ ଥିବାରୁ ସେତେବେଳେ ବିଭିନ୍ନ ସଙ୍ଗଠନ ଆନ୍ଦୋଳନ କରିଥିଲେ। କୁଳପତି ନିଯୁକ୍ତି କମିଟିରେ କାହିଁକି ଜଣେ ଶିକ୍ଷାବିତ୍‌ଙ୍କୁ ନ ରଖି ଜଣେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରଙ୍କୁ ରଖିବା ବ୍ୟବସ୍ଥା କରାଯାଇଥିଲା। ଆମେ ଶିକ୍ଷାବିତ୍‌ଙ୍କୁ ରଖିଛୁ। କୁଳପତିଙ୍କର ଅବସର ବୟସ ୬୫ ରୁ ୭୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୁଳପତିଙ୍କ ପୁନଃ ନିଯୁକ୍ତି ବ୍ୟବସ୍ଥା, କୁଳସଚିବ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟକାଳ ୩ ବର୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ଇରାଶିଷ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ଅଧିକାର ଅଛି, କୋର୍ଟରେ କେସ୍‌ ଚାଲିଥିଲେ ବି ବିଧେୟକ ଆଣିପାରିବେ ଏବଂ କୋର୍ଟଙ୍କ ବିନା ଅନୁମତିରେ ନୂଆ ଆଇନ ତିଆରି କରିପାରିବେ। ଶାସକ ଦଳ ପକ୍ଷରୁ ଆମର ନାୟକ, ସନ୍ତୋଷ ଖଟୁଆ, ସିଦ୍ଧାନ୍ତ ମହାପାତ୍ର, ବାବୁ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସବୁ ପଦବୀ ପୂରଣ ପାଇଁ ଆଣିଛୁ ସଂଶୋଧନ ବିଲ୍‌: ସୂର୍ଯ୍ୟବଂଶୀ
ଆଲୋଚନାରେ ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ବିରୋଧୀ କହୁଛନ୍ତି କାହିଁକି ତରବରିଆ ଭାବେ ବିଲ୍‌ ଗୃହୀତ କରାଯାଉଛି। ସେମାନେ ଜାଣିବା ଦରକାର, ବର୍ତ୍ତମାନ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ ୩୫ ପ୍ରତିଶତ ଶିକ୍ଷକ ପଦବୀ, ୨୯% ଅଣଶିକ୍ଷକ ପଦବୀରେ ଚାଲିଛି। ୮ଟି ସରକାରୀ ବିଶ୍ୱବିଦ୍ୟାଳୟର ନାକ୍‌ ମାନ୍ୟତା ଥିବାବେଳେ ୯ଟିର ନାକ୍‌ ମାନ୍ୟତା ନାହିଁ। ତେଣୁ ଆମେ ସବୁ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଆଣିଛୁ। ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ପାଇଁ ହେଉଥିବା ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ୟୁଜିସି ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ ବନ୍ଦ ହୋଇଥିଲା। ଯଦି ୟୁଜିସିର ନିୟମ ଭୁଲ୍‌ ଥିଲା, ତେବେ କାହିଁକି ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିଥିଲ। ଓପିଏସ୍‌ସି ଦ୍ୱାରା ହୋଇଥିବା ନିଯୁକ୍ତିକୁ ହାଇକୋର୍ଟରେ ମଧ୍ୟ ଚାଲେଞ୍ଜ କରାଯାଇଥିଲା। ଏପରିକି ଏହି ନିୟମ ବଳରେ ୨ଜଣ କୁଳପତି ନିଯୁକ୍ତି ଦିଆଯାଇଥିବା ବେଳେ ଅନ୍ୟ ନିଯୁକ୍ତି କାହିଁକି ବନ୍ଦ କରାଯାଇଥିଲା? କାହିଁକି ହାଇକୋର୍ଟରେ ଆବେଦନ କରି ନ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଥିବା କଥା ଉଠିଲା? ସେହିପରି ୟୁଜିସି ପଇସା ଦେଉ ନ ଥିବା ନେଇ ଯେଉଁ ଅଭିଯୋଗ ଉଠାଯାଉଛି, ସେମାନେ ଜାଣିବା ଦରକାର ଯେ, ୟୁଜିସି ଗବେଷଣା ପାଇଁ ଅର୍ଥ ଦିଏ । ଶିକ୍ଷା ମନ୍ତ୍ରଣାଳୟ ଭିତ୍ତିଭୂମି ପାଇଁ ଅର୍ଥ ଦିଏ। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଅଫିସରମାନଙ୍କ ଗ୍ରୁପ୍‌ ଦ୍ୱାରା କୁଳପତି ବାଛିବାକୁ ଷଡ଼ଯନ୍ତ୍ର ହୋଇଥିଲା। ଆମେ ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ଫେରାଇ ଆଣିବାକୁ ଏହି ନୂଆ ଆଇନ ଆଣିଛୁ । ବିଶ୍ୱବିଦ୍ୟାଳୟଗୁଡ଼ିକୁ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ କରିବୁ। ଗତ ସରକାର ଯେଉଁ ପାପ କରିଛନ୍ତି, ସେଥିପାଇଁ ସେମାନେ ତ କ୍ଷମା ମାଗିପାରିବେ ନାହିଁ । ମୁଁ ଶିକ୍ଷକ ସମାଜକୁ କ୍ଷମା ମାଗୁଛି ବୋଲି ମନ୍ତ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?