ସିକିମ୍‌ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍‌ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି। ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗିଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ରାମନାରାୟଣ ମିଶ୍ର ସ୍ତ୍ରୀ ମୀନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ଙ୍କ ସହିତ ଗତ ୯ ତାରିଖରେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ। ପରେ ସେଠାରୁ ଗ୍ୟାଙ୍ଗଟକକୁ ଫ୍ଲାଇଟ୍‌ରେ ଯିବା ପରେ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମ୍‌କୁ ପରିବାର ସହିତ ସଡକ ପଥରେ ବୁଲିବାକୁ ଯାଇଥିଲେ।

ଲାଚୁମ୍‌ରୁ ୧୩ ତାରିଖରେ ଗ୍ୟାଙ୍ଗଟକକୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ପାଗ ଖରାପ ହେବାରୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ତେଣୁ ସେମାନେ ଫେରି ନ ପାରି ଲାଚୁମ୍‌ସ୍ଥିତ ହୋଟେଲ ଆଲପାଇନ ରିସୋର୍ଟରେ ରହିଛନ୍ତି। ଗ୍ୟାଙ୍ଗଟକରୁ ଚାଇନା ସୀମା ପ୍ରାୟ ୧୨୦ କିଲୋମିଟର ହେବ। ସେମାନେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ରହୁଛନ୍ତି। ଏବେ ମଧ୍ୟ ପ୍ରବଳ ଶୀତ ହେଉଛି। ସିକିମ୍‌ ସରକାର ପାହାଡ଼ିଆ ରାସ୍ତା ଓ ପୋଲ ସଫା କରିପାରୁ ନ ଥିବାରୁ ସେମାନେ ଆସି ପାରୁନାହାନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଜରିଆରେ ଗ୍ୟାଙ୍ଗଟକ ପର୍ଯ୍ୟନ୍ତ ଏୟାରଲିଫ୍ଟ କରିବେ ବୋଲି କୁହାଯାଉଥିବା ବେଳେ ବିଳମ୍ବ ହେଉଛି।

ଦିନ ଗଡୁଥିବା ବେଳେ ପର୍ଯ୍ୟଟକ ଚିନ୍ତାରେ ରହୁଛନ୍ତି। ଦୀର୍ଘ ୫ ଦିନ ଧରି ରାସ୍ତା ବନ୍ଦ ଯୋଗୁ ଖାଦ୍ୟ ସମସ୍ୟା ଦେଖାଦେଇଛି। ୧୦ ଟଙ୍କାର ସାମଗ୍ରୀ ୨୦୦ ଟଙ୍କାରେ କିଣିବାକୁ ପଡୁଥିବା ରାମନାରାୟଣ କହିଛନ୍ତି। ଜୁନ୍‌ ୧୮ରେ ସ୍କୁଲ ଖୋଲୁଥିବାରୁ ଝିଅ ପୁଅ କିପରି ଘରେ ପହଞ୍ଚିବେ ସେ ଚିନ୍ତାରେ ଅଛନ୍ତି। ଓଡ଼ିଶା ସରକାର ଆବଶ୍ୟକ ପଦକ୍ଷେପ ନେଇ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ବୀରମହାରାଜପୁର ଅଞ୍ଚଳର ସମାଜସେବୀ କୁଶ କୁମାର ସାହୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସିକିମ୍‌ର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପୁତ୍ରର ମୃତଦେହ ନେବାକୁ ଦମ୍ପତି ହଟହଟା, ସହଯୋଗର ହାତ ବଢ଼ାଇଲେ ବରଗଡ଼ ଉପଜିଲାପାଳ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ଭୀମସାର୍‌, ବୁର୍ଲା ଡାକ୍ତରଖାନାରୁ କଲାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକସ୍ଥିତ ନିଜ ଘରକୁ ଶିଶୁପୁତ୍ରର ମୃତଦେହ ନେବାରେ ଏକ ଦମ୍ପତି ହଟହଟା ହେବା ଘଟଣା...

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍

ଭୁବନେଶ୍ୱର,୨୪ା୭: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକା। ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, ମିଳିଲା ଏତିକି ଟଙ୍କା…

ରାୟଗଡ଼ା,୨୪ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ...

‘କାଳିଆ ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଜାଣନ୍ତୁ ବିଧାନସଭାରେ କ’ଣ କହିଲେ…

ଭୁବନେଶ୍ୱର, ୨୪।୭: ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବିଜେଡି ସମୟରେ କରାଯାଇଥିବା ‘କାଳିଆ ଯୋଜନା’ ବନ୍ଦ ହେବ କି ନାହିଁ ସେନେଇ ଅନେକଙ୍କ...

ଡ୍ୟାମ୍‌ରେ ଦୁଇ ଛାତ୍ର ବୁଡ଼ିଯିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୭: କଟକ ଜିଲା ଚୌଦ୍ୱାର ମଙ୍ଗରାଜପୁର ଡମଣୀ ଡ୍ୟାମ୍‌ରେ ବୁଡି ବୁଧବାର ୨ ଛାତ୍ର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖପ୍ରକାଶ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

ନାବାଳକ ଗାଡ଼ି ଚଳାଉଥିଲେ ସାବଧାନ! ଏଣିକି ଗାଡ଼ି ଜବତ ସହ ମା’ବାପାଙ୍କ ବିରୋଧରେ ରୁଜୁ ହେବ ମାମଲା…

ଭୁବନେଶ୍ୱର,୨୪।୭: ରାଜ୍ୟରେ ବଢ଼ୁଥିବା ବେପାରୁଆ ଗାଡ଼ିଚାଳନା ତଥା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଠୋର ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜାଣନ୍ତୁ କେବେ ହେବ…

କଟକ,୨୪।୭: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri