ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବାତ୍ୟା ହେବା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଡିସେମ୍ବର ୪ ତାରିଖ (ଶନିବାର) ସକାଳେ ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ପ୍ରଭାବରେ ୩ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ। ମଙ୍ଗଳବାର ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଗତିକରି ୨ ତାରିଖରରେ ଡିପ୍ରେଶନ ପରିଣତ ହେବ। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ବଢ଼ିବ। ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ବହିବ। ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ତେବେ ଉପକୂଳରେ ପହଞ୍ଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁ ନ ପାରେ। ଉପକୂଳ ଛୁଇଁବା ପରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ। ତାଙ୍କ ସୂଚନା ଅନୁଯାୟୀ, ବାତ୍ୟାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। କାଳକ୍ରମେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢ଼ିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ। ବାତ୍ୟା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ସେ କହିଛନ୍ତି। ତା’ସହିତ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଡିସେମ୍ବର ୨ ତାରିଖ ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ରେ ୧୦୫ ପୌର ଉପାଧ୍ୟକ୍ଷ ଭୋଟ

ଭୁବନେଶ୍ୱର,୫।୪(ବ୍ୟୁରୋ):୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଚଳିତ ମାସ ୭ ତାରିଖରେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ...

୧୧ ଖଣି ପାଇଁ ଇ- ନିଲାମ ଆରମ୍ଭ

ଭୁବନେଶ୍ୱର,୯ା୭(ବ୍ୟୁରୋ):ରାଜ୍ୟ ସରକାର ଆଉ ୧୧ ଖଣିର ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ୭ଟି ଲୁହାପଥର, ୨ଟି ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ...

ମୃତକଙ୍କ ନଁ।ରେ ଭତ୍ତା ଟଙ୍କା ହଡ଼ପ ଘଟଣା :ବ୍ଲକ ପ୍ରଶାସନ, ଜିଲା ସାକପମାଜିକ ସୁରକ୍ଷା ଅଧିକାରୀଙ୍କ ତଦନ୍ତ

ଦାରିଙ୍ଗବାଡ଼ି,୩୧।୮(ଡି.ଏନ.ଏ) -ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ମୃତକଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଘଟଣାର ବିଡିଓ ତ୍ରିଲୋଚନ ପାତ୍ର ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ...

କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ...

ନିର୍ଦ୍ଦେଶ ଅବମାନନା କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍‌ପେଣ୍ଡ

ଦାରିଙ୍ଗବାଡ଼ି,୧୯।୬(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନ ବିଇଓଙ୍କ ନିର୍ଦ୍ଦେଶକୁ ଅବମାନନା କରିବା...

ସୀମା ଟପିଛି ରାମ୍‌କୋ ସିମେଣ୍ଟର ପ୍ରଦୂଷଣ

ଯାଜପୁର ଅଫିସ,୨୮ା୩: ରାମ୍‌କୋ ସିମେଣ୍ଟ କାରଖାନା ଦ୍ୱାରା ବାୟୁ ପ୍ରଦୂଷଣ ଏବେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ ରଘୁନାଥପୁର, ଜୋଗରଡା, ଗୁଆରଙ୍ଗ, ମୁରାରିପୁର...

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ...

କରୋନା ଆକ୍ରାନ୍ତଙ୍କ ସାହାରା ଅଭିନେତା ଋଷି

ଭୁବନେଶ୍ୱର, ୧୯।୫ (ବ୍ୟୁରୋ):କରୋନା ମହାମାରୀର ଭୟାବହ ପରିସ୍ଥିତିରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କିଏ କରୋନା ସଂକ୍ରମିତଙ୍କୁ...

Advertisement
Archives

Model This Week