Posted inଖେଳ

ପୂର୍ବାଞ୍ଚଳ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଜାତୀୟ ରୋଲବଲ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌)ର ଦ୍ୱିତୀୟ ସଂସ୍କରଣ ଆସାମର ଗୁଆହାଟୀଠାରେ ଚଳିତ ମାସ ୪ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଆସାମ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଓଡ଼ିଶା, ପଶ୍ଚିମବଙ୍ଗ ଓ ସିକିମ ଆଦି ୯ଟି ରାଜ୍ୟଦଳ ଅଂଶଗ୍ରହଣ କରିବେ। ଓଡ଼ିଶା ଦଳକୁ ବିଦାୟ ଜଣାଇବାପାଇଁ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ଓ ଓଡ଼ିଶା ରୋଲବଲ ଆସୋସିଏଶନ ସମ୍ପାଦକ ସୌଦାମିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ଦଳ: ଅଭିଶାନ୍ତ ପାଣିଗ୍ରାହୀ (ଅଧିନାୟକ), ଅନୂପ ନାୟକ, ଅଂଶୁମାନ ପାତ୍ର, ଅର୍ମାନ ସୁବୁଦ୍ଧି, ବୀରେନ ଦାସ, କୀରଟ ପ୍ରୀତମ୍‌ ଜେନା, ପ୍ରତୀକ ଅର୍ନକ ଜେନା, ସାଇ ଶ୍ରୀୟାଂଶ ରାଉତ, ସ୍ବସ୍ତିକ ପହ୍ରିୟାଂଶ ରାଉତ, ସ୍ବୟଂଶୁ କାନୁନଗୋ, ସୂର୍ଯ୍ୟ ପ୍ରତ୍ୟୁଷ ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି: ନାୟାରଙ୍କ ଲଢ଼ୁଆ ବ୍ୟାଟିଂ

ବେଙ୍ଗାଲୁରୁ, ୨୩।୮(ପି.ଟି.)- ସ୍ଥାନୀୟ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଦୁଲୀପ ଟ୍ରଫି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ଦିନିଆ ମ୍ୟାଚ୍‌ରେ ପ୍ରିୟାଙ୍କ...

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ...

ପୂର୍ବତନ ଜାତୀୟ ଟିଟି ଚାମ୍ପିୟନ ମନ୍‌ମୀତ୍‌ଙ୍କ ପରଲୋକ

ନୂଆଦିଲ୍ଲୀ,୧୨।୫ (ପି.ଟି.): ପୂର୍ବତନ ଜାତୀୟ ଟେବୁଲ ଟେନିସ ଚାମ୍ପିୟନ ମନ୍‌ମୀତ୍‌ ସିଂ ଓ୍ବାଲିଆ ୫୮ ବର୍ଷ ବୟସରେ କାନାଡାର ମଣ୍ଟ୍ରିଲ୍‌ରେ ମୃତ୍ୟୁ ବରଣ କରିଛନ୍ତି। ଗତ...

ଆଇପିଏଲ୍‌ରେ ଏହି କୀର୍ତ୍ତିମାନ କରିବାରେ ଚେନ୍ନାଇ ପ୍ରଥମ ଟିମ୍‌

ଦୁବାଇ, ୧୪।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ନୈରାଶ୍ୟଜନକ ଆରମ୍ଭ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଏବେ ଲୟକୁ ଫେରିଛି।...

ଶାସ୍ତ୍ରୀୟ ନୃତ୍ୟଶିଳ୍ପୀରୁ ‘ଲେଡି ତେନ୍ଦୁଲକର’

ଦୁନିଆର ସର୍ବୋତ୍ତମ ମହିଳା କ୍ରିକେଟ କ୍ରିକେଟ ମଧ୍ୟରୁ ମିଥାଲି ରାଜ ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ତାଙ୍କ ବ୍ୟାଟର ଜ୍ୟୋତି...

ଗାଭାସ୍କରଙ୍କୁ ବଡ ସମ୍ମାନ, ପ୍ରଥମଥର ଭାରତୀୟ ଖେଳାଳିଙ୍କ ନାମରେ ଇଂଲଣ୍ଡରେ ଷ୍ଟାଡିୟମ

ଲଣ୍ଡନ,୨୩ ।୭: ଇଂଲଣ୍ଡରେ ଭାରତୀୟ କ୍ରିକେଟକୁ ଏକ ବଡ ସମ୍ମାନ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ମହାନ ବ୍ୟାଟ୍ସ ମ୍ୟାନ ସୁନିଲ...

ଫାଷ୍ଟ ବୋଲରରୁ ଜାଭେଲିନ୍‌ ଥ୍ରୋୟର

ହଙ୍ଗେରୀର ବୁଦାପେଷ୍ଟରେ ଉଦ୍‌ଯାପିତ ହୋଇଯାଇଛି ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌। ପ୍ରଥମ ଥର ପାଇଁ ୩ ଜଣ ଭାରତୀୟ ନୀରଜ ଚୋପ୍ରା, ଡି.ପି. ମନୁ ଓ କିଶୋର...

କେରଳର ନେତୃତ୍ୱ ନେବେ ଉଥାପ୍ପା

କୋଚି,୨୮।୮: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ସୀମିତ ଓଭର ଘରୋଇ କ୍ରିକେଟରେ କେରଳ ଦଳର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ନିକଟରେ ବେଙ୍ଗାଲୁରୁଠାରେ ହିମାଚଳ...

Advertisement
Archives

Model This Week