Posted inଖେଳ

ଜାତୀୟ ଜୁନିୟର ତୀରନ୍ଦାଜୀ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି): ଗୋଆର ପଣଜୀଠାରେ ନଭେମ୍ବର ୩ରୁ ୧୨ ପର୍ଯ୍ୟନ୍ତ ୪୨ତମ ଏନ୍‌ଟିପିସି ଜାତୀୟ ଜୁନିୟର ତୀରନ୍ଦାଜୀ (ଇଣ୍ଡିଆନ, ରିକର୍ଭ, କମ୍ପାଉଣ୍ଡ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏଶନ ପକ୍ଷରୁ ରାଜ୍ୟ ଦଳ ମନୋନୀତ ହୋଇଛି। ଓଡ଼ିଶା ରିକର୍ଭ ଦଳ ଆସନ୍ତା ୨, କମ୍ପାଉଣ୍ଡ ଦଳ ୫ ଓ ଇଣ୍ଡିଆନ ରାଉଣ୍ଡ ଦଳ ୮ ତାରିଖରେ ଗୋଆ ଯାତ୍ରା କରିବ ବୋଲି ଆସୋସିଏଶନ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ପ୍ରକାଶ କରିଛନ୍ତି। ଭଗତରାମ ନାଏକ ଓ ଟିକିଲି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ଦଳର କୋଚିଂ କ୍ୟାମ୍ପ୍‌ ଅକ୍ଟୋବର ୮ରୁ କଟକସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିଲା। ଆସୋସିଏଶନ ସଭାପତି ଗୋକୁଳ ଚନ୍ଦ୍ର ପତି ଓ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଓଡ଼ିଶା ତୀରନ୍ଦାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ତୀରନ୍ଦାଜ ଦଳ
ଇଣ୍ଡିଆନ ରାଉଣ୍ଡ: ବାଳକ- ସଞ୍ଜୟ ମାଝି, ମିଥୁନ ନାଏକ, ସୁନୀଲ ହୋ, ନିଥାନିୟାଲ ମଲିକ। ବାଳିକା- ଜୟଲକ୍ଷ୍ମୀ ମଲିକ, ମାମି ସର୍ଦ୍ଦାର, ମଞ୍ଜୁଲତା ହାଂସଦା। କୋଚ୍‌ ଓ ମ୍ୟାନେଜର: ଟିକିଲି ମହାକୁଡ଼।
ରିକର୍ଭ ରାଉଣ୍ଡ: ବାଳକ-ସୋମନାଥ ହେମ୍ବ୍ରମ, ସୁରେଶ ଓ୍ବିକା, ପୂର୍ଣ୍ଣଚନ୍ଦ୍ର ମାଝି, ଅର୍ଜୁନ ଖରା। ବାଳିକା-ମମିତା ଓରାମ। କୋଚ୍‌: ଭଗତରାମ ନାଏକ, ମ୍ୟାନେଜର: ବିଷ୍ଣୁଚରଣ ଦାସ।
କମ୍ପାଉଣ୍ଡ ରାଉଣ୍ଡ: ବାଳକ-ରାହୁଲ ମାଡକାମି, ଦିବ୍ୟରଞ୍ଜନ ମୁଣ୍ଡା, ଭାସ୍କର ଖିଲୋ, ରଶ୍ମି ରଞ୍ଜନ ନାଏକ। ବାଳିକା- ପ୍ରୀତି ଓରାମ। ମ୍ୟାନେଜର: ବିଶ୍ୱଜିତ୍‌ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri