Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ସୁପର ଓଭରରେ ଜିତିଲା ପାନ୍ଥର୍ସ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ସୁପର ଓଭରରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ଜାଗୁଆର୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୦୫ ରନ କରିଥିଲା। ଗିରିଜା ରାଉତ ସର୍ବାଧିକ ୩୬ ରନ କରିଥିବାବେଳେ ବିପକ୍ଷ ଦଳର ଜୟନ୍ତ ବେହେରା ଓ ଶୁଭମ୍‌ ନାୟକ ୨ଟି ଲେଖାଏ ଏବଂ ବସନ୍ତ ମହାନ୍ତି ଓ ଆଲୋକ ସାହୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପାନ୍ଥର୍ସ ପୂରା ୨୦ ଓଭର ଖେଳିଥିଲେ ହେଁ ୭ ଉଇକେଟ ହରାଇ ସେହି ୧୦୫ ରନରେ ସୀମିତ ରହିଥିଲା। ନିଶିକାନ୍ତ ରାଉତ ୩୨ ରନରେ ଅପରାଜିତ ରହିଥିଲେ ହେଁ ଦଳକୁ ଜିତାଇପାରି ନ ଥିଲେ। ସ୍ପର୍ଶ ସୋମାନି ୩୧ ଓ ଆଲୋକ ସାହୁ ୨୫ ରନ କରିଥିଲେ। ପ୍ରତିପକ୍ଷ ଦଳର ନିର୍ବିଶଙ୍କର ବାରିକ ୨ଟି ଏବଂ ମନୋଜ କାଶ୍ୟପ, ରାହୁଲ ଚୌଧାରୀ, ରଶ୍ମିରଞ୍ଜନ ସାହୁ ଓ ଅଭିଜିତ ବାରିକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସ୍କୋର ବରାବର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ସୁପରଓଭରର ସହାୟତା ନିଆ ଯାଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରିଥିବା ପାନ୍ଥର୍ସ ୭ ରନ କରି ୨ଟିଯାକ ଉଇକେଟ ହରାଇଥିଲା। ଜବାବରେ ଜାଗୁଆର୍ସ ୫ଟି ବଲ ଖେଳି ୪ ରନ କରିଥିବାବେଳେ ୨ ଉଇକେଟ ହରାଇ ଅଲ୍‌ଆଉଟ ହୋଇଯାଇଥିଲା। ବିଜୟୀ ଦଳର ନିଶିକାନ୍ତ ରାଉତ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପ୍ରତିଯୋଗିତାରେ ଅପରାଜେୟ ଥିବା ପାନ୍ଥର୍ସର ଏହା ୫ ମ୍ୟାଚରୁ ୫ ବିଜୟ ହୋଇଥିବାବେଳେ ଜାଗୁଆର୍ସର ୪ ମ୍ୟାଚରୁ ୪ ପରାଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri