Posted inଫୁରସତ

ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ

ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ ଛୁଏଁ ସେ ସେଥିରେ ଚିତ୍ରକଳାର ରୂପ ଦିଅନ୍ତି। ନିଜର ଭାବାବେଗ ସହ ଅନ୍ତଃସ୍ବରକୁ ସେ ଚିତ୍ରରେ ରୂପ ଦେବାକୁ ପ୍ରୟାସ କରିଥାନ୍ତି। ବିଶେଷକରି ଗ୍ରାମୀଣ ଲୋକଙ୍କ ବେଶପରିପାଟୀର ସୌନ୍ଦର୍ଯ୍ୟ ତାଙ୍କ ଅଧିକାଂଶ ଚିତ୍ରକଳାରେ ସ୍ଥାନ ପାଉଥିବାର ଦେଖିବାକୁ ମିଳେ।

ଏମିତିରେ ସେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶିଳ୍ପୀ ସାଧନାକୁ ଜାରି ରଖିଛନ୍ତି। ଏଥିପାଇଁ ତାଙ୍କ କଳାପ୍ରତିଭାକୁ ବିଭିନ୍ନ କ୍ଷେତ୍ରରୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଚିତ୍ରଶିଳ୍ପୀ ତପନ କୁମାର ଦାଶ, ପିତା ପୀତାମ୍ବର ରଥ, ମାତାଙ୍କ ନାମ ପୁଷ୍ପମିତ୍ରା ରଥ। ଜନ୍ମ ୧୯୭୨ ମସିହାରେ। ଘର ପୁରୀ ଜିଲା ସାକ୍ଷୀଗୋପାଳ ଅଧୀନ ବାଲିହୁଡ଼ା ଗାଁରେ। ଯୁକ୍ତ ୨ ବାଣିଜ୍ୟ ପରେ ସେ ବି.କେ. କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟରୁ ବିଏଫ୍‌ଏ ଡିଗ୍ରି ହାସଲ କଲେ। ସେ କୁହନ୍ତି, ‘ପିଲାଟିଦିନରୁ ମୋର ଚିତ୍ରକଳା ପ୍ରତି ଖୁବ୍‌ ଆଗ୍ରହ ରହିଥିଲା। ମୋର ମନେପଡୁଛି, ପିଲାବେଳେ ଯେବେବି ହୋମିଓପାଥିକ କ୍ଲିନିକ୍‌କୁ ଯାଉଥିଲି ଔଷଧ ପାଇଁ ବ୍ୟବହାର ହେଉଥିବା ଛୋଟ ଛୋଟ ଧଳାକାଗଜଗୁଡ଼ିକୁ ସଂଗ୍ରହ କରି ଆଣୁଥିଲି। ସେଥିରେ କିଛି ମହମରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ମିଶାଇ ରଙ୍ଗ ତିଆରି କରି ଚିତ୍ର ଆଙ୍କିବାକୁ ଚେଷ୍ଟା କରୁଥିଲି। ଅବଶ୍ୟ ସେସବୁ ବେଶି ଭଲ ନ ହେଲେ ମଧ୍ୟ କିଛି ଖରାପ ବି ଲାଗୁ ନ ଥିଲା। ସେ ସମୟରେ ଏତେ ସୁବିଧାରେ ରଙ୍ଗ ମିଳୁ ନ ଥିଲା। ହେଲେ ପିଲାବେଳେ ଏସବୁ କରିବାରେ ମୋର ଖୁବ୍‌ ଆଗ୍ରହ ଥାଏ। ପରେ ମୁଁ ଭୁବନେଶ୍ୱର ଲକ୍ଷ୍ମୀସାଗର ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବାପରେ ମହର୍ଷି କଲେଜରେ +୨ କମର୍ସ ପଢ଼ିଲି। କିନ୍ତୁ ମୋର କଳା ପ୍ରତି ଖୁବ୍‌ ଆଗ୍ରହ ଥିବାରୁ କଳା ଶିକ୍ଷା ପାଇଁ ବି.କେ. ଆର୍ଟ କଲେଜରେ ନାମ ଲେଖାଇଲି। ୧୯୯୫ ମସିହାରେ ଏହି କଲେଜରୁ କଳା ଶିକ୍ଷା ସାରି ଦିଲ୍ଲୀ ଗଲି। ତେବେ ମୋର ଗାଁ ପରିବେଶ, ଗାଁ ଚାଲିଚଳଣ ଓ ସଂସ୍କୃତି ପ୍ରତି ଥିଲା ଅହେତୁକ ଆଗ୍ରହ। ବିଶେଷକରି ପର୍ବପର୍ବାଣି, ଚିତା, ମୁରୁଜ ଇତ୍ୟାଦି ମତେ ଖୁବ୍‌ ଆକୃଷ୍ଟ କରୁଥିଲା। ଓଡ଼ିଶାର ଚିତ୍ରକଳା, ମୂର୍ତ୍ତିକଳା ଓ ବିଭିନ୍ନ ମଠମନ୍ଦିରର କାରୁକାର୍ଯ୍ୟ ମୋର କଳାପ୍ରିତିକୁ ବଢାଇଦେଇଥିଲା। ଯେଉଁଥିପାଇଁ ମୋର ଚିତ୍ରରେ ଓଡ଼ିଶା ସଂସ୍କୃତିର ଛାପ ଦେଖିବାକୁ ମିଳିଥାଏ। ଅଧିକାଂଶ ଚିତ୍ରକୁ ସାଧାରଣ ଲୋକ ବୁଝିବା ସହଜ ହୋଇନ ଥାଏ। କିନ୍ତୁ ମୁଁ କରୁଥିବା ଚିତ୍ରକୁ ଯେମିତି ସାଧାରଣ ଲୋକ ବୁଝିପାରିବେ ସେଭଳି କରିବାକୁ ପ୍ରୟାସ କରିଥାଏ। କାନ୍‌ଭାସ ପାଖରେ ବସି ମୋ ନିଜ ମନର ଭାବାବେଗକୁ ତୁଳୀ ସାହାଯ୍ୟରେ ରୂପ ଦେବାକୁ ପ୍ରୟାସ କରିଥାଏ। ଯେଉଁ ଭାବାବେଗକୁ ଶବ୍ଦରେ ବ୍ୟାଖ୍ୟା କରିବା ସମ୍ଭବ ନୁହେଁ ତାକୁ ଚିତ୍ର ଦ୍ୱାରା ବ୍ୟାଖ୍ୟା କରିବାକୁ ଚେଷ୍ଟାକରେ। ଏଥିପାଇଁ ମୋର ବହୁ ଚିତ୍ର ସଂଜ୍ଞାବିହୀନ। କିନ୍ତୁ ଦିଲ୍ଲୀ ଆସିବା ପରେ ମୋ ଚିତ୍ରର ପରିଭାଷାରେ ବହୁତ କିଛି ପରିବର୍ତ୍ତନ ଆସିଲା। ଦେଶ ବିଦେଶର ବହୁ ବିଖ୍ୟାତ ଚିତ୍ରକର, ମୂର୍ତ୍ତିକାର, କବି, ଲେଖକମାନଙ୍କ ସହ ସମ୍ପର୍କ ହେଲା। ଧୀରେ ଧୀରେ ଚିତ୍ରର ଧାରାରେ ମଧ୍ୟ କିଛି ପରିବର୍ତ୍ତନ ଆସିଲା। ତଥାପି ମୋ ଚିତ୍ରରେ ଓଡିଶାର କଳାସଂସ୍କୃତିର ଛାପ ସବୁବେଳେ ଦେଖିବାକୁ ମିଳେ। ଦିଲ୍ଲୀ ଆସିବାର ୨୫ ବର୍ଷ ମଧ୍ୟରେ ବହୁ ଅଭିଜ୍ଞତା ହାସଲ କରିଛି। ବହୁ ଦେଶ ବିଦେଶ ବୁଲିବା ଓ ସେଠାରେ ଚିତ୍ର ପ୍ରଦର୍ଶନୀ କରିବା ଓ କଳା ଶିବିରମାନଙ୍କରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଛି। ଆମେରିକା, ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍ସ, ଦୁବାଇ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ ଆଦି ଦେଶର କଳାପ୍ରେମୀମାନେ ମୋ ଚିତ୍ରକୁ ସଂଗ୍ରହ କରି ରଖିଛନ୍ତି। ଏହାସହ ମୋତେ କିଛି ଜାତୀୟସ୍ତରର ପୁରସ୍କାର ମଧ୍ୟ ମିଳିଛି। ମୋ ଅଭିଜ୍ଞତାରୁ କହିବି ଯେ, ଆଜିର ଆଗ୍ରହୀ ଛାତ୍ରୀଛାତ୍ରମାନେ ପ୍ରାରମ୍ଭିକ ଶିକ୍ଷାରୁ ହିଁ କଳା ଶିକ୍ଷାକୁ ମଜଭୁତ କରିବା ନିହାତି ଆବଶ୍ୟକ। ପ୍ରଥମେ କଳା ସାଧନା ଜାରି ରଖିବା ଆବଶ୍ୟକ। ବାକି ଆଗକୁ ଅନେକ ବାଟ ରହିଛି।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?