ବୁଟ୍‌କଟ୍‌ ଜିନ୍ସ ଫ୍ୟାଶନ

ବୁଟ୍‌କଟ୍‌ ଜିନ୍ସର ଟ୍ରେଣ୍ଡ ଏବେ ପୁଣିଥରେ ଫେରି ଆସିଛି, ଯାହାକୁ ଯୁବପିଢି ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଟାଇପ୍‌ର ଜିନ୍ସ ସାଧାରଣତଃ ଅଣ୍ଟାଠୁ ଆଣ୍ଠୁ ପର୍ଯ୍ୟନ୍ତ ଫିଟିଙ୍ଗ୍‌ ହୋଇ ରହୁଥିବା ବେଳେ ଆଣ୍ଠୁରୁ ତଳ ଆଡକୁ ଢିଲା ରହିଥାଏ। ତେବେ ଏହି ଜିନ୍ସ ସହ କେଉଁ ଟାଇପ୍‌ର ଟପ୍ସ ପିନ୍ଧିଲେ ଲୁକ୍‌ ଅଧିକ ଷ୍ଟାଇଲିଶ୍‌ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ…

* ଫୁଲ୍‌ ସ୍ଲିଭ୍‌ ଟପ୍ସ: ଯୁବତୀ ଚାହିଁଲେ ନିଜ ମନପସନ୍ଦର ଯେ କୌଣସି ରଙ୍ଗର ଫୁଲ୍‌ ସ୍ଲିଭ୍‌ ଟପ୍ସକୁ ବୁଟ୍‌କଟ୍‌ ଜିନ୍ସ ସହ କ୍ୟାରି କରିପାରିବେ। ଏହା ତାଙ୍କୁ ଏକ ଡିଫରେଣ୍ଟ ଲୁକ୍‌ ଦେବ। ଏହି ଗେଟ୍‌ଅପ୍‌ ସାଙ୍ଗକୁ ଇୟର ରିଂ ବି ପିନ୍ଧିଲେ ବେଶ୍‌ ଭଲ ମାନିବ। ଲଞ୍ଚ ଡେଟ୍‌ ପାଇଁ ଏହା ଏକ ପରଫେକ୍ଟ ଆଉଟ୍‌ଫିଟ୍‌ ହୋଇଥାଏ।

* ଅଫ୍‌ ସୋଲ୍ଡର ଟପ୍ସ: ପାର୍ଟି, ଫଙ୍କସନ୍‌କୁ ଯିବାର ଥିଲେ ବୁଟ୍‌କଟ୍‌ ଜିନ୍ସ ସହ ଯୁବତୀ ଚାହିଁଲେ ଏହି ଟାଇପ୍‌ର ଟପ୍ସକୁ ପିନ୍ଧି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇପାରିବେ। ଏହାସହିତ ହାଇହିଲ୍‌ ଓ ଲାଇଟ୍‌ ମେକ୍‌ଅପ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* କ୍ରପ୍‌ ହଲ୍ଟର ନେକ୍‌: ଏହି ଟାଇପ୍‌ର ଟପ୍ସ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌କରି ବୁଟ୍‌କଟ୍‌ ଜିନ୍ସ ସହ ଉଭୟ ଡାର୍କ ହେଉକି ଲାଇଟ୍‌ କଲର୍‌ର କ୍ରପ୍‌ ହଲ୍ଟର ନେକ୍‌ବାଲା ଟପ୍ସ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ। ତେବେ ଏହି ଲୁକ୍‌କୁ କମ୍ପ୍ଲିଟ୍‌ କରିବା ପାଇଁ ଯୁବତୀ ଚାହିଁଲେ ନିଜ କେଶକୁ ହାଇ ପିନ୍‌ ଦ୍ୱାରା ଉପରକୁ ଟେକି ବାନ୍ଧିପାରିବେ। ତା’ସହିତ ଛୋଟ ହୁପ୍ସ ଇୟରରିଂ ଏବଂ ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ ବି ଲଗାଇପାରିବେ।

* ଟି-ଶାର୍ଟ: ଏହା ଯୁବତୀଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ବିଶେଷକରି ଡେ ଆଉଟିଂରେ ଗଲାବେଳେ ବୁଟ୍‌କଟ୍‌ ଜିନ୍ସ ସହ ଟି-ଶାର୍ଟକୁ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିଥାଏ। ତେବେ ଏହି ଗେଟ୍‌ଅପ୍‌ରେ କେଶକୁ ଖୋଲା ଛାଡ଼ିପାରିବେ ନଚେତ୍‌ ହାଇ ପୋନିଟେଲ୍‌ ବି କରିପାରିବେ।

* ଫୁଲ୍‌-ସ୍ଲିଭ୍‌ ଶାର୍ଟ: ବୁଟ୍‌କଟ୍‌ ଜିନ୍ସ ସହ ଫୁଲ୍‌ ସ୍ଲିଭ୍‌ ଶାର୍ଟ ପିନ୍ଧିଲେ କାଜୁଆଲ୍‌ ଲୁକ୍‌ ମିଳିଥାଏ। ଖାସ୍‌ କରି ଲାଇଟ୍‌ କଲର୍‌ର ପ୍ରିଣ୍ଟେଡ୍‌ ଶାର୍ଟ ଏହି ଲୁକ୍‌ ପାଇଁ ପୂରା ପରଫେକ୍ଟ ହୋଇଥାଏ। ତେବେ ଏହି ଲୁକ୍‌କୁ ଆହୁରି ଭଲ କରିବା ପାଇଁ ହାଇହିଲ୍‌ ପିନ୍ଧିବା ସାଙ୍ଗକୁ ହାଇ ପୋନିଟେଲ୍‌ ମଧ୍ୟ କରିପାରିବେ।

ଜରୁରୀ ଟିପ୍ସ
-ସବୁବେଳେ ନିଜକୁ ପରଫେକ୍ଟ ଫିଟିଙ୍ଗ୍‌ ହେଲା ଭଳି ଜିନ୍ସ କିଣିବା ଦରକାର।
– ଏହାର ସାଇଜ୍‌ ଓ ଲେଙ୍ଗ୍‌ଥ ପ୍ରତି ବି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
– ତେବେ ବୁଟ୍‌କଟ୍‌ ଜିନ୍ସକୁ ଯେ କୌଣସି ଅକେଜନ୍‌ ହେଉ ଅବା ଯେ କୌଣସି ଋତୁରେ ପିନ୍ଧାଯାଇପାରେ, କିନ୍ତୁ ବର୍ଷାଦିନେ ଏଥିରେ ଦାଗ ଲାଗିବାର ଡ଼ର ରହିଥାଏ। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?