ବୁଟ୍‌କଟ୍‌ ଜିନ୍ସ ଫ୍ୟାଶନ

ବୁଟ୍‌କଟ୍‌ ଜିନ୍ସର ଟ୍ରେଣ୍ଡ ଏବେ ପୁଣିଥରେ ଫେରି ଆସିଛି, ଯାହାକୁ ଯୁବପିଢି ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଟାଇପ୍‌ର ଜିନ୍ସ ସାଧାରଣତଃ ଅଣ୍ଟାଠୁ ଆଣ୍ଠୁ ପର୍ଯ୍ୟନ୍ତ ଫିଟିଙ୍ଗ୍‌ ହୋଇ ରହୁଥିବା ବେଳେ ଆଣ୍ଠୁରୁ ତଳ ଆଡକୁ ଢିଲା ରହିଥାଏ। ତେବେ ଏହି ଜିନ୍ସ ସହ କେଉଁ ଟାଇପ୍‌ର ଟପ୍ସ ପିନ୍ଧିଲେ ଲୁକ୍‌ ଅଧିକ ଷ୍ଟାଇଲିଶ୍‌ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ…

* ଫୁଲ୍‌ ସ୍ଲିଭ୍‌ ଟପ୍ସ: ଯୁବତୀ ଚାହିଁଲେ ନିଜ ମନପସନ୍ଦର ଯେ କୌଣସି ରଙ୍ଗର ଫୁଲ୍‌ ସ୍ଲିଭ୍‌ ଟପ୍ସକୁ ବୁଟ୍‌କଟ୍‌ ଜିନ୍ସ ସହ କ୍ୟାରି କରିପାରିବେ। ଏହା ତାଙ୍କୁ ଏକ ଡିଫରେଣ୍ଟ ଲୁକ୍‌ ଦେବ। ଏହି ଗେଟ୍‌ଅପ୍‌ ସାଙ୍ଗକୁ ଇୟର ରିଂ ବି ପିନ୍ଧିଲେ ବେଶ୍‌ ଭଲ ମାନିବ। ଲଞ୍ଚ ଡେଟ୍‌ ପାଇଁ ଏହା ଏକ ପରଫେକ୍ଟ ଆଉଟ୍‌ଫିଟ୍‌ ହୋଇଥାଏ।

* ଅଫ୍‌ ସୋଲ୍ଡର ଟପ୍ସ: ପାର୍ଟି, ଫଙ୍କସନ୍‌କୁ ଯିବାର ଥିଲେ ବୁଟ୍‌କଟ୍‌ ଜିନ୍ସ ସହ ଯୁବତୀ ଚାହିଁଲେ ଏହି ଟାଇପ୍‌ର ଟପ୍ସକୁ ପିନ୍ଧି ଆଟ୍ରାକ୍ଟିଭ୍‌ ଲୁକ୍‌ ପାଇପାରିବେ। ଏହାସହିତ ହାଇହିଲ୍‌ ଓ ଲାଇଟ୍‌ ମେକ୍‌ଅପ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* କ୍ରପ୍‌ ହଲ୍ଟର ନେକ୍‌: ଏହି ଟାଇପ୍‌ର ଟପ୍ସ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌କରି ବୁଟ୍‌କଟ୍‌ ଜିନ୍ସ ସହ ଉଭୟ ଡାର୍କ ହେଉକି ଲାଇଟ୍‌ କଲର୍‌ର କ୍ରପ୍‌ ହଲ୍ଟର ନେକ୍‌ବାଲା ଟପ୍ସ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ। ତେବେ ଏହି ଲୁକ୍‌କୁ କମ୍ପ୍ଲିଟ୍‌ କରିବା ପାଇଁ ଯୁବତୀ ଚାହିଁଲେ ନିଜ କେଶକୁ ହାଇ ପିନ୍‌ ଦ୍ୱାରା ଉପରକୁ ଟେକି ବାନ୍ଧିପାରିବେ। ତା’ସହିତ ଛୋଟ ହୁପ୍ସ ଇୟରରିଂ ଏବଂ ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ ବି ଲଗାଇପାରିବେ।

* ଟି-ଶାର୍ଟ: ଏହା ଯୁବତୀଙ୍କୁ କୁଲ୍‌ ଲୁକ୍‌ ଦେଇଥାଏ। ବିଶେଷକରି ଡେ ଆଉଟିଂରେ ଗଲାବେଳେ ବୁଟ୍‌କଟ୍‌ ଜିନ୍ସ ସହ ଟି-ଶାର୍ଟକୁ ପେୟାର୍‌ କରି ପିନ୍ଧିଲେ ଲୁକ୍‌ ବେଶ୍‌ ସ୍ମାର୍ଟ ଲାଗିଥାଏ। ତେବେ ଏହି ଗେଟ୍‌ଅପ୍‌ରେ କେଶକୁ ଖୋଲା ଛାଡ଼ିପାରିବେ ନଚେତ୍‌ ହାଇ ପୋନିଟେଲ୍‌ ବି କରିପାରିବେ।

* ଫୁଲ୍‌-ସ୍ଲିଭ୍‌ ଶାର୍ଟ: ବୁଟ୍‌କଟ୍‌ ଜିନ୍ସ ସହ ଫୁଲ୍‌ ସ୍ଲିଭ୍‌ ଶାର୍ଟ ପିନ୍ଧିଲେ କାଜୁଆଲ୍‌ ଲୁକ୍‌ ମିଳିଥାଏ। ଖାସ୍‌ କରି ଲାଇଟ୍‌ କଲର୍‌ର ପ୍ରିଣ୍ଟେଡ୍‌ ଶାର୍ଟ ଏହି ଲୁକ୍‌ ପାଇଁ ପୂରା ପରଫେକ୍ଟ ହୋଇଥାଏ। ତେବେ ଏହି ଲୁକ୍‌କୁ ଆହୁରି ଭଲ କରିବା ପାଇଁ ହାଇହିଲ୍‌ ପିନ୍ଧିବା ସାଙ୍ଗକୁ ହାଇ ପୋନିଟେଲ୍‌ ମଧ୍ୟ କରିପାରିବେ।

ଜରୁରୀ ଟିପ୍ସ
-ସବୁବେଳେ ନିଜକୁ ପରଫେକ୍ଟ ଫିଟିଙ୍ଗ୍‌ ହେଲା ଭଳି ଜିନ୍ସ କିଣିବା ଦରକାର।
– ଏହାର ସାଇଜ୍‌ ଓ ଲେଙ୍ଗ୍‌ଥ ପ୍ରତି ବି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
– ତେବେ ବୁଟ୍‌କଟ୍‌ ଜିନ୍ସକୁ ଯେ କୌଣସି ଅକେଜନ୍‌ ହେଉ ଅବା ଯେ କୌଣସି ଋତୁରେ ପିନ୍ଧାଯାଇପାରେ, କିନ୍ତୁ ବର୍ଷାଦିନେ ଏଥିରେ ଦାଗ ଲାଗିବାର ଡ଼ର ରହିଥାଏ। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri