Posted inଖେଳ

ଜାତୀୟ ସନ୍ତରଣରେ ଓଡ଼ିଶାର ଚମକ

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ୧୭ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ସ୍ବର୍ଣ୍ଣିମ ସଫଳତା ଦୃଷ୍ଟିରୁ ସୃଷ୍ଟି ଉପାଧ୍ୟାୟ ଆଗରେ ରହିଥିବାବେଳେ ସଂଖ୍ୟା ଦୃଷ୍ଟିରୁ ୫ ପଦକ ଜିତି ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ମନ୍ନତା ମିଶ୍ର, ପ୍ରତ୍ୟାଶା ରାୟ, ସୋନିଆ ପଟେଲ ଓ ଅଭିନବ ସିଂ ମଧ୍ୟ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି।

ଓଡ଼ିଶାରେ ଏବେ ବିଭିନ୍ନ କ୍ରୀଡ଼ାର ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଏହାର ଫଳ ସ୍ବରୂପ ଏଠାରେ କ୍ରମାଗତଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ମାନ ଆୟୋଜନ ହେଉଛି। କେବଳ ସେତିକି ନୁହେଁ ଏହି ଅତ୍ୟାଧୁନିକ ଭିତ୍ତିଭୂମିରେ ଅଭ୍ୟାସ କରିବାଦ୍ୱାରା ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନରେ ମଧ୍ୟ ଉନ୍ନତି ଆସିଛି। ନିକଟରେ ଅନୁଷ୍ଠିତ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ରୁ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ, ଓଡ଼ିଶା ରାଜ୍ୟ ସୁଇମିଂ ଆସୋସିଏଶନ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରରେ ଜାତୀୟ ସନ୍ତରଣ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ୨ୟ ସଂସ୍କରଣ ୩ ଦିନଧରି ଜୁନ୍‌ ୧୦ରୁ ୧୨ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାର ଅନେକ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ବାହାର ରାଜ୍ୟର ସନ୍ତରଣକାରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ଏଥିରୁ କେତେକରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଥିଲେ ଓଡ଼ିଶା କ୍ରୀଡ଼ାବିତ୍‌। ପ୍ରତିଯୋଗିତାରେ ଓଡ଼ିଶା ସନ୍ତରଣ ପ୍ରତିଭାଙ୍କୁ ମୋଟ ୧୭ଟି ପଦକ ମିଳିଥିଲା। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୬ ବ୍ରୋଞ୍ଜ ପଦକ ସାମିଲ। କେବଳ ମହିଳା ସୁଇମରମାନେ ୧୫ଟି ପଦକ ଜିତି ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ। ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରୁ ଅଭିନବ ସିଂଙ୍କୁ ୨ଟି ବ୍ରୋଞ୍ଜ ପଦକ ମିଳିଥିଲା।
ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରୁ ସ୍ବର୍ଣ୍ଣ ପଦକ ଦୃଷ୍ଟିରୁ ଅଧିକ ସଫଳ ରହିଥିଲେ ସୃଷ୍ଟି ଉପାଧ୍ୟାୟ। ସେ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ମାତ୍ର ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ସବୁଠାରୁ ଅଧିକ ପଦକ ହାସଲ କରିଥିଲେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ। ସେ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ଏହିପରି ମୋଟ ୫ ପଦକ ହାସଲ କରିଥିଲେ। ସ୍ବର୍ଣ୍ଣିମ ସଫଳତାକୁ ବିଚାରକୁ ନେଲେ ମନ୍ନତା ମିଶ୍ର ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ତର୍ଜାତୀୟ ଅଭିଜ୍ଞତାସମ୍ପନ୍ନ ପ୍ରତ୍ୟାଶା ରାୟ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ଜିତି ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ସୋନିଆ ପଟେଲ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ।
ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବଟରଫ୍ଲାଏରେ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୫୦ ମିଟର ବାଳିକା ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ରୌପ୍ୟ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୨୦୦ ମିଟର ଫ୍ରି ଷ୍ଟାଇଲରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ପାଇଥିଲେ। ଦ୍ୱିତୀୟ ଦିବସରେ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ, ୧୦୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ଦିବ୍ୟଙ୍କା ପ୍ରଧାନ ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍‌ରେ ରୌପ୍ୟ ଓ ୧୦୦ ମିଟର ବଟରଫ୍ଲାଏରେ ବ୍ରୋଞ୍ଜ, ୧୦୦ ମିଟର ଫ୍ରିଷ୍ଟାଇଲରେ ସୋନିଆ ପଟେଲ ଓ ୧୫୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ତୃତୀୟ ଦିବସରେ ଅନୁଷ୍ଠିତ ୧୮ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ସ୍ବର୍ଣ୍ଣ ଓ ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ରୌପ୍ୟ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୫୦ ମିଟର ବଟରଫ୍ଲାଏରେ ସୃଷ୍ଟି ଉପାଧ୍ୟାୟ ସ୍ବର୍ଣ୍ଣ, ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶା ରାୟ ରୌପ୍ୟ ଓ ୪୦୦ ମିଟର ଫ୍ରିଷ୍ଟାଇଲରେ ବ୍ରୋଞ୍ଜ ଏବଂ ୧୮ ବର୍ଷରୁ କମ୍‌ ବାଳକ ୪୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଥିଲେ।

-ପ୍ରସ୍ତୁତି: ତପନ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷରେ ଶ୍ରୀଲଙ୍କାର ନୂଆ ଚାଲ୍‌: ବଡ଼ ଅସ୍ତ୍ର କରିବ ପ୍ରୟୋଗ

କଲମ୍ବୋ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ ଜୁଲାଇ ୨୭ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ଦଳର...

ମହିଳା ତୀରନ୍ଦାଜ: କ୍ୱାର୍ଟର ଫାଇନାଲରେ ମହିଳା ଟିମ୍

ନୂଆଦିଲ୍ଲୀ,୨୫।୭: ପ୍ୟାରିସ ଅଲମ୍ପିକ୍ସରେ ଭାରତ ଏହାର ଅଭିଯାନ ତୀରନ୍ଦାଜରେ ବିଜୟ ସହିତ ଆରମ୍ଭ କରିଛି। ଆୟୋଜକ ଫ୍ରାନ୍ସ ସହିତ ଭାରତର କିଛି ସମୟ କଡ଼ା ପ୍ରତିଯୋଗିତା...

ହିଟ୍‌ଲର୍‌ଙ୍କ ଅଫ୍‌ରକୁ ପ୍ରତ୍ୟାଖ୍ୟାନ କରିଥିଲେ ଧ୍ୟାନଚାନ୍ଦ: ଜାଣନ୍ତୁ କ’ଣ ଥିଲା ସେହି ଅଫର୍‌

ନୂଆଦିଲ୍ଲୀ,୨୫।୭: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ ଅବଦାନ...

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ...

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କା ଦୁଇଟି ବଡ଼ ଝଟ୍‌କା...

ଅଲମ୍ପିକ୍ସ ଖେଳିବେ ବିଧାୟିକା; ବାପା-ମା’ ଥିଲେ ଏମପି

ନୂଆଦିଲ୍ଲୀ,୨୫।୭: ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭...

ଅଲିମ୍ପିକ୍ସର ଅତୁଟ ରେକର୍ଡ

ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ। ‘ସିଟି ଅଫ୍‌ ଲାଇଟ୍ସ’ ଉପରେ ଏବେ ସମଗ୍ର ବିଶ୍ୱର ନଜର।...

ପ୍ରଥମ ଭାରତୀୟ ମହିଳା ଭାବେ ପୁଣି ଏହି ଦାୟିତ୍ୱ ନେଲେ ନୀତା ଅମ୍ବାନୀ

ପ୍ୟାରିସ, ୨୫ା୭: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ପୂର୍ବରୁ ଏଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ୧୪୨ତମ ଅଧିବେଶନରେ ଭାରତର ଅଗ୍ରଣୀ ଫିଲାନ୍‌ଥ୍ରୋପିଷ୍ଟ ତଥା ରିଲାଏନ୍ସ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri