କେନ୍ଦ୍ରାଞ୍ଚଳ ଆଇଜି ହେଲେ ସଞ୍ଜୟ କୌଶଲ

ଭୁବନେଶ୍ୱର,୫।୪:୨୦୦୩ ବ୍ୟାଚର ସଞ୍ଜୟ କୁମାର କୌଶଲ ହେଲେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି। ୨୦୦୪ ବ୍ୟାଚ ଆଇପିଏସ ଆଶୀଷ କୁମାର ସିଂଙ୍କ ବଦଳରେ ତାଙ୍କୁ ଶୁକ୍ରବାର ଅବସ୍ଥାପିତ କରାଯାଇଛି। ତେବେ ଜାତୀୟ ନିର୍ବାଚନ କମିଶନ ରାଜ୍ୟର ୮ ସର୍ବଭାରତୀୟ ଅଫିସରଙ୍କୁ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୋଲିସ ଆଇଜି ପଦ ଖାଲି ପଡ଼ିଥିଲା।

ସଞ୍ଜୟ କୁମାରଙ୍କ ବ୍ୟତିତ କଟକ ଓ ଜଗତସିଂହପୁର ଜିଲାରେ ଦୁଇ ନୂଆ ଜିଲାପାଳ, ରାଉରକେଲା ଓ ଅନଗୋଳରେ ନୂଆ ପୋଲିସ ଏସପି ଏବଂ କଟକରେ ନୂଆ ଡିସିପିଙ୍କୁ ଆଜି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଉରକେଲା ଏସ୍‌ପି ଭାବେ ବ୍ରଜେଶ କୁମାର ରାଏ, ଅନୁଗୋଳ ଏସ୍‌ପି ଭାବେ ଉମାଶଙ୍କର ଦାଶ ଓ କଟକ ଡିସିପି ଭାବେ ପ୍ରକାଶ ଆର୍‌ଙ୍କୁ ନିଯୁକ୍ତି ମିଳିଛି। ସେମାନଙ୍କୁ ତୁରନ୍ତ ନିଜ ନୂଆ ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି। ଏହାଛଡ଼ା ଜଗତସିଂହପୁର ଜିଲାପାଳ ପାରୁଲ ପଟ୍ଟୱାରୀଙ୍କ ସ୍ଥାନରେ ଆଇଏଏସ୍‌ ଅନୁପମ ଶାହ ଓ କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ବଦଳରେ ଆଇଏଏସ୍‌ ଅରିନ୍ଦମ ଡାକୁଆଙ୍କୁ ଜିଲାପାଳ ଭାବେ ନିଯୁକ୍ତି ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ନିଖୋଜ ଥିଲେ ମହିଳା, ଚାଷ ଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ: ପରିବାରରେ…

କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri